ହାଇଦ୍ରାବାଦ୍: ଆଇଏଏଫ ଶାଖାର ଫ୍ଲାଇଟ୍ କ୍ୟାଡେଟମାନଙ୍କର ପ୍ରି-କମିଶନ ଟ୍ରେନିଂର ସଫଳ ପରେ ଆୟୋଜିତ ହୋଇଯାଇଛି ଗ୍ରାଜୁଏସନ୍ ପରେଡ୍ । ବାୟୁସେନା ଏକାଡେମୀ ପକ୍ଷରୁ ଶନିବାର ହାଇଦ୍ରାବାଦର ଦୁଣ୍ଡିଗାଲରେ ଏହାର ମିଳିତ ଗ୍ରାଜୁଏସନ୍ ପରେଡ୍ (CGP)ଆୟୋଜନ ହୋଇଛି। ଏଥିରେ 19 ଜଣ ମହିଳା ଅଧିକାରୀଙ୍କ ସମେତ 123 ଜଣ ବାୟୁ ସେନା ଯୋଦ୍ଧାଙ୍କୁ ଭାରତୀୟ ବାୟୁସେନା (IAF) ଦ୍ୱାରା ନିଯୁକ୍ତ ଦିଆଯିବ।
ଏହି କାର୍ଯ୍ୟକ୍ରମରେ ଏୟାର ଷ୍ଟାଫ୍ ମୁଖ୍ୟ ଚିଫ୍ ମାର୍ଶଲ ରାକେଶ କୁମାର ଭଦୋରିଆ ଯୋଗ ଦେଇଛନ୍ତି। ସମସ୍ତ ପାସ ଆଉଟ୍ କ୍ୟାଡେଟ ମାନଙ୍କ ପରେଡର ସମୀକ୍ଷା କରୁଛନ୍ତି ବାୟୁ ସେନା ଅଧିକାରୀ। ଏହାସହ ଫ୍ଲାଇଙ୍ଗ୍ ଏବଂ ନେଭିଗେସନ୍ ତାଲିମ ପରେ କ୍ୟାଡେଟମାନଙ୍କୁ ‘ୱିଙ୍ଗ୍’ ଏବଂ ‘ବ୍ରେଭେଟ୍’ ପ୍ରଦାନ କରାଯିବ।

ଆଇଏଏଫ୍ ମୁଖ୍ୟ ଭାରତୀୟ ନୌସେନା ଏବଂ ଇଣ୍ଡିଆନ୍ କୋଷ୍ଟଗାର୍ଡ (ଆଇସିଜି) ଅଧିକାରୀଙ୍କୁ ମଧ୍ୟ 'ୱିଙ୍ଗ୍ସ' ଉପସ୍ଥାପନ କରିବେ। ଯେଉଁମାନେ ଏଏଫଏରେ ଫ୍ଲାଇଙ୍ଗ୍ ଟ୍ରେନିଂ ସଫଳତାର ସହ ସମାପ୍ତ କରିଛନ୍ତି। ଏହି ସମସ୍ତ 123 କ୍ୟାଡେଟଙ୍କୁ ‘ରାଷ୍ଟ୍ରପତି କମିଶନ’ ପ୍ରଦାନ କରାଯିବ।

ଆଇଏଏଫ ଇତିହାସରେ ପ୍ରଥମ ଥର ପାଇଁ କୋରୋନା ଭାଇରସ ବିସ୍ତାରକୁ ଦୃଷ୍ଟିରେ ରଖି କ୍ୟାଡେଟଙ୍କ ପିତାମାତା ଏବଂ ପରିବାର ସଦସ୍ୟମାନେ ଏହି ପାସ ଆଉଟ୍ ପରେଡରେ ଉପସ୍ଥିତ ରହି ନାହାଁନ୍ତି।