ETV Bharat / bharat

ଅଜିତ ଯୋଗୀଙ୍କୁ ଝଟକା: ‘ଆଦିବାସୀ’ ନୁହଁନ୍ତି, କମିଟିର ରାୟ - verdict given by Chhattisgarh caste scrutiny panel

ଏହି ନିଷ୍ପତ୍ତି ଯୋଗୀଙ୍କ ଲାଗି ସମସ୍ୟା ସୃଷ୍ଟି କରିପାରେ । କାରଣ ନିଜର ସମସ୍ତ ଜାତି ପ୍ରମାଣପତ୍ର ସେ ହରାଇପାରନ୍ତି । ଯେଉଁଥିରେ ସେ ନିଜେ ଆଦିବାସୀ ବୋଲି ପ୍ରମାଣ ଦେଇଥିଲେ ।

ଅଜିତ ଯୋଗୀ(ଫାଇଲ ଫଟୋ)
author img

By

Published : Aug 27, 2019, 3:06 PM IST

ରାୟପୁର: ଛତିଶଗଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଜିତ ଯୋଗୀଙ୍କୁ ଲାଗିଛି ଝଟକା । ନିଜକୁ ଆଦିବାସୀ ବୋଲି ଦାବି କରୁଥିବା ଯୋଗୀ ନିରାଶ ହୋଇଛନ୍ତି । ଉଚ୍ଚ କ୍ଷମତା ସମ୍ପନ୍ନ ଜାତିଗତ ଯାଞ୍ଚ କମିଟି ଯୋଗୀଙ୍କ ଆବେଦନକୁ ଖାରଜ କରିଛନ୍ତି । ଏହାସହ ସେ ଆଦିବାସୀ ନୁହଁନ୍ତି ବୋଲି କମିଟି ନିଜ ରିପୋର୍ଟରେ ଦର୍ଶାଇଛି ।

ଏହି ନିଷ୍ପତ୍ତି ଯୋଗୀଙ୍କ ଲାଗି ସମସ୍ୟା ସୃଷ୍ଟି କରିପାରେ । କାରଣ ନିଜର ସମସ୍ତ ଜାତି ପ୍ରମାଣପତ୍ର ସେ ହରାଇପାରନ୍ତି । ଯେଉଁଥିରେ ସେ ନିଜେ ଆଦିବାସୀ ବୋଲି ପ୍ରମାଣ ଦେଇଥିଲେ । ଏହାସହ ଆଞ୍ଚଳିକ ଦଳ ଜନତା କଂଗ୍ରେସର ପ୍ରତିଷ୍ଠାତାଙ୍କୁ ରାଜନୀତିରେ ମଧ୍ୟ ସମସ୍ୟା ସାମନା କରିବାକୁ ପଡିପାରେ । ସମସ୍ତ ଅଭିଯୋଗ ଓ ପ୍ରମାଣ ଯାଞ୍ଚ ପରେ କମିଟି ଏହି ରାୟ ଦେଇଛନ୍ତି । ଫଳରେ ଯୋଗୀ ଆଦିବାସୀ ଭାବେ ପାଉଥିବା ସମସ୍ତ ସୁବିଧା ପାଇବାରୁ ଏବେ ବଞ୍ଚିତ ହେବେ ।

ପୂର୍ବରୁ ଯୋଗୀଙ୍କ ଜାତିଗତ ମାମଲାରେ ଯାଞ୍ଚ ଲାଗି ଛତିଶଗଡର ଭୂପେଶ ସରକାର ଏକ କମିଟି ଗଠନ କରିଥିଲେ । ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଡି ଡି ସିଂହଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚ କ୍ଷମତା ସମ୍ପନ୍ନ ଯାଞ୍ଚ କମିଟି ଏହି ମାମଲାର ତଦନ୍ତ କରୁଥିଲା । 20 ଅଗଷ୍ଟରେ କମିଟି ଆଗରେ ହାଜର ହୋଇ ଯୋଗୀ ନିଜ ପକ୍ଷ ରଖିଥିଲେ । ଏହାପରେ ସମସ୍ତ ତଥ୍ୟ ଆଧାରରେ କମିଟି ଏହି ରାୟ ଶୁଣାଇଛନ୍ତି । ତେବେ ଅଜିତଙ୍କ ପୁଅ ଅମିତ ଯୋଗୀ ଏହା ସମ୍ପର୍କରେ ଏପର୍ଯ୍ୟନ୍ତ ଖବର ପାଇନଥିବା ସୂଚନା ଦେଇଛନ୍ତି ।

ତେବେ ଏହି ରାୟ ପରେ ଗତ ତିନି ଦଶନ୍ଧି ଧରି ଚାଲିଥିବା ମାମଲାରେ ଅନ୍ତ ଘଟିଛି ବୋଲି କୁହାଯାଉଛି । ସୂଚନାଯୋଗ୍ୟ ଯେ 1986 ମସିହା ପର୍ଯ୍ୟନ୍ତ ଏହି ପ୍ରସଙ୍ଗରେ କୌଣସି ବିବାଦ ନଥିଲା । ସେତେବେଳ ଯାଏଁ ଯୋଗୀ ସରକାରୀ ଚାକିରିଆ ଥିଲେ । ହେଲେ ସେ ପ୍ରଶାସନିକ ସେବାରୁ ଅବ୍ୟାହତି ନେଇ ରାଜନୀତିରେ ପାଦ ଦେବା କ୍ଷଣି ଏହି ପ୍ରସଙ୍ଗ ବିବାଦର ରୂପ ନେଇଥିଲା । କଂଗ୍ରେସ ଦଳ ପକ୍ଷରୁ ସେ ରାଜ୍ୟସଭାରେ ସାଂସଦ ହେବା ପରେ ତାଙ୍କ ଜାତି ସାର୍ଟିଫିକେଟ ଉପରେ ପ୍ରଶ୍ନ ଉଠିଥିଲା ।

Intro:जोगी की जाति के लिए बनी छानबीन समिति ने जोगी की जाति को निरस्त करने का फैसला सुनाया है।Body:रायपुर ब्रेकिंग- अजीत जोगी जाति मामले में बड़ी ख़बर,
अजीत जोगी आदिवासी नहीं,
हाई पावर कमेटी की रिपोर्ट तैयार, HC के निर्देश पर भूपेश सरकार ने जोगी की जाति के मामले में डीडी सिंह की अध्यक्षता में छानबीन कमिटी बनायी थी। जिसने आज ये फैसला लिया है कि अजीत जोगी आदिवासी नहीं है।
20 अगस्त को समिती के सामने पेश हुए थे जोगीConclusion:No Conclusion
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.