ଉନ୍ନାଓ: ପୁଣି ଓଲଟିଲା ପ୍ରବାସୀ ଶ୍ରମିକ ଭର୍ତ୍ତି ବସ । ଉତ୍ତରପ୍ରଦେଶର ଉନ୍ନାଓରେ ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସୱେରେ ଭାରସାମ୍ୟ ହରାଇ ଓଲଟିଲା ପ୍ରବାସୀ ଶ୍ରମିକଙ୍କ ବସ । ଔରାସ ପୋଲିସ ଷ୍ଟେସନ ନିକଟରେ ଘଟିଛି ଏହି ଦୁର୍ଘଟଣା ।
ଏହି ବସଟି ରାଜସ୍ଥାନରୁ ପଶ୍ଚିମବଙ୍ଗ ଯାଉଥିଲା। ଏଥିରେ 41 ଜଣ ଶ୍ରମିକ ଆହତ ହୋଇଥିବା ବେଳେ ସେଥିମଧ୍ୟରୁ 17 ଜଣ ଗୁରୁତର ହୋଇଛନ୍ତି । ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାରକାରୀ ଦଳ ସାହାଯ୍ୟରେ ସମସ୍ତ ଆହତଙ୍କୁ ଉଦ୍ଧାର କରି ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରିଛି ।
ତେବେ ଗତ ମାସରେ ମଧ୍ୟ ଦିଲ୍ଲୀରୁ ଆଜାମଗଡ ଅଭିମୁଖେ ଆସୁଥିବା ଏକ ବସ ବେହଦା ମୁଜାବର ଅଞ୍ଚଳର ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସୱେରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଗାଡିଟି ଓଲଟି ପଡ଼ିବାରୁ ଦୁଇଜଣ ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ ଘଟିଥିବାବେଳେ 20 ଜଣ ଆହତ ହୋଇଥିଲେ ।