ଚେନ୍ନାଇ: କୋରୋନା ଭାଇରସରେ ସଂକ୍ରମିତ ହେଲେ ଏଆଇଏଡିଏମକେର ଜଣେ ବିଧାୟକ । ଚିକିତ୍ସା ପାଇଁ ତାଙ୍କୁ ଚେନ୍ନାଇର କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଚେନ୍ନାଇର ଏମଆଇଓଟି ଇଣ୍ଟରନ୍ୟାସନାଲ ହସ୍ପିଟାଲ ଶନିବାର ଏନେଇ ସୂଚନା ଦେଇଛି ।
ସୂଚନାଯୋଗ୍ୟ ଯେ, ଦେଶରେ କୋରୋନା ଭାଇରସର ମାମଲା ଦିନକୁ ଦିନ ବଢିବାରେ ଲାଗିଛି । ଶନିବାର ଦେଶରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା 3 ଲକ୍ଷ ଟପିଥିବା ବେଳେ ମୃତ୍ୟୁ ସଂଖ୍ୟା 8884କୁ ପହଞ୍ଚିଛି । ତେବେ ତାମିଲନାଡୁ ଦେଶର ଦ୍ବିତୀୟ ସର୍ବାଧିକ କୋରୋନା ପ୍ରଭାବିତ ରାଜ୍ୟ ପାଲଟିଛି । ରାଜ୍ୟରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 40,698 ଥିବା ବେଳେ 18,284ଟି ସକ୍ରିୟ ମାମଲା ରହିଛି । ସେହିପରି ରାଜ୍ୟରେ 22,047 ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ 367 ଜଣ ପ୍ରାଣ ହରାଇଛନ୍ତି ।
ସୌଜନ୍ୟ@ANI