ETV Bharat / bharat

ବନ୍ଦେ ଭାରତ ମିଶନ ପାଇଁ ଆଉ 14 ବିମାନ ଘୋଷଣା କଲା ଏୟାର ଇଣ୍ଡିଆ - ଏୟାର ଇଣ୍ଡିଆ ବିମାନ

ବ୍ରିଟେନରେ ଫସି ରହିଥିବା ଭାରତୀୟଙ୍କୁ ସ୍ବଦେଶ ଫେରାଇ ଆଣିବା ପାଇଁ ଏୟାର ଇଣ୍ଡିଆ ବିମାନ ବନ୍ଦେ ଭାରତ ମିଶନ ଅଧିନରେ ଭାରତ ଏବଂ ବ୍ରିଟେନ ମଧ୍ୟରେ 14ଟି ଅତିରିକ୍ତ ବିମାନ ଘୋଷଣା କରିଛି।

_bande bharat mission
ଭାରତ ଏବଂ ବ୍ରିଟେନ ମଧ୍ୟରେ 14ଟି ଅତିରିକ୍ତ ବିମାନ ଘୋଷଣା କଲା ଏୟାର ଇଣ୍ଡିଆ ବିମାନ
author img

By

Published : Jul 13, 2020, 11:00 AM IST

ନୂଆଦିଲ୍ଲୀ: କୋରୋନା ମହାମାରୀ ମଧ୍ୟରେ ବିଦେଶରେ ଫସି ରହିଥିବା ଭାରତୀୟଙ୍କୁ କେନ୍ଦ୍ର ସରକାର ବନ୍ଦେ ଭାରତ ମିଶନ ଅଧିନରେ ସ୍ବଦେଶ ଫେରାଇ ଆଣୁଛନ୍ତି । ଏହା ମଧ୍ୟରେ ବ୍ରିଟେନରେ ଫସି ରହିଥିବା ଭାରତୀୟଙ୍କୁ ସ୍ବଦେଶ ଫେରାଇ ଆଣିବା ପାଇଁ ଏୟାର ଇଣ୍ଡିଆ ବିମାନ ବନ୍ଦେ ଭାରତ ମିଶନ ଅଧିନରେ ଭାରତ ଏବଂ ବ୍ରିଟେନ ମଧ୍ୟରେ 14ଟି ଅତିରିକ୍ତ ବିମାନ ଘୋଷଣା କରିଛି।

ଏହି ବିମାନ ଜୁଲାଇ 15ରୁ ଜୁଲାଇ 24 ମଧ୍ୟରେ ଚଳାଚଳ କରିବ । ତେବେ ଆଜି (ସୋମବାର) ଅପରାହ୍ନ 2ଟା ଠାରୁ ଏନେଇ ଟିକେଟ ବୁକିଂ ଆରମ୍ଭ ହେବ । ଯାହା ଆଇଏସଟି ୱେବସାଇଟରେ ଉପଲବ୍ଧ ହେବ । ଏଥିସହ ଯାତ୍ରୀ ଚାହିଁଲେ ଏୟାରପୋର୍ଟ ଏବଂ ସିଟି ବୁକିଙ୍ଗ୍ ଅଫିସ ଯାଇ ଟିକେଟ ବୁକିଂ କରିପାରିବେ । ତେବେ ଲଣ୍ଡନ ପାଇଁ ଦିଲ୍ଲୀ, ମୁମ୍ବାଇ, ବେଙ୍ଗାଲୁରୁ, ଅହମ୍ମଦାବାଦ, ଚେନ୍ନାଇ ଏବଂ ଅମୃତସର ସମେତ ଅନେକ ସହରରୁ ବିମାନ ଚଳାଚଳ ଧାର୍ଯ୍ୟ କରାଯାଇଛି।

ଅନ୍ୟ ଏକ ଟ୍ୱିଟରେ ଏୟାରଲାଇନ୍ସ କହିଛି, ଜୁଲାଇ 25 ରୁ 28 ମଧ୍ୟରେ ବନ୍ଦେ ଭାରତ ମିଶନ ଅଧିନରେ ଅତିରିକ୍ତ ବିମାନ ଚଳାଚଳ କରିବ । ଯାହା ଦିଲ୍ଲୀ, ମୁମ୍ବାଇ, ବେଙ୍ଗାଲୁରୁ ଏବଂ ଚେନ୍ନାଇ ସହ ନେଦରଲାଣ୍ଡର ଆମଷ୍ଟେରଡାମ ସଂଯୋଗ କରିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.