ନୂଆଦିଲ୍ଲୀ: କୋରୋନା ମହାମାରୀ ପାଇଁ ପୁରା ବିଶ୍ବ ହନ୍ତସନ୍ତ । କୋରୋନାର କରାଳ ଚିତ୍ର ସବୁ ଆଡେ ଦେଖିବାକୁ ମିଳିଛି । ତେବେ କୋରୋନା ମୁକାବିଲାକୁ ପ୍ରତିହତ କରିବା ପାଇଁ ଏବେ କିଛି ମାତ୍ରାରେ ପ୍ଲାଜମା ଥେରାପିକୁ ଗ୍ରହଣ କରାଯାଉଛି । ତେବେ ନୂଆଦିଲ୍ଲୀରେ ପ୍ଲାଜମା ଦେଇ ଚର୍ଚ୍ଚାରେ ଜଣେ 18 ବର୍ଷୀୟ ଯୁବକ ।
ସୂଚନା ଅନୁସାରେ, AIIMS ରେ କାର୍ଯ୍ୟରତ ନର୍ସିଂ ଅଫିସର ଲୋକେଶଙ୍କ କୋରୋନା ପଜିଟିଭ ବୋଲି ଜଣାପଡିଥିଲା । ପରେ ନିଜ ପରିବାର ସହ ସମସ୍ତ ପରୀକ୍ଷା କରାଇବା ପରେ ଅଫିସର ଓ ତାଙ୍କ ପୁଅ ପଜିଟିଭ ଜଣାପଡିଥିଲା । ତେବେ ଉଭୟେ ବାପ ପୁଅ ଜୁନ ମାସ 6 ତାରିଖରେ ଚିକିତ୍ସା ପାଇଁ ଏମସରେ ଭର୍ତ୍ତି ହୋଇଥିଲେ । ପରେ ଚିକିତ୍ସା ପରେ ଜୁନ 13ରେ ଡିସଚାର୍ଜ ହୋଇଥିଲେ।
ତେବେ ନିୟମ ଅନୁସାରେ ଗୋଟିଏ ମାସ ପରେ ଉଭେୟ ବାପ ପୁଅ ପୁଣିଥରେ ହସ୍ପିଟାଲରେ ପହଞ୍ଚିଥିଲେ । ଉକ୍ତ ବ୍ୟକ୍ତି ଜଣଙ୍କ ରକ୍ତଦାନ କରିଥିବା ବେଳେ 18 ବର୍ଷୀୟ ଯୁବକ ପ୍ଲାଜମା ଦାନ କରିଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ