ETV Bharat / bharat

49ତମ ପ୍ରତିଷ୍ଠା ଦିବସ ପାଳିଲା ଏଆଇଏଡିଏମକେ - ଏଆଇଏଡିଏମକେ

ତାମିଲନାଡୁ ଉପମୁଖ୍ୟମନ୍ତ୍ରୀ ଓ. ପନିରସିଲଭମଙ୍କ ଉପସ୍ଥିତିରେ ଚେନ୍ନାଇ ପାର୍ଟି ଅଫିସରେ (ଏଆଇଏଡିଏମକେ ) 49 ତମ ପ୍ରତିଷ୍ଠା ଦିବସ ପାଳନ କରିଛି। ଅଧିକ ପଢନ୍ତୁ:

49ତମ  ପ୍ରତିଷ୍ଠା ଦିବସ ପାଳିଲା ଏଆଇଏଡିଏମକେ
49ତମ ପ୍ରତିଷ୍ଠା ଦିବସ ପାଳିଲା ଏଆଇଏଡିଏମକେ
author img

By

Published : Oct 17, 2020, 4:48 PM IST

ଚେନ୍ନାଇ: 49 ତମ ପ୍ରତିଷ୍ଠା ଦିବସ ପାଳିଲା ଏଆଇଏଡିଏମକେ । ଶନିବାର ଦିନ ତାମିଲନାଡୁ ଉପମୁଖ୍ୟମନ୍ତ୍ରୀ ଓ. ପନିରସିଲଭମଙ୍କ ଉପସ୍ଥିତିରେ ଚେନ୍ନାଇ ପାର୍ଟି ଅଫିସରେ ଅଲ ଇଣ୍ଡିଆ ଆନ୍ନା ଦ୍ରାବିଡ ମୁନେତ୍ରା କାଝଗାମ (ଏଆଇଏଡିଏମକେ ) 49 ତମ ପ୍ରତିଷ୍ଠା ଦିବସ ପାଳନ କରିଛି।

ଏହି ଅବସରରେ ପାର୍ଟି ଅଫିସରେ ବିଭିନ୍ନ ଦଳର ନେତାମାନେ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମରେ ତାମିଲନାଡୁ ମନ୍ତ୍ରୀ ତଥା ଏଆଇଏଡିଏମକେ ନେତା ଡି ଜୟକୁମାର କହିଛନ୍ତି ଯେ, ‘2021 ବିଧାନସଭା ନିର୍ବାଚନରେ ଆମ ​​ଦଳ ନିଶ୍ଚିତ ବିଜୟ ହାସଲ କରିବ । ଆଜି ଏଆଇଏଡିଏମକେର ପ୍ରତିଷ୍ଠା ଦିବସ ପାଳନ କରୁଛୁ। ଆସନ୍ତା ବର୍ଷ ଦଳ ପ୍ରତିଷ୍ଠାକୁ 50 ବର୍ଷ ହେବ । ତାମିଲନାଡୁରେ ଦୀର୍ଘ ବର୍ଷ ଧରି ଶାସନ କରିଆସୁଥିବା ଦଳ ଆସନ୍ତା ବର୍ଷ ମଧ୍ୟ କ୍ଷମତାରେ ରହିବ। କଂଗ୍ରେସ ଏବଂ ଡିଏମକେ ସମୟ ସମାପ୍ତ ହୋଇଛି’ ବୋଲି ସେ କହିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି, ଏଆଇଏଡିଏମକେ ହେଉଛି ଏକ ଏପରି ସରକାର ଯିଏ ସାମାଜିକ ନ୍ୟାୟ ପାଇଁ ସର୍ବଦା ଲୋକମାନଙ୍କ ପାଇଁ ଛିଡା ହୋଇଛି । ଆମ ଦଳ ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ସ୍ୱପ୍ନ ପୂରଣ କରିବ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.