ETV Bharat / bharat

ଅଧାରୁ ଫେରିଆସିଲା ଏୟାର ଏସିଆ, ଯାତ୍ରୀ ସାଙ୍ଗରେ ନେଇଥିଲେ ବୋମା !

କୋଲକାତା ରୁ ମୁମ୍ବାଇ ଉଡାଣ ଭରିଥିବା ଏୟାର ଏସିଆର ଫ୍ଲାଇଟରେ ଜଣେ ଯାତ୍ରୀ ନିଜ ସାଙ୍ଗରେ ବୋମା ନେଇ ଯାତ୍ରା କରୁଥିବା ସୂଚନା ଦେଲେ । ଏହାପରେ ବିମାନରେ ଚାଲିଲା ହୋ-ହାଲ୍ଲା ଏବଂ ଅଧାରୁ ଫେରିଆସିଲା ବିମାନ ।

author img

By

Published : Jan 12, 2020, 11:12 PM IST

ଅଧାରୁ ଫେରିଆସିଲା ଏୟାର ଏସିଆ
ଅଧାରୁ ଫେରିଆସିଲା ଏୟାର ଏସିଆ

କୋଲକାତା: କୋଲକାତା ରୁ ମୁମ୍ବାଇ ଉଡାଣ ଭରିଥିବା ଏୟାର ଏସିଆର ଫ୍ଲାଇଟରେ କିଛି ସମୟ ପାଇଁ ଚାଲିଲା ହୋ-ହାଲ୍ଲା । ଏହି ବିମାନରେ ଯାତ୍ରା କରୁଥିବା ଜଣେ ଯାତ୍ରୀ ନିଜ ସାଙ୍ଗରେ ବୋମା ନେଇ ଯାତ୍ରା କରୁଥିବା ସୂଚନା ଦେବା ପରେ ବିମାନରେ ଭୟରେ ଥରିଲେ ଯାତ୍ରୀ ।

ଏୟାର ଏସିଆ କହିବା ଅନୁସାରେ ଉକ୍ତ ଯାତ୍ରୀ ଜଣକ ଗମ୍ଭୀର ଭାବେ ଚେତାବନୀ ମଧ୍ୟ ଦେଲେ ଯେ, ପାଖରେ ଥିବା ବୋମା କେତେବେଳେ ବି ବିସ୍ଫୋରଣ ହୋଇପାରେ । ଏହା ଶୁଣି ଅଧା ଦୂର ଯାଏଁ ଉଡାଣ ଭରିଥିବା ବିମାନଟି ପୁଣି ଫେରିଆସିଲା । ବିମାନଟି ଫେରିବା ପରେ ଏୟାରପୋର୍ଟରେ ଥିବା ସୁରକ୍ଷାକର୍ମୀଙ୍କ ସାହାଯ୍ୟରେ ଆରମ୍ଭ ହେଲା ଅପରେସନ । ଧମକ ଦେଇଥିବା ବ୍ୟକ୍ତିଙ୍କୁ ବ୍ୟକ୍ତିଗତ ଭାବେ ଯାଞ୍ଚ କରାଯାଇ ଅଟକ ରଖାଯାଇଛି ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.