ETV Bharat / bharat

ସ୍ବଦେଶୀ ଟିକା ପ୍ରଶଂସାରେ AIIMS ନିର୍ଦ୍ଦେଶକ - ଡାକ୍ତର ରଣଦୀପ ସିଂ ଗୁଲେରିଆ ମନ୍ତବ୍ୟ

ଭାରତୀୟ ଲାବୋରେଟୋରୀ ଦ୍ବାରା ସ୍ବଦେଶୀ ଟିକା ତିଆରିରେ ମିଳିଥିବା ସଫଳତାକୁ ପ୍ରଶଂସା କରିଛନ୍ତି ଏମ୍ସ ନିର୍ଦ୍ଦେଶକ ଡାକ୍ତର ରଣଦୀପ ସିଂ ଗୁଲେରିଆ । ଅଧିକ ପଢନ୍ତୁ...

ସ୍ବେଦେଶୀ ଟିକା ପ୍ରସ୍ତୁତରେ ଦେଶର ସଫଳତାକୁ ପ୍ରଶଂସା କଲେ AIIMS ନିର୍ଦ୍ଦେଶକ

author img

By

Published : Jan 3, 2021, 10:10 PM IST

ନୂଆଦିଲ୍ଲୀ: ଭାରତୀୟ ଲାବୋରେଟୋରୀ ଦ୍ବାରା ସ୍ବଦେଶୀ ଟିକା ତିଆରିରେ ମିଳିଥିବା ସଫଳତାକୁ ପ୍ରଶଂସା କରିଛନ୍ତି ଏମ୍ସ ନିର୍ଦ୍ଦେଶକ ଡାକ୍ତର ରଣଦୀପ ସିଂ ଗୁଲେରିଆ । ଭାରତରେ ଟିକା ପ୍ରସ୍ତୁତ ହେବା ଆମ ସମସ୍ତଙ୍କ ପାଇଁ ଏକ ଗର୍ବର ମୂହୁର୍ତ୍ତ ବୋଲି ମଧ୍ୟ ସେ କହିଛନ୍ତି । ଅତୀତ ତୁଳନାରେ ଯେଉଁଠାରେ ପିପିଇ କିଟ କିମ୍ବା ଏନ-95ମାସ୍କ ପରି ବିଭିନ୍ନ ଉତ୍ପାଦ ଆମଦାନୀ ଉପରେ ନିର୍ଭର କରିବାକୁ ପଡୁଥିଲା ତାହା ଉତ୍ପାଦନରେ ଭାରତ ଏବେ ଆତ୍ମ ନିର୍ଭରଶୀଳ ହୋଇ ପାରିଛି । ସେହିପରି ଆଜିର ଏ ସଫଳତା ପାଇଁ ଆମକୁ ଟିକାକରଣ ଉପରେ ମଧ୍ୟ ଅନ୍ୟ ଦେଶ ଉପରେ ନିର୍ଭରଶୀଳ ହେବାକୁ ପଡିବ ନାହିଁ ବୋଲି ମତ ରଖିଛନ୍ତି ଡାକ୍ତର ଗୁଲେରିଆ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ଏହି ଟିକା ବ୍ୟବହାର କେତେ ପ୍ରତିଶତ ନିରାପଦ ତାହା ବିଭିନ୍ନ ପର୍ଯ୍ୟାୟରେ ଅନୁଧ୍ୟାନ କରିବାର ଆବଶ୍ୟକତା ରହିଛି । ଭାରତର ସ୍ବଦେଶୀ ଟିକା ବ୍ୟବହାରିକ ଅନୁମୋଦନ ପାଇବା ପାଇଁ ଡ୍ରଗ୍ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆ (DCGI) ଙ୍କ ସହମତି ପାଇବା ପରେ ଦେଶ ବ୍ୟାପି ଖୁସିର ଲହରି ଖେଳିଯାଇଛି ।

ଡାକ୍ତର ଗୁଲେରିଆ ଚେତାବନୀ ଦେଇଛନ୍ତି ଯେ ବୟସ୍କ ଲୋକଙ୍କ ଠାରେ ଏହି ସଂକ୍ରମଣ ହେବାର ଆଶଙ୍କ ଅଧିକ ଥିବାରୁ ସେମାନଙ୍କୁ ଏହା ପ୍ରାଥମିକତା ଆଧାରରେ ଟିକା ପ୍ରଦାନ କରିବାର ଆବଶ୍ୟକତା ରହିଛି । ଅଧିକ ବିପଦପୁର୍ଣ୍ଣ ବା ସମ୍ବେଦନଶୀଳ ଗୋଷ୍ଠୀକୁ ଟୀକାକରଣ କରି ମୃତ୍ୟୁହାର ହ୍ରାସ କରଯାଇ ପାରିବା ନେଇ ସେ ପରାମର୍ଶ ମଧ୍ୟ ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.