ETV Bharat / bharat

ଚିକେନ ସ୍ୟାଣ୍ଡଉଇଚ ଦେଇ ଗଣିଲେ ଲକ୍ଷାଧିକ ଟଙ୍କା ! - non veg

ମହଙ୍ଗା ପଡିଛି ଯାତ୍ରୀଙ୍କୁ ନିରାମିଷ ବଦଳରେ ଆମିଷ ଖାଦ୍ୟ ଦେବା । ଏୟାର ଏସିଆ କମ୍ପାନୀକୁ କଜ୍ୟୁମର କୋର୍ଟ ଲଗାଇଛନ୍ତି 1.54 ଲକ୍ଷ ଟଙ୍କାର ଜୋରିମାନା । କମ୍ପାନୀ ନାମରେ ଲାଗିଛି ଆମିଷ ଖାଦ୍ୟ ଦେବା ସହ ପରିବାରକୁ ହଇରାଣ କରିବା ଅଭିଯୋଗ ।

ଫାଇଲ ଫଟୋ
author img

By

Published : May 27, 2019, 11:30 PM IST

ନୂଆଦିଲ୍ଲୀ: ମହଙ୍ଗା ପଡିଛି ଯାତ୍ରୀଙ୍କୁ ନିରାମିଷ ବଦଳରେ ଆମିଷ ଖାଦ୍ୟ ଦେବା । ଏୟାର ଏସିଆ କମ୍ପାନୀକୁ କଜ୍ୟୁମର କୋର୍ଟ ଲଗାଇଛନ୍ତି 1.54 ଲକ୍ଷ ଟଙ୍କାର ଜୋରିମାନା । କମ୍ପାନୀ ନାମରେ ଲାଗିଛି ଆମିଷ ଖାଦ୍ୟ ଦେବା ସହ ପରିବାରକୁ ହଇରାଣ କରିବା ଅଭିଯୋଗ । ନିରାମିଷ ବଦଳରେ ଚିକେନ ସାଣ୍ଡଉଇଚ ଦେଇ କମ୍ପାନୀ କର୍ତ୍ତୃପକ୍ଷ ଲକ୍ଷାଧିକ ଟଙ୍କା ଗଣିଛନ୍ତି ।

ସୂଚନାନୁସାରେ ପଞ୍ଚକୁଲା ନିବାସୀ 61 ବର୍ଷୀୟ ବିଜୟ ଚୌହାନ ଅମୃତସରରୁ କୁଆଲାଲମ୍ପୁରକୁ ଏୟାର ଏସିଆରେ ଯାତ୍ରା କରୁଥିଲେ । ସେ ଦୁଇ ଦିନ 7 ଏବଂ 13 ଅକ୍ଟୋବର, 2018ରେ ଯିବା ଆସିବା ପାଇଁ ଟିକେଟ ବୁକ କରିଥିଲେ । ତେବେ ବିଜୟଙ୍କ ଅଭିଯୋଗ ଅନୁସାରେ, ସେ ଯିବା ପାଇଁ 59,482 ଏବଂ ଫେରିବା ପାଇଁ 15,016 ଟଙ୍କାର ଟିକେଟ ବୁକ କରିଥିଲେ ।

ସୂଚନାନୁସାରେ, ଯିବା ସମୟରେ ତାଙ୍କୁ କୌଣସି ପ୍ରକାର ସମସ୍ୟା ହୋଇନଥିଲା । ମାତ୍ର ଭାରତ ଫେରିବା ସମୟରେ ତାଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥିଲା । 13 ଅକ୍ଟୋବର 2018ରେ ତାଙ୍କ ପରିବାର କୁଆଲାଲମ୍ପୁର ଏୟାରପୋର୍ଟ ପହଞ୍ଚି 5ଟା 12 ପର୍ଯ୍ୟନ୍ତ ସମସ୍ତ ଔପଚାରିକତା ପୁରା କରିନେଇଥିଲେ ।
ଫ୍ଲାଇଟ ଉଡାଣ ଭରିବା ସମୟ 7ଟା 20 ଥିଲା । ତେବେ ଅତ୍ୟଧିକ ଭିଡ କାରଣରୁ ତାଙ୍କ ପରିବାର ସଦସ୍ୟଙ୍କୁ ଚେକିଂ ସମୟରେ ପାଖାପାଖି 45 ମିନିଟ୍ ସମୟ ଲାଗିଥିଲା । ତାଙ୍କ ପରିବାରରେ 5 ଜଣ ବୟସ୍କ ଏବଂ ତିନି ଜଣ ଛୋଟ ପିଲା ରହିଥିଲେ ।

ତାଙ୍କ କହିବା ଅନୁସାରେ, ବୋର୍ଡିଂ ପାସ କାଉଣ୍ଟର ଏବଂ ଟର୍ମିନାଲ ପ୍ରସ୍ଥାନ ଗେଟ୍ ମଧ୍ୟରେ ପ୍ରାୟ 1 କିଲୋମିଟର ଦୂରତା ରହିଥିଲା । ଯାହା ତାଙ୍କୁ ଭ୍ରମିତ କରିଥିଲା । କାରଣ ସେଠାରେ ସଙ୍କେତକ ଉପସ୍ଥିତ ନଥିଲେ । ଯେଉଁ କାରଣରୁ ତାଙ୍କୁ ଟର୍ମିନାଲରେ ପହଞ୍ଚିବା ପାଇଁ ବିଳମ୍ବ ହୋଇଥିଲା । ଏହାପରେ ତାଙ୍କୁ ପାଇଲଟ୍ ଚଢିବା ପାଇଁ ଦେଇନଥିଲେ । ଯେଉଁ କାରଣରୁ ତାଙ୍କୁ ତତ୍କାଳରେ 1 ଲକ୍ଷ ଟଙ୍କାର ଟିକେଟ୍ ନେବାକୁ ପଡିଥିଲା । କାରଣ ତାଙ୍କ ପାଖରେ ଆଉ କୌଣସି ବିକଳ୍ପ ନଥିଲା ।

ତେବେ ଏଠାରେ ଶେଷ ହୋଇନଥିଲା ତାଙ୍କର ସମସ୍ୟା । 14 ଅକ୍ଟୋବରରେ ସେହି ଏୟାରଲାଇନ୍ସରେ ଫେରିବା ସମୟରେ ତାଙ୍କୁ ଚିକେନ ସାଣ୍ଡଉଇଚ ଖାଇବାକୁ ଦିଆଯାଇଥିଲା । ବିଜୟ ଏବଂ ତାଙ୍କ ପୁରା ପରିବାର ଶାକାହାରୀ ଥିଲେ । ସେ ନିରାମିଷ ଖାଦ୍ୟ ମାଗିଥିଲେ ମଧ୍ୟ ତାଙ୍କୁ ତାହା ମିଳିନଥିଲା । ଏହି ଯାତ୍ରାରୁ ଫେରିବା ପରେ ସେ ଏୟାର ଏସିଆ ବିରୋଧରେ ଏକ ଅଭିଯୋଗ ଦାୟର କରିଥିଲେ ।

କୋର୍ଟ କହିବା ଅନୁସାରେ, କୌଣସି ବ୍ୟକ୍ତିଙ୍କୁ ଆମିଷ ଖାଦ୍ୟ ଦେବା ନିୟମର ଉଲ୍ଲଙ୍ଘନ ହୋଇଥାଏ । ଏହାଦ୍ବାରା କେବଳ ଧାର୍ମିକ ଭାବନାରେ ନୁହେଁ ବରଂ ଏହା ସ୍ବାସ୍ଥ୍ୟଗତ ସମସ୍ୟା ମଧ୍ୟ ଉପୁଜିଥାଏ । ଉପଭୋକ୍ତା ଫୋରମଙ୍କ ନିର୍ଦ୍ଦେଶ ଅନୁସାରେ, ଏୟାରଲାଇନ୍ସକୁ 1.54 ଲକ୍ଷ ଟଙ୍କାର ଜୋରିମାନା ଆଦେଶ ଦିଆଯାଇଛି ।

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.