ETV Bharat / bharat

ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ଏୟାର ଏସିଆ ବିମାନ, ଧକ୍କା ଦେଲା ପକ୍ଷୀ

ରାଞ୍ଚିରୁ ମୁମ୍ବାଇ ଅଭିମୁଖେ ଯାଉଥିବା ଏୟାର ଏସିଆ ବିମାନ (i5-632)ଟି ଟେକ ଅଫ କରୁଥିବା ସମୟରେ ଏକ ପକ୍ଷୀ ଧକ୍କା ଦେଇଥିଲା। ଏହାପରେ ବିମାନକୁ ରାଞ୍ଚିର ବିର୍ସା ମୁଣ୍ଡା ବିମାନ ବନ୍ଦରରେ ଜରୁରୀକାଳୀନ ଅବତରଣ କରାଯାଇଥିଲା ।

author img

By

Published : Aug 8, 2020, 5:10 PM IST

ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ଏୟାର ଏସିଆ ବିମାନ

ରାଞ୍ଚି: ଦେଶର ଆଉ ଏକ ବିମାନ ଦୁର୍ଘଟଣା ହେଉ ହେଉ ଅଳ୍ପକେ ବର୍ତ୍ତି ଯାଇଛି। ରାଞ୍ଚିରୁ ମୁମ୍ବାଇ ଅଭିମୁଖେ ଯାଉଥିବା ଏୟାର ଏସିଆ ବିମାନ (i5-632)ଟି ଟେକ ଅଫ କରୁଥିବା ସମୟରେ ଏକ ପକ୍ଷୀ ଧକ୍କା ଦେଇଥିଲା। ଏହାପରେ ବିମାନକୁ ରାଞ୍ଚିର ବିର୍ସା ମୁଣ୍ଡା ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କରାଯାଇଥିଲା । ତେବେ ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା କୁହାଯାଉଛି।

ବର୍ତ୍ତମାନ ଇଞ୍ଜିନ ପରୀକ୍ଷା କରାଯାଉଛି। ଏହା ଏକ ସାଧାରଣ ଘଟଣା ବୋଲି ବିମାନବନ୍ଦର ପ୍ରାଧିକରଣର ନିର୍ଦ୍ଦେଶକ ବିନୋଦ ଶର୍ମା କହିଛନ୍ତି । ସବୁକିଛି ଯାଞ୍ଚ କରିବା ପରେ ଏୟାର ଏସିଆ ବିମାନ କିଛି ସମୟ ମଧ୍ୟରେ ମୁମ୍ବାଇ ଅଭିମୁଖେ ଯାତ୍ରା କରିବ ବୋଲି ସେ କହିଛନ୍ତି । ରିପୋର୍ଟ ଅନୁଯାୟୀ, ଏହି ବିମାନରେ 176 ଜଣ ଯାତ୍ରୀ ଥିଲେ।

ଏହା ପୂର୍ବରୁ କେରଳ କରିପୁରସ୍ଥିତ କୋଝିକୋଡ ବିମାନ ବନ୍ଦରରେ ଦୁବାଇରୁ ଆସିଥିବା ଏୟାର ଇଣ୍ଡିଆର ଏକ ବିମାନ ରନଓ୍ବେରେ କ୍ରାସ୍ ଲ୍ୟାଣ୍ଡିଂ କରିଥିଲା । ଏଥିରେ ପାଇଲଟ ଏବଂ ସହ-ପାଇଲଟଙ୍କ ସମେତ 19 ଜଣଙ୍କର ମୃତ୍ୟୁ ଘଟିଛି । ବିମାନରେ 6 କ୍ରୁ ମେମ୍ବରଙ୍କ ଓ 10 ଶିଶୁଙ୍କ ସମେତ 184 ଯାତ୍ରୀ ଥିଲେ । ବିମାନଟି ଅବତରଣ କରୁଥିବା ସମୟରେ ରନଓ୍ବେରେ ଦୁର୍ଘଟଣାଗ୍ରସ୍ତ ହୋଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.