ETV Bharat / bharat

ନିର୍ବାଚନ ଘୋଷଣାପତ୍ର ପୂର୍ବରୁ କେଜ୍ରିଓ୍ବାଲଙ୍କ ଗ୍ୟାରେଣ୍ଟି କାର୍ଡ ଜାରି - arvind kejriwa lguarantee card

ନିର୍ବାଚନ ଘୋଷଣା ପତ୍ର ପୂର୍ବରୁ ନିଜର 10ଟି କାମ ଉପରେ ଗ୍ୟାରେଣ୍ଟି କାର୍ଡ ଜାରି କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ ସରକାର। ଏଥିରେ ସ୍ବଚ୍ଛତା, ସ୍ବାସ୍ଥ୍ୟ, ବିଜୁଳି ଓ ପାନୀୟ ଜଳର ପ୍ରତିଶ୍ରୃତି ରହିଛି। ଅଧିକ ପଢନ୍ତୁ...

ଘୋଷଣାପତ୍ର ପୂର୍ବରୁ ଗ୍ୟାରେଣ୍ଟି କାର୍ଡ ଜାରି କଲେ କେଜ୍ରିଓ୍ବାଲ

author img

By

Published : Jan 19, 2020, 5:36 PM IST

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନକୁ ଆଉ ରହିଛି ଅଳ୍ପ ଦିନ ବାକି। ତୃତୀୟ ଥର ପାଇଁ ରାଜଧାନୀର ଶାସନ ଗାଦି ଦଖଲ କରିବାକୁ ପ୍ରଚାର ଅଭିଯାନ ଆରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରଓ୍ବାଲ। ନିର୍ବାଚନ ଘୋଷଣା ପତ୍ର ପୂର୍ବରୁ ନିଜର 10ଟି କାମ ଉପରେ ଗ୍ୟାରେଣ୍ଟି କାର୍ଡ ଜାରି କରିଛନ୍ତି କେଜ୍ରିଓ୍ବାଲ ସରକାର। ଆଗାମୀ 10 ଦିନ ମଧ୍ୟରେ ଘୋଷଣା ପତ୍ର ଜାରି ହେବ ବୋଲି କହିଛନ୍ତି ଆମ ଆଦମୀ ପାର୍ଟି(ଆପ) ମୁଖିଆ। ନିର୍ବାଚନ ପୂର୍ବରୁ ସେ 10ଟି ଯୋଜନା ତଥା ପ୍ରତିଶ୍ରୃତିର ଗ୍ୟାରେଣ୍ଟି ଦେଇଛନ୍ତି। ଏହା ସହ ତାଙ୍କ ସରକାରରେ କାର୍ଯ୍ୟକାରୀ ହେଉଥିବା କୌଣସି ସରକାରୀ ଯୋଜନାକୁ ବନ୍ଦ କରାଯିବ ନାହିଁ ବୋଲି ସେ କହିଛନ୍ତି।

ଜାଣନ୍ତୁ କ’ଣ ରହିଛି କେଜ୍ରିଓ୍ବାଲଙ୍କ ଗ୍ୟାରେଣ୍ଟି କାର୍ଡ...

ଗ୍ୟାରେଣ୍ଟି 1- ଝଲସିବ ଦିଲ୍ଲୀ

ସମସ୍ତଙ୍କୁ 24 ଘଣ୍ଟା ବିଜୁଳି ପ୍ରଦାନ, 200 ୟୁନିଟ ପର୍ଯ୍ୟନ୍ତ ମାଗଣା ବିଜୁଳି ଯୋଗାଣ ଯୋଜନା ଆଗକୁ ଜାରି ରହିବ । ସମାପ୍ତ ହେବ ଇଲେକ୍ଟ୍ରିକ ତାରର ଯୁଗ। ପ୍ରତିଟି ଘରକୁ ଅଣ୍ଡର ଗ୍ରାଉଣ୍ଡ କେବୁଲ ଯୋଗେ ପହଞ୍ଚିବ ବିଜୁଳି।

ଗ୍ୟାରେଣ୍ଟି 2- ପ୍ରତି ଘର ନଳକୁ ଜଳ

ଦିଲ୍ଲୀର ପ୍ରତ୍ୟେକ ଘରକୁ 24 ଘଣ୍ଟା ଶୁଦ୍ଧ ପାନୀୟ ଜଳ ଯୋଗାଣର ସୁବିଧା ପ୍ରଦାନ କରିବ ଆପ ସରକାର । ପ୍ରତି ପରିବାରକୁ 20 ହଜାର ଲିଟର ମାଗଣା ପାଣି ଯୋଜନା ଜାରି ରହିବ।

ଗ୍ୟାରେଣ୍ଟି 3- ସବୁଠୁ ଭଲ ଶିକ୍ଷା ବ୍ୟାବସ୍ଥା

ଦିଲ୍ଲୀର ସମସ୍ତ ଛାତ୍ରଛାତ୍ରୀଙ୍କ ପାଇଁ ବିଶ୍ବସ୍ତରୀୟ ଶିକ୍ଷା ବ୍ୟାବସ୍ଥା ଉପଲବ୍ଧ କରିବାକୁ ଯୋଜନା କରିଛି କେଜ୍ରିୱାଲ ସରକାର।

ଗ୍ୟାରେଣ୍ଟି 4- କମ ମୂଲ୍ୟରେ ଉତ୍ତମ ସ୍ବାସ୍ଥ୍ୟସେବା

ଦିଲ୍ଲୀର ପ୍ରତିଟି ପରିବାରକୁ ଆଧୁନିକ ହସ୍ପିଟାଲ ଓ କ୍ଲିନିକ ଜରିଆରେ ସ୍ବାସ୍ଥ୍ୟସେବାର ସୁନିଶ୍ଚିତ ବ୍ୟବସ୍ଥା ।

ଗ୍ୟାରେଣ୍ଟି 5- ସବୁଠୁ ବଡ ସରକାରୀ ଯାତାୟାତ ବ୍ୟବସ୍ଥା

ଦିଲ୍ଲୀରେ 11 ହଜାରୁ ଅଧିକ ବସ ଓ 500 କିଲୋମିଟାରରୁ ଅଧିକ ମେଟ୍ରୋଲାଇନ କରିବ ନେଇ ଆପ ସରକାରର ଘୋଷଣା। ମହିଳାଙ୍କ ସହ ଛାତ୍ରଛାତ୍ରୀଙ୍କୁ ମାଗଣା ବସ ଯାତ୍ରାର ସୁବିଧା ।

ଗ୍ୟାରେଣ୍ଟି 6-ପ୍ରଦୂଷଣ ମୁକ୍ତ ଦିଲ୍ଲୀ

ବାୟୁ ପ୍ରଦୂଷଣ ସ୍ତରକୁ ଅତିକମରେ 3 ଗୁଣ କମାଇବାର ଲକ୍ଷ ରଖାଯାଇଛି। 2 କୋଟିରୁ ଉର୍ଦ୍ଧ୍ବ ଗଛ ଲଗାଇ ନିର୍ମାଣ ହେବ ଗ୍ରୀନ ଦିଲ୍ଲୀ।

ଗ୍ୟାରେଣ୍ଟି 7- ସ୍ବଚ୍ଛ ଦିଲ୍ଲୀ

ଦିଲ୍ଲୀକୁ ଅଳିଆ ଆବର୍ଜନା ମୁକ୍ତ କରି ସ୍ବଚ୍ଛ, ସୁନ୍ଦର ଓ ସବୁଜ କରାଯିବାର ଲକ୍ଷ୍ୟ ରହିଛି।

ଗ୍ୟାରେଣ୍ଟି 8 ମହିଳାଙ୍କ ପାଇଁ ସୁରକ୍ଷିତ ଦିଲ୍ଲୀ

ସିସିଟିଭି କ୍ୟାମେରା, ରାସ୍ତା ଆଲୋକ ଓ ବସ ମାର୍ଶାଲର ସୁବିଧା ଯୋଗାଇବ ଆପ ।

ଗ୍ୟାରେଣ୍ଟି 9-ମୌଳିକ ସୁବିଧାଯୁକ୍ତ କଲୋନୀ

ଦିଲ୍ଲୀରେ ସମସ୍ତ ଅଣସଙ୍ଗଠିତ କଲୋନୀକୁ ରାସ୍ତାର ସୁବିଧା, ପାନୀୟ ଜଳ ଯୋଗାଣ, କ୍ଲିନିକ ଓ ସିସିଟିଭି ବ୍ୟବସ୍ଥା।

ଗ୍ୟାରେଣ୍ଟି 10- ଯେଉଁଠି ଚାଳ ସେଇଠି କୋଠା

ଦିଲ୍ଲୀର ପ୍ରତିଟି ଚାଳଘର ଥିବା ବସ୍ତିକୁ ସମ୍ମାନପୂର୍ଣ୍ଣ ଜୀବନ ଦେବା ପାଇଁ ନିର୍ମାଣ ହେବ କୋଠା।

ଏପରି ସମସ୍ତ ଗ୍ୟାରେଣ୍ଟିକୁ ନେଇ ଆଗାମୀ ଦିଲ୍ଲୀ ନିର୍ବାଚନ ମୈଦାନକୁ ଓହ୍ଲାଇଛନ୍ତି ଅରବିନ୍ଦ କେଜ୍ରିଓ୍ବାଲ। ବିରୋଧି ମଧ୍ୟ ସବୁବେଳେ ତାଙ୍କର କାମ ଉପରେ ପ୍ରଶ୍ନ ଉଠାଇ ଆସିଛି। ଆଗାମୀ ଦିନରେ ଏ ସମସ୍ତ ଗ୍ୟାରେଣ୍ଟିକୁ ପୁରା କରିବାରେ ଦିଲ୍ଲୀ ସରକାର କେତେଦୂର ସଫଳ ହେଉଛନ୍ତି ତାହା ନିର୍ବାଚନ ଫଳାଫଳ ପରେ ଜଣାପଡିବ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.