ETV Bharat / bharat

ଆଜି ଦିନ 12.30 ରୁ ଟିକେଟ ବୁକିଂ ପ୍ରକିୟା ଆରମ୍ଭ କରିବ ଏୟାର ଇଣ୍ଡିଆ

ମେ 25ରେ ଘରୋଇ ବିମାନ ଉଡାଣ ଭରିବା ପାଇଁ ବିମାନ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି। ଯାହାକୁ ନେଇ ଆଜି ଦିନ 12 ଟା 30 ପରଠୁ ଏୟାର ଇଣ୍ଡିଆ ବିମାନ ଟିକେଟ୍ ବୁକିଂ ପ୍ରକିୟା ଆରମ୍ଭ କରିବ ବୋଲି ସୂଚନା ଦେଇଛି।

Air India to start bookings for domestic fligh
ଆଜି ରାତି 12.30 ରୁ ଟିକେଟ ବୁକିଂ ପ୍ରକିୟା ଆରମ୍ଭ କରିବ ଏୟାର ଇଣ୍ଡିଆ
author img

By

Published : May 22, 2020, 12:25 PM IST

ନୂଆଦିଲ୍ଲୀ: ଲକଡାଉନ 4.0 ରେ କୋହଳ ହୋଇଛି କଟକଣା। ଆରମ୍ଭ ହେଲାଣି ଗାଡି ମୋଟର ଯାତାୟତ ଓ ବିମାନ ଚଳାଚଳ। ତେବେ ମେ 25ରେ ଘରୋଇ ବିମାନ ଉଡାଣ ଭରିବା ପାଇଁ ବିମାନ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି। ଯାହାକୁ ନେଇ ଆଜି ଦିନ 12 ଟା 30 ପରଠୁ ଏୟାର ଇଣ୍ଡିଆ ବିମାନ ଟିକେଟ୍ ବୁକିଂ ପ୍ରକିୟା ଆରମ୍ଭ କରିବ ବୋଲି ସୂଚନା ଦେଇଛି।

ଏୟାର ଇଣ୍ଡିଆରେ ଯିବାକୁ ଇଚ୍ଛୁକ ଥିବା ଯାତ୍ରୀ ମାନେ ଏହାର ୱେବସାଇଟରେ ଲଗଇନ କରିପାରିବେ କିମ୍ବା ପ୍ରାଧିକୃତ ଟ୍ରାଭେଲ ଏଜେଣ୍ଟଙ୍କ ସହ ଯୋଗାଯୋଗ କରିପାରିବେ। ନଚେତ୍ ଏୟାର ଇଣ୍ଡିଆ ବୁକିଂ କାର୍ଯ୍ୟାଳୟ ଗ୍ରାହକଙ୍କ ସୁବିଧା ଅସୁବିଧା ବୁଝିବେ ବୋଲି ଜାତୀୟ ପରିବହନକାରୀ ସଂସ୍ଥା କହିଛନ୍ତି।

ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂ ପୁରୀ ବୁଧବାର କହିଥିଲେ ଯେ ଘରୋଇ ଯାତ୍ରୀ ବିମାନ ସେବା ଆସନ୍ତା 25 ତାରିଖରୁ ସୁଚାରୁ ରୂପରେ ଆରମ୍ଭ ହେବ। ତେଣୁ ସମସ୍ତ ବିମାନ ବନ୍ଦର କର୍ତ୍ତୃପକ୍ଷ ଚଳାଚଳ ଆରମ୍ଭ କରିବାକୁ ପ୍ରସ୍ତୁତ ରୁହନ୍ତୁ।

କେତେକ ଘରୋଇ ବିମାନ କମ୍ପାନୀ ମଧ୍ୟ ଜୁନ୍ 1 ରୁ ଘରୋଇ ଯାତ୍ରୀ ବିମାନ ସେବା ପାଇଁ ବୁକିଂ ନେବା ଆରମ୍ଭ କରି ଦେଇଛନ୍ତି। ଇଣ୍ଡିଗୋ, ସ୍ପାଇସଜେଟ୍, ଭିଷ୍ଟାରା ଏବଂ ଗୋ ଏୟାର୍ ସମସ୍ତେ ଜୁନ୍ ମାସ ପାଇଁ ବୁକିଂ ଗ୍ରହଣ କରୁଛନ୍ତି।

ବିମାନ ଅବଧି ଉପରେ ନିର୍ଭର କରି ସାତୋଟି ବ୍ୟାଣ୍ଡରେ 2,000 ରୁ 18,600 ଟଙ୍କା ମଧ୍ୟରେ ଟିକେଟ୍ କ୍ୟାପ୍ କରାଯିବ ବୋଲି ସରକାର ଗୁରୁବାର ଦିନ କହିଛନ୍ତି । କୋରୋନା ସଙ୍କଟ କାରଣରୁ ଦୁଇମାସ ସ୍ଥଗିତ ରହିବା ପରେ ବିମାନ ଯାତ୍ରା ଆରମ୍ଭ ହେବାର ବିବରଣୀ ଘୋଷଣା ହୋାଇଛି । 40 ମିନିଟରୁ କମ୍ ବିମାନରେ ସର୍ବନିମ୍ନ ମୂଲ୍ୟ 2,000 ଏବଂ ସର୍ବାଧିକ 6,000 ଟଙ୍କା ଧାର୍ଯ୍ୟ କରାଯାଇଛି ବୋଲି ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶକ (ଡିଜିସିଏ) କହିଛନ୍ତି ।

40 ରୁ 60 ମିନିଟ୍ ମଧ୍ୟରେ ବିମାନ ଉଡ଼ାଣ ପାଇଁ 2500 ରୁ 7,500 ଟଙ୍କା ମଧ୍ୟରେ ଭଡା ସୀମା ରହିବ ବୋଲି କହିଛନ୍ତି । ଦିଲ୍ଲୀ-ମୁମ୍ବାଇ ମାର୍ଗ ପରି 90 ରୁ 120 ମିନିଟ୍ ମଧ୍ୟରେ ବିମାନର କମ୍ ଏବଂ ଉପର ଭଡା ସୀମା 3500 ରୁ 10,000 ଟଙ୍କା ରହିବ ବୋଲି ଡିଜିସିଏ ସୂଚନା ପ୍ରଦାନ କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.