ETV Bharat / bharat

ଭାଲୁ ବେଶରେ ଏୟାରପୋର୍ଟ କର୍ମଚାରୀଙ୍କ ମାଙ୍କଡ ଘଉଡା ଅଭିଯାନ, ଭିଡିଓ ଭାଇରାଲ

author img

By

Published : Feb 7, 2020, 7:19 PM IST

ଏ ଦୃଶ୍ୟ ହେଉଛି ଅହମ୍ମଦାବାଦସ୍ଥିତ ସର୍ଦ୍ଦାର ବଲ୍ଲଭଭାଇ ଏୟାରପୋର୍ଟର । ଯେଉଁଠାରେ ଦିନକୁ ଦିନ ବଢୁଥିବା ଲଙ୍ଗୁରଙ୍କ ଉତ୍ପାତ ପାଇଁ ନାକେଦମ ଏୟାରପୋର୍ଟ କର୍ମଚାରୀ ଏପରି ସମାଧାନର ବାଟ କାଢିଛନ୍ତି ।

Airport officer chase monkey, gujurat monkey viral video, monkey chasing by wearing bear cloth in ahmedabad, ଅହମ୍ମଦାବାଦରେ ଭାଲୁ ବେଶରେ ମାଙ୍କଡ ଘଉଡା, ଏୟାରପୋର୍ଟ କର୍ମଚାରୀଙ୍କ ମାଙ୍କଡ ଘଉଡା, ଗୁଜୁରାଟ ମାଙ୍କଡ ଘଉଡା ଭିଡିଓ ଭାଇରାଲ
ଫଟୋ ସୌଜନ୍ୟ: ଟ୍ବିଟର @ANI

ଗାନ୍ଧୀନଗର: ଲଙ୍ଗୁରମାନଙ୍କ ଉତ୍ପାତ ଦେଖି ଭାଲୁ ସାଜିଛନ୍ତି ବିମାନବନ୍ଦର କର୍ମଚାରୀ । ଆଉ ଭାଲୁ ବେଶରେ ବିମାନବନ୍ଦର କର୍ମଚାରୀଙ୍କର ଆରମ୍ଭ ହୋଇଛି ମାଙ୍କଡ ଘଉଡା ଅଭିଯାନ । ଏହା ଶୁଣିବାକୁ ଯେତିକି କୌତୁହଳିଆ ଲାଗୁଛି ଦେଖିବାକୁ ବି ସେତିକି କୌତୁହଳ । ଯାହାର ଭିଡିଓ ଏବେ ମୋବାଇଲରୁ ମୋବାଇଲ ଘୂରିବାରେ ଲାଗିଛି ।

ଭିଡିଓ ସୌଜନ୍ୟ: ଟ୍ବିଟର @ANI

ଏ ଦୃଶ୍ୟ ହେଉଛି ଅହମ୍ମଦାବାଦସ୍ଥିତ ସର୍ଦ୍ଦାର ବଲ୍ଲଭଭାଇ ଏୟାରପୋର୍ଟର । ଯେଉଁଠାରେ ଦିନକୁ ଦିନ ବଢୁଥିବା ଲଙ୍ଗୁରଙ୍କ ଉତ୍ପାତ ପାଇଁ ନାକେଦମ ଏୟାରପୋର୍ଟ କର୍ମଚାରୀ । ତେବେ ଏପରି ନିଆରା ସମାଧାନ କାଢିଛନ୍ତି ଏୟାରପୋର୍ଟ କର୍ମଚାରୀ । ଭିଡିଓରେ ଦେଖାଯାଉଛି କି କର୍ମଚାରୀଜଣକ ଏକ ଭାଲୁ ପୋଷାକ ପିନ୍ଧି ମାଙ୍କଡମାନଙ୍କୁ ଘଉଡାଇବାକୁ ଉଦ୍ୟମ କରୁଛନ୍ତି । ଆଉ ଭାଲୁ ଆକ୍ରମଣ କରୁଛି ଭାବି ପ୍ରାଣ ବିକଳରେ ଧାଇଁ ପଳାଉଛନ୍ତି ମାଙ୍କଡ ।

ଏ ଦୃଶ୍ୟଟି ଦେଖି ବେଶ ମଜା ନେଉଛନ୍ତି ଦର୍ଶକ । ଫଳରେ କମ ସମୟରେ ବେଶ ଭାଇରାଲ ହେବାରେ ଲାଗିଛି ଏହି ଭିଡିଓ । ତେବେ ପ୍ରାରମ୍ଭିକ ସମୟରେ ଯେବେ କର୍ମଚାରୀମାନେ ଏପରି ଉଦ୍ୟମରେ ମାଙ୍କଡ ଘଉଡାଇଥିଲେ ଏହା ସଫଳ ହୋଇଥିଲା । ଫଳରେ ଦୀର୍ଘ ସପ୍ତାହେ ହେବ କର୍ମଚାରୀ ଦୈନିକ ଏପରି ଭାଲୁ ପୋଷାକରେ ମାଙ୍କଡ ଘଉଡାଉଛନ୍ତି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.