ETV Bharat / bharat

ଅଯୋଧ୍ୟା ରାୟ: ସମୀକ୍ଷା ଆବେଦନ କରିପାରେ AIMPLB

ଅଯୋଧ୍ୟା ମାମଲାରେ ସୁପ୍ରିମକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରିପାରେ ଏଆଇଏମପିଏଲବି । ଏନେଇ ଶନିବାର ଲକ୍ଷ୍ନୌର ନଦବା କଲେଜରେ ଅଲ ଇଣ୍ଡିଆ ମୁସଲିମ ପର୍ସନାଲ ଲ ବୋର୍ଡ (ଏଆଇଏମପିଏଲବି) ଏବଂ ମୁସଲିମ ପକ୍ଷକାରଙ୍କ ମଧ୍ୟରେ ଗୁରୁତ୍ବପୂର୍ଣ୍ଣ ବୈଠକ ହୋଇଛି ।

author img

By

Published : Nov 16, 2019, 8:04 PM IST

ଫାଇଲ ଫଟୋ

ଲକ୍ଷ୍ନୌ: ଅଯୋଧ୍ୟା ମାମଲାରେ ସୁପ୍ରିମକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରିପାରେ ଏଆଇଏମପିଏଲବି । ଏନେଇ ଶନିବାର ଲକ୍ଷ୍ନୌର ନଦବା କଲେଜରେ ଅଲ ଇଣ୍ଡିଆ ମୁସଲିମ ପର୍ସନାଲ ଲ(ଏଆଇଏମପିଏଲବି) ଏବଂ ମୁସଲିମ ପକ୍ଷକାରଙ୍କ ମଧ୍ୟରେ ଗୁରୁତ୍ବପୂର୍ଣ୍ଣ ବୈଠକ ଆୟୋଜିତ ହୋଇଛି । ତେବେ ଏହି ବୈଠକରେ ସୁପ୍ରିମକୋର୍ଟଙ୍କ ରାୟ ବିରୋଧରେ ସମୀକ୍ଷା ଆବେଦନ ଦାଏର ହେବା ନେଇ ନିଷ୍ପତ୍ତି ହୋଇଛି । ପୁନର୍ବିଚାର ଯାଚିକା ଉପରେ 4 ମୁସଲିମ ପକ୍ଷକାରଙ୍କ ହସ୍ତାକ୍ଷର ମଧ୍ୟ ନିଆଯାଇଛି । କିନ୍ତୁ ବୋର୍ଡର ଅନ୍ତିମ ନିଷ୍ପତ୍ତି ପରେ ସମୀକ୍ଷା ଆବେଦନ ଦାଏର ହେବ ବୋଲି ଜଣାପଡିଛି ।

ଭିଡିଓ ସୌଜନ୍ୟ: ଇଟିଭି ଭାରତ

ସେପଟେ ରାମଜନ୍ମ ଭୂମି-ବାବ୍ରୀ ମସଜିଦ ମାମଲାର ଅନ୍ୟତମ ପକ୍ଷକାର ଇକବାଲ ଅନସାରୀ ଏବଂ ସୁନ୍ନୀ ୱାକଫ ବୋର୍ଡ ଏହି ବୈଠକକୁ ବହିଷ୍କାର କରିଛନ୍ତି । ସୁପ୍ରିମକୋର୍ଟଙ୍କ ରାୟ ସର୍ବୋପରେ ବୋଲି ସେମାନେ କହିଛନ୍ତି ।

ଅଯୋଧ୍ୟା ମାମଲାରେ ସୁପ୍ରିମକୋର୍ଟଙ୍କ ରାୟ ପରେ ହିଁ ବାବ୍ରୀ ମସଜିଦ ପକ୍ଷକାର ପୁନର୍ବିଚାର ଯାଚିକା ଆବେଦନ କରିବା ନେଇ ଚର୍ଚ୍ଚା ହେଉଥିଲା । ଏହାକୁ ନେଇ ଆସନ୍ତା ରବିବାର ଅଲ ଇଣ୍ଡିଆ ମୁସଲିମ ପର୍ସନାଲ ଲ ବୋର୍ଡର ଗୁରୁତ୍ବପୂର୍ଣ୍ଣ ବୈଠକ ଆୟୋଜିତ ହେବ । ତେବେ ଏହା ପୂର୍ବରୁ ଶନିବାର ବୋର୍ଡ ସଦସ୍ୟ ମୁସଲିମ ପକ୍ଷକାରଙ୍କ ସହ ଆଲୋଚନା କରିଛନ୍ତି ।

sample description
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.