ETV Bharat / bharat

ଟ୍ରମ୍ପଙ୍କ ଗସ୍ତ ପୂର୍ବରୁ ଅହମଦାବାଦରେ ଚଢାଉ, କିଛି ଅସାମାଜିକ ବ୍ୟକ୍ତି ଅଟକ - ଟ୍ରମ୍ପଙ୍କ ଗସ୍ତ ପୂର୍ବରୁ ଅହମଦାବାରେ ଚଢାଉ

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଅହମଦାବାଦ ଯାତ୍ରା ପୂର୍ବରୁ ସହରରେ ଚଢାଉ ହୋଇଥିବା ନେଇ ସୂଚନା ଦେଲେ ପୋଲିସ କମିଶନର ଆଶିଷ ଭାଟ୍ଟିଆ । ଏହି ଚଢାଉରେ କିଛି ଅସାମାଜିକ ବ୍ୟକ୍ତିଙ୍କୁ ଅଟକ ରଖାଯାଇଛି । ଅଧିକ ପଢନ୍ତୁ...

ଭିଡିଓ ସୌଜନ୍ୟ: ଇଟିଭି ଭାରତ
ଭିଡିଓ ସୌଜନ୍ୟ: ଇଟିଭି ଭାରତ
author img

By

Published : Feb 23, 2020, 5:48 PM IST

Updated : Feb 23, 2020, 7:27 PM IST

ଅହମଦାବାଦ: ଆଉ ଗୋଟିଏ ଦିନ ପରେ ଭାରତରେ ପହଞ୍ଚିବେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଆମେରିକା ରାଷ୍ଟ୍ରପତିଙ୍କ ଭାରତ ଗସ୍ତକୁ ନେଇ ସୁରକ୍ଷା ବ୍ୟବସ୍ଥା କଡାକଡି ରହିଛି । ସୋମବାର ମଧ୍ୟାହ୍ନରେ ଅହମଦାବାଦ ବିମାନ ବନ୍ଦରରେ ପହଞ୍ଚିବେ ଟ୍ରମ୍ପ । ଏଥିପାଇଁ ସମ୍ପୂର୍ଣ୍ଣ ସୁରକ୍ଷା ବଳୟ ଭିତରେ ରହିଛି ଅହମଦାବାଦ ସହର । ଟ୍ରମ୍ପଙ୍କ ଗସ୍ତ ପୂର୍ବରୁ ସହରର ବିଭିନ୍ନ ସ୍ଥାନରେ ଚଢାଉ କରିଛି ପୋଲିସ । ଏହି ଚଢାଉରେ କିଛି ଅସାମାଜିକ ବ୍ୟକ୍ତି ଧରାପଡିଥିବା ସାମ୍ବାଦିକ ମମ୍ମିଳନୀରେ ସୂଚନା ଦେଇଛନ୍ତି ଅହମଦାବାଦ ପୋଲିସ କମିଶନର ଆଶିଷ ଭାଟ୍ଟିଆ ।

ଭିଡିଓ ସୌଜନ୍ୟ: ଇଟିଭି ଭାରତ

ଅହମଦାବାଦ ପୋଲିସ କମିଶନର କହିଛନ୍ତି ଯେ ଶନିବାର ରାତିରେ କିଛି ସ୍ଥାନରେ କୁମ୍ବିଙ୍ଗ ହୋଇଥିଲା । ଏଥିରେ କିଛି ଲୋକ ଧରାପଡିଛନ୍ତି । ତେବେ କେତେ ଜଣ ଧରା ପଡିଛନ୍ତି ସେ ନେଇ କୌଣସି ସୂଚନା ନଥିବା କହିଛନ୍ତି କମିଶନର । ଏହାସହ ଆମେରିକା ରାଷ୍ଟ୍ରପତି ସାବରମତୀର ଗାନ୍ଧୀ ଆଶ୍ରମ ଭ୍ରମଣରେ ଯିବାକୁ ଥିବାରୁ ସୁରକ୍ଷା ସହ ଟ୍ରାଫିକ ବ୍ୟବସ୍ଥା କଡାକଡି କରିଦିଆଯାଇଛି ।

ଟ୍ରମ୍ପଙ୍କଙ୍କ ଅହମଦାବାଦ ଗସ୍ତକୁ ନେଇ 33 ଜଣ ଡେପୁଟି କମିଶନର, 75 ଏସିପି, 300 ପୋଲିସ ଅଧିକାରୀ, 1000 ଏସଆଇ, 12 ହଜାର ଯବାନ ଓ 2 ହଜାର ମହିଳା ପୋଲିସ ଅଫିସରଙ୍କୁ ପୁରା ସହରରେ ନିୟୋଜିତ କରାଯାଇଥିବା କମିଶନର ଭାଟ୍ଟିଆ ସୂଚନା ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Feb 23, 2020, 7:27 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.