ETV Bharat / bharat

ଭାରତ ସ୍ଵାଧୀନ; ଦେଶର ବିଦ୍ୟାଳୟଗୁଡିକ ନୁହଁନ୍ତି - independent india

ଗଲା 70 ବର୍ଷ ହେଲା ଆମେ ଶିକ୍ଷାଦାନ ବ୍ୟବସ୍ଥାକୁ ଏପରି କରିବାକୁ ଚେଷ୍ଟା କରିଛୁ ଯେଉଁଠାରେ କୁନି କୁନି ପିଲାମାନେ ସେମାନଙ୍କ ବିଚାର, ସୃଜନଶୀଳତା ଏବଂ ତର୍କର ବିକାଶ କରିବେ । ଆତ୍ମବିଶ୍ଵାସୀ ହେବେ ଓ ଅଭିନବ ଚିନ୍ତନ କରିପାରିବେ । ଆମେ ଏବେ ଦେଖୁଛୁ ଯେ ଶିକ୍ଷା ବ୍ୟବସ୍ଥା ଏପରି ହୋଇଛି ଯେଉଁଠାରେ ଯଥାସମ୍ଭବ ପିଲାଙ୍କୁ ଆମେ ତଳକୁ ଖସାଇବା ତଥା ସେମାନଙ୍କୁ ଶକ୍ତିହୀନ କରି ପରୋକ୍ଷରେ ନିର୍ଭରଶୀଳ ହେବା ଶିଖାଇଛୁ । ଏବେବି ଦେଶରେ ନିଜ ପୁଅ ଝିଅ ପାଇଁ ବାପା ମା’ମାନେ ଏକ ଭଲ ସ୍କୁଲ୍‌ ଖୋଜି ପାଉ ନାହାନ୍ତି । ସେମାନଙ୍କୁ ବର୍ଷ ପରେ ପର୍ଷ ଅପେକ୍ଷା କରିବାକୁ ପଡ଼ୁଛି ।

Breaking News
author img

By

Published : Feb 27, 2020, 6:41 PM IST

ସଂସ୍କାର ଦ୍ଵିପଦୀ ହେବା ଉଚିତ: ଘରୋଇ ସ୍କୁଲ ପାଇଁ ସ୍ଵୟଂଚାଳନା କ୍ଷମତା ଏବଂ ସରକାରୀ ସ୍କୁଲ୍‌ର ଗୁଣାତ୍ମକ ବିକାଶ

ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଭାରତ ପରିଦର୍ଶନ ଏବଂ ପ୍ରଶଂସା ଆମକୁ ଗର୍ବିତ କରିଛି । କିନ୍ତୁ ଏହି ପ୍ରଶଂସାରେ ଆମେ ଆତ୍ମହରା ହେବା ଉଚିତ ନୁହେଁ । କାରଣ ଯେଉଁ ଆଡ଼କୁ ବି ଆମେ ଦେଖିବା ସେଠାରେ ଆଶା ଓ ବାସ୍ତବତା ଭିତରେ ଅନେକ ଫରକ ପାଇବା । ପୁଣି ଯେତେବଳେ ଆମେ ଆମର ସ୍କୁଲ୍‌ ଓ ଶିକ୍ଷାଦାନ ବ୍ୟବସ୍ଥାକୁ ନଜର ଫେରାଇବା ସେତେବେଳେ ତ ପରିସ୍ଥିତି ସାଂଘାତିକ ଥିବା ଜାଣିବାକୁ ପାଇବା ।

ଗଲା 70 ବର୍ଷ ହେଲା ଆମେ ଶିକ୍ଷାଦାନ ବ୍ୟବସ୍ଥାକୁ ଏପରି କରିବାକୁ ଚେଷ୍ଟା କରିଛୁ ଯେଉଁଠାରେ କୁନି କୁନି ପିଲାମାନେ ସେମାନଙ୍କ ବିଚାର, ସୃଜନଶୀଳତା ଏବଂ ତର୍କର ବିକାଶ କରିବେ । ଆତ୍ମବିଶ୍ଵାସୀ ହେବେ ଓ ଅଭିନବ ଚିନ୍ତନ କରିପାରିବେ । କିନ୍ତୁ ହୋଇଛି କ’ଣ ? ବାସ୍ତବ ପରିସ୍ଥିତି ହୃଦୟ ବିଦାରକ । ଆଉ ସବୁ କିଛି ଓଲଟା । ଆମେ ଏବେ ଦେଖୁଛୁ ଯେ ଶିକ୍ଷା ବ୍ୟବସ୍ଥା ଏପରି ହୋଇଛି ଯେଉଁଠାରେ ଯଥାସମ୍ଭବ ପିଲାଙ୍କୁ ଆମେ ତଳକୁ ଖସାଇବା ତଥା ସେମାନଙ୍କୁ ଶକ୍ତିହୀନ କରି ପରୋକ୍ଷରେ ନିର୍ଭରଶୀଳ ହେବା ଶିଖାଇଛୁ । ଏବେବି ଦେଶରେ ନିଜ ପୁଅ ଝିଅ ପାଇଁ ବାପା ମା’ମାନେ ଏକ ଭଲ ସ୍କୁଲ୍‌ ଖୋଜି ପାଉ ନାହାନ୍ତି। ସେମାନଙ୍କୁ ବର୍ଷ ପରେ ପର୍ଷ ଅପେକ୍ଷା କରିବାକୁ ପଡ଼ୁଛି। ଏହାର କାରଣ ହେଉଛି ଭଲ ସ୍କୁଲ୍‌ଗୁଡ଼ିକରେ ସ୍ଥାନ ଅଭାବ ରହୁଛି।

ପ୍ରତିବର୍ଷ ଆମ ଶିକ୍ଷା ବ୍ୟବସ୍ଥାର ସ୍ଥିତି ବିଷୟରେ ଆକଳନ କରି ବାର୍ଷିକ ଶିକ୍ଷା ସ୍ଥିତି ରିପୋର୍ଟ (ଏଏସ୍‌ଇଆର) ପ୍ରକାଶ ପାଉଛି। ଏହାକୁ ପଢ଼ିଲେ ଯେକୌଣସି ଭାରତୀୟ ମନରେ କଷ୍ଟ ହେବ। ଏମିତି କିଛି ରିପୋର୍ଟ ଏଥିରେ ରହୁଛି ଯେଉଁଥିରେ ଦର୍ଶାଯାଉଛି ଯେ, ପଞ୍ଚମ ଶ୍ରେଣୀର ଅଧା ପିଲା ବି ଏକ ପାରାଗ୍ରାଫ୍‌ ପଢ଼ିବାକୁ ସମର୍ଥ ହେଉ ନାହାନ୍ତି। ଅଥବା ଦ୍ଵିତୀୟ ଶ୍ରେଣୀର ଅଙ୍କଟିଏ କରିବାରେ ସଫଳ ହୋଇପାରୁ ନାହାନ୍ତି। କିଛି ରାଜ୍ୟରେ ୧୦ ପ୍ରତିଶତରୁ କମ୍‌ ଶିକ୍ଷକ ‘ଶିକ୍ଷକ ଯୋଗ୍ୟତା ପରୀକ୍ଷା’ ( ଟିଇଟି) ପାସ୍‌ କରିନାହାନ୍ତି।

ଉତ୍ତରପ୍ରଦେଶ ଓ ବିହାର ଭଳି ରାଜ୍ୟରେ ତ ଶିକ୍ଷକମାନେ ପଞ୍ଚମ ଶ୍ରେଣୀର ପାଠ୍ୟପୁସ୍ତକରେ ଥିବା ପ୍ରତିଶତ ବାହାର କରିବାରେ ସଫଳ ହୋଇପାରୁନଥିବା ଜଣାପଡ଼ିଛି । ଏଣୁ ଯେତେବେଳେ ବିଶ୍ଵର ୭୪ଟି ଦେଶ ଭିତରେ ଭାରତର ପିଲାମାନେ ଅନ୍ତର୍ଜାତୀୟ ‘ପିସା’ ପରୀକ୍ଷାରେ ୭୩ତମ ସ୍ଥାନ ହାସଲ କରୁଛନ୍ତି, ସେତେବେଳେ ଆମେ ଆଶ୍ଚର୍ଯ୍ୟ ହେବା ଅନୁଚିତ । ଭାରତ ଏହି ପିସା ଅନ୍ତର୍ଜାତୀୟ ପଠନ ମାନ୍ୟତାରେ କିର୍ଗିଜ୍‌ସ୍ଥାନଠୁ ଆଗରେ ରହିଛି ! ଯେହେତୁ ଭଲ ସରକାରୀ ସ୍କୁଲ୍‌ର ଅଭାବ ରହିଛି ଅଭିଭାବକମାନେ ବାଧ୍ୟହୋଇ ସେମାନଙ୍କ ପିଲାଙ୍କୁ ଘରୋଇ ସ୍କୁଲ୍‌ରେ ପାଠ ପଢ଼ାଇବାକୁ ଯାଉଛନ୍ତି।

ସରକାରଙ୍କ ପକ୍ଷରୁ ପ୍ରକାଶିତ ଡିଆଇଏସ୍‌ଇ ତଥ୍ୟ ଅନୁସାରେ ୨୦୧୧ରୁ ୨୦୧୫ ଭିତରେ ସରକାରୀ ସ୍କୁଲ୍‌ଗୁଡ଼ିକରେ ନାମଲେଖା ୧.୧ କୋଟି ହ୍ରାସ ପାଇଥିବା ବେଳେ ଘରୋଇ ସ୍କୁଲ୍‌ଗୁଡ଼ିକରେ ନାମଲେଖା ପରିମାଣ ୧.୬କୋଟି ବୃଦ୍ଧି ପାଇଛି। ଏହି ହିସାବରେ ଯଦି ଘରୋଇ ସ୍କୁଲ୍‌ର ଚାହିଦା ବଢ଼ିବ ତବେ ୨୦୨୦ରେ ଆମେ ଅଧିକ ୧ଲକ୍ଷ ୩୦ ହଜାର ଘରୋଇ ସ୍କୁଲ୍‌ ଆବଶ୍ୟକ କରିବା। କିନ୍ତୁ ସେତିକି ଖୋଲୁ ନାହିଁ କାହିଁକି ?

ଏହାର ଏକ ମୂଳ କାରଣ ହେଉଛି ଯଦି କୌଣସି ବ୍ୟକ୍ତି ଗୋଟିଏ ସ୍କୁଲ୍‌ ଖୋଲିବାକୁ ଚାହିଁବ ତାକୁ ଅତିକମ୍‌ରେ ୩୦ରୁ ୪୫ ଜାଗାରୁ ଅନୁମତି ଆଣିବାକୁ ହେବ । ପୁଣି ଏ ଅନୁମତି ସିଧା ସଳଖ ମିଳିବା ସମ୍ଭବ ନୁହେଁ, ଯେଉଁ ଲାଞ୍ଚ କାରବାର ଓ ଦୁର୍ନୀତି ସେହି ସ୍ଥାନଗୁଡ଼ିକରେ ଚାଲିଛି ତାହାକୁ ଜଣେ ନିରୀହ ବ୍ୟକ୍ତି କବେ ସମ୍ମୁଖୀନ ହୋଇପାରିବ ନାହିଁ। ପୁଣି ସବୁଠାରୁ ଅଧିକ ଲାଞ୍ଚ ଦେବାକୁ ପଡ଼େ ଯେ, ସମ୍ପୃକ୍ତ ଅଞ୍ଚଳରେ ଏକ ସ୍କୁଲ୍‌ ଆବଶ୍ୟକ ବୋଲି ପ୍ରମାଣପତ୍ର ଯୋଗାଡ଼କରିବା ଏବଂ ସ୍କୁଲ୍‌ ବୋର୍ଡଠାରୁ ଅନୁମୋଦନ ହାସଲ କରିବା ।

ଆଉ ଗୋଟିଏ ସମସ୍ୟା ହେଉଛି ଫି’ ନିୟନ୍ତ୍ରଣ । ଏହି ସମସ୍ୟାଟି ଶିକ୍ଷାଧିକାର ଆଇନର ରୂପାୟନ ପରେ ସୃଷ୍ଟି ହୋଇଛି। ସରକାରୀ ସ୍କୁଲ୍‌ଗୁଡ଼ିକ ବିପର୍ଯ୍ୟସ୍ତ ହେବା ସରକାର ଅନୁଭବ କରିବାରୁ ଘରୋଇ ସ୍କୁଲ୍‌ଗୁଡ଼ିକୁ ନିୟନ୍ତ୍ରଣ କରିବା ଆରମ୍ଭ କଲେ । ଏହି ଆଇନ ବଳରେ ୨୫ ପ୍ରତିଶତ ଆସନ ଗରିବ ଲୋକଙ୍କ ଲାଗି ଉଦ୍ଦିଷ୍ଟ କରିବା ଲାଗି ସରକାର ନିୟମ କଲେ। କିନ୍ତୁ ବାସ୍ତବରେ ଏହି ୨୫ ପ୍ରତିଶତ ଆସନ ପାଇଁ ଆବଶ୍ୟକ ଦେୟ ସରକାର ଭରଣା କଲେ ନାହିଁ । ଫଳରେ ଏହି ପିଲାଙ୍କ ଫି’ ବାକି ୭୫ ପ୍ରତିଶତ ପିଲାଙ୍କ ଉପରେ ପଡ଼ିଲା । ଆଉ ସେଥିଲାଗି ଅଭିଭାବକଙ୍କ ପକେଟ୍‌ ଅଧିକ ମହଙ୍ଗା ହେଲା ।

ଅପରପକ୍ଷେ ଅନେକ ରାଜ୍ୟ ସରକାର ସ୍କୁଲ୍‌ ଦେୟ ଉପରେ ବି ଅଙ୍କୁଶ ଲଗାଇଲେ। ଏହାଦ୍ଵାରା ସ୍କୁଲ୍‌ର ଅର୍ଥନୀତିକ ସ୍ଥିତି ଦୁର୍ବଳ ହେଲା। ଏହାକୁ ସମ୍ମୁଖୀନ ହେବା ଲାଗି ସ୍କୁଲ୍‌ଗୁଡ଼ିକ ନିଜର ଗୁଣାତ୍ମକ ମାନକୁ ସଙ୍କୁଚିତ କରିବାକୁ ବାଧ୍ୟ ହଲେ। ଏମିତିକି କିଛି ଅନୁଷ୍ଠାନ ତ ନିଜର ସ୍କୁଲ୍‌କୁ ବନ୍ଦ କରିଦଲେ। ଘରୋଇ ସ୍କୁଲ୍‌ଗୁଡ଼ିକ ଆଗରେ ଆଉ ଏକ ପ୍ରତିବନ୍ଧକ ହେଉଛି ସେମାନଙ୍କ ସ୍ଵୟଂଚାଳନ କ୍ଷମତା ଉପରେ ଜବରଦଖଲ କରାଯିବା। ସରକାର ଏହିସବୁ ସ୍କୁଲ୍‌ରେ ବ୍ୟବହାର ଅନ୍ୟ ପୁସ୍ତକ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି।

୨୦୧୫ ମସିହାରେ ମାନବସମ୍ବଳ ବିକାଶ ମନ୍ତ୍ରଣାଳୟ ଏକ ବିଜ୍ଞପ୍ତି ଜାରି କରି ପରାମର୍ଶ ଦଲେ ଯେ, ସିବିଏସ୍‌ଇ ସ୍କୁଲ୍‌ରେ କେବଳ ଏନ୍‌ସିଇଆର୍‌ଟି ଦ୍ଵାରା ନିର୍ଦ୍ଧାରଣ ପୁସ୍ତକ ପଢ଼ାଯିବ। ଏହାଦ୍ଵାରା ଅଭିଭାବକଙ୍କ ବହିକିଣା ଖର୍ଚ କମିଲା ସତ କିନ୍ତୁ ସେମାନଙ୍କ ପିଲାମାନେ ଗୁଣାତ୍ମକ ବିକାଶରୁ ବଞ୍ଚିତ ହେଉଛନ୍ତି ବୋଲି ସେମାନଙ୍କ ଧାରଣା ଉପୁଜିଛି। ଅନ୍ୟପକ୍ଷରେ ଅନେକ ରାଜ୍ୟରେ ଏନ୍‌ସିଇଆର୍‌ଟି ବହିସବୁ ଉପଲବ୍ଧ ହୋଇପାରୁ ନାହିଁ।

ଅକ୍ସଫାମ୍‌ ଦ୍ଵାରା ୨୦୧୫ରେ ହୋଇଥିବା ଏକ ସର୍ବେକ୍ଷଣରୁ ସ୍ପଷ୍ଟ ଯେ ଭାରତର ୧୦ ରାଜ୍ୟରେ ସରକାରୀ ପୁସ୍ତକ ପହଞ୍ଚିବା ଯଥେଷ୍ଟ ବିଳମ୍ବ ହେଉଛି। ପୂବରୁ ପିଲାମାନଙ୍କୁ ଇଂରାଜୀ କହିବା ଶିଖାଇବା ତଥା ସେମାନଙ୍କ ଜ୍ଞାନ ବିକାଶ ପାଇଁ ଶିକ୍ଷକମାନେ ଗୁଗୁଲ୍‌ ବୋଲୋ ଏବଂ ହଲେ ଇଂରାଜୀ ଭଳି ମୋବାଇଲ୍‌ ଆପ୍‌ ବ୍ୟବହାର କରୁଥିଲେ । କିନ୍ତୁ ଏହା ଉପରେ ପ୍ରତିବନ୍ଧକ ଲଗାଯିବା ଦ୍ଵାରା ପିଲାଙ୍କ ବୌଦ୍ଧିକ ବିକାଶ ତଥା ଡିଜିଟାଲ୍‌ ଦୁନିଆରେ ଜ୍ଞାନ ହାସଲଠୁ ତାଙ୍କ ପିଲା ବଞ୍ଚିତ ହେଉଛି ବୋଲି ଅଭିଯୋଗ ହୋଇଛି ।

ବୁଦ୍ଧିଜୀବୀମାନେ ଆଶଙ୍କା କରୁଛନ୍ତି ଯେ, ଏହିଭଳି ପ୍ରତିବନ୍ଧକ ଦ୍ଵାରା ବିଶ୍ଵସ୍ତରରେ ଘଟୁଥିବା ଶିକ୍ଷାଭିତ୍ତିକ ବିକାଶରେ ଆମ ପିଲାମାନେ ପଛରେ ପଡ଼ିଯିବେ। ବର୍ତ୍ତମାନ ଯେଉଁଭଳି ଭାବେ ବୌଦ୍ଧିକ ଅର୍ଥନୀତିର ବିକାଶ ହେଉଛି ସେଥିରେ ଆମ ପିଲାମାନେ ପ୍ରତିଦ୍ଵନ୍ଦ୍ଵିତା କରିପାରିବେ ନାହିଁ। ଫଳରେ ସେମାନଙ୍କ ଆଗରେ ନିଯୁକ୍ତି ସୁଯୋଗ ସଙ୍କୁଚିତ ହୋଇଯିବ। ଦୁଃଖର ବିଷୟ ଏହା ଯେ, ଆମ ଶିକ୍ଷା ବ୍ୟବସ୍ଥା ଯେଉଁ ରାସ୍ତାରେ ଗତି କରୁଛି ତାହାର ବିପରୀତ ଗତିରେ ଏସିଆ ମହାଦେଶର ଶିକ୍ଷା ବ୍ୟବସ୍ଥା ଯାଉଛି। ଏହା ପୁଣି ଅଧିକ ଲାଭ ଦାୟକ ବି ହେଉଛି। ବିଶ୍ଵସ୍ତରରେ ଏହାର ମର୍ଯ୍ୟାଦା ବୃଦ୍ଧି ପାଉଛି।

ଉଲ୍ଲେଖଯୋଗ୍ୟ ବିଷୟ ଏହା ଯେ, ଆମେ ଗୋଟିଏ ନିର୍ଦ୍ଧିଷ୍ଟ ପାଠ୍ୟପୁସ୍ତକରେ ପିଲାଙ୍କ ପାଠପଢ଼ାକୁ ସୀମିତ କରୁଥିବାବଳେ ଅନ୍ୟସ୍ଥାନରେ ଏଥିରେ ଉଦାର ଆଚରଣ ପ୍ରେ୍ରାଗ କରାଯାଇଛି। ଅର୍ଥାତ୍‌ ଏକାଧିକ ପାଠ୍ୟପୁସ୍ତକ ଏଥିପାଇଁ ପ୍ରେ୍ରାଗ କରାଯାଉଛି। ଯହେତୁ ଏସୀୟ ଶିକ୍ଷକମାନଙ୍କ ହାତରେ ଅନେକ ପାଠ୍ୟପୁସ୍ତକର ବିକଳ୍ପ ରହିଛି, ସେମାନେ ପିଲାଙ୍କ ମନରେ ଜଟିଳ ପ୍ରଶ୍ନର ଅଭିନବ ଉତ୍ତର ଖୋଜିବା ଚିନ୍ତନ ସୃଷ୍ଟି କରିପାରୁଛନ୍ତି। ଅଶୀ ଦଶକରେ ଚୀନ ଜାତୀୟ ପାଠ୍ୟପୁସ୍ତକ ନୀତିକୁ ଉଚ୍ଛେଦ କରି ଏ କ୍ଷେତ୍ରରେ ଉଦାର ଚିନ୍ତନକୁ ଆପଣାଇଲା। ଫଳରେ ସ୍ଥାନୀୟ ଅବାଶ୍ୟକତା ଦୃଷ୍ଟିରେ ବାସ୍ତବ ଜୀବନ ତଥା ଆବଶ୍ୟକତାକୁ ସମ୍ମୁଖୀନ ହେବା ତଥା ଆଧୁନିକ ସମୟର ଆହ୍ବାନକୁ ମୁକାବିଲା କରିବା ଲାଗି ଯାହା ଆବଶ୍ୟକ ସେହି ପାଠ୍ୟପୁସ୍ତକ ପଢ଼ିବା ପାଇଁ ସୁଯୋଗ ସୃଷ୍ଟି କଲା।

ଏକ ଉଦାରବାଦୀ ବ୍ୟବସ୍ଥାରେ ଛାତ୍ରଛାତ୍ରୀଙ୍କୁ ଏହି ବହିସବୁ କିଣିବା କିଛି ଆବଶ୍ୟକ ନୁହେଁ। ଅନେକ ଦେଶରେ ପାଠ୍ୟପୁସ୍ତକସବୁକୁ ଅନିର୍ଦିଷ୍ଟ କାଳ ପାଇଁ ଭଡ଼ା ଦେବାର ବ୍ୟବସ୍ଥା ରହିଛି। ଏଥିରେ ପୁଣି ଗୋଟିଏ ନୁହେଁ ଅନେକ ପାଠ୍ୟପୁସ୍ତକକୁ ଅନ୍ତର୍ଭୁକ୍ତ କରାଯାଇଛି। ଏସୀୟ ମହାଦେଶର ଅନେକ ରାଷ୍ଟ୍ର ସେମାନଙ୍କ ଦେଶର ପାଠ୍ୟପୁସ୍ତକ ପ୍ରଣୟନ ସଂସ୍ଥା ସହ ନିରନ୍ତର ଭାବେ ଆଲୋଚନା କରି ସେମାନଙ୍କ ପାଠ୍ୟକ୍ରମ, ତାଲିମ ଏବଂ ବିଷୟବସ୍ତୁର ବିକାଶ ଲାଗି ପ୍ରବର୍ତ୍ତାଉଛନ୍ତି। ସ୍ଵାଧୀନତାର ୭୧ ବର୍ଷ ପରେ ମଧ୍ୟ ଆମେ ସ୍କୁଲ୍‌ଗୁଡ଼ିକୁ ସ୍ଵୟଂଚାଳନ କ୍ଷମତା ପ୍ରଦାନ କରିପାରିଲୁ ନାହିର୍ର୍।

୧୯୯୧ ସଂସ୍କାର ପରେ ଆମ ଶିଳ୍ପାନୁଷ୍ଠାଗୁଡ଼ିକ ସ୍ଵାଧୀନତା ପାଇଲେ କିନ୍ତୁ ସ୍କୁଲ୍‌ଗୁଡ଼ିକ ସେହି ଲାସେନ୍ସ ରାଜ୍‌ ପରିଧିରେ ନିଜକୁ ନିୟୋଜିତ କରିଆସୁଛନ୍ତି। ଏତେ ସବୁ ଅବ୍ୟବସ୍ଥା ଭିତରେ କିନ୍ତୁ ଭାରତରେ ଘରୋଇ ସ୍କୁଲ୍‌ଗୁଡ଼ିକ ଅବଦାନ ଯଥେଷ୍ଟ ରହିଛି। ଏହିସବୁ ସ୍କୁଲ୍‌ରୁ ପାଠ ପଢ଼ିଥିବା ପିଲାମାନେ ଆଜି ଦେଶର ବିଭିନ୍ନ ପଦପଦବୀ ଓ ବ୍ୟବସାୟରେ ନିଜର ପରିଚୟ ପ୍ରତିଷ୍ଠା କରିଛନ୍ତି। ସିଭିଲ୍‌ ସର୍ଭିସ୍‌ଠାରୁ ଆରମ୍ଭ କରି ପେସାଗତ ଜୀବନରେ ସେମାନଙ୍କ ପରିଚୟ ରହିଛି। ସେମାନଙ୍କ ଦ୍ଵାରା ଭାରତ ଏବେ ସଫ୍ଟଓ୍ବେର କ୍ଷେତ୍ରରେ ଏକ ବିଶେଷ ପରିଚୟ ହାସଲ କରିପାରିଛି।

ଏବେ ଭାରତ ଏହାର ସମାଜ କୈନ୍ଦ୍ରିକ ଛଳନାକୁ ପରିତ୍ୟାଗ କରିବା ଉଚିତ। ଅର୍ଥାତ୍‌ ଘରୋଇ ସ୍କୁଲ୍‌କୁ ଲାଭ ଅର୍ଜନ କରିବାଠୁ ଦୂରେଇ ରଖିବା ଚିନ୍ତାଧାରାକୁ ପରିହାର କରିବା ଆବଶ୍ୟକ। ସେମାନେ ତିଷ୍ଠିବାକୁ ହେଲେ ନିଶ୍ଚିତ ଲାଭ ଅର୍ଜନ କରିବା ଆବଶ୍ୟକ । ଏବଂ ସେମାନେ ଲାଭ ଅର୍ଜନ ମଧ୍ୟ କରୁଛନ୍ତି। ଲାଭ ସେମାନଙ୍କୁ ଗୁଣାତ୍ମକ ମାନ ବିକାଶ କରିବାରେ ସହାୟକ ହୋଇଥାଏ। ଏଣୁ ଏହାକୁ ‘ଅଣ ଲାଭ ଅର୍ଜନକାର’ ରୁ ଲାଭ ଅର୍ଜନକାରୀ କ୍ଷେତ୍ର ଭାବେ ପରିଚିତ କରାଇବା ଦ୍ଵାରା ଏ କ୍ଷେତ୍ରରେ ଏକ ବିପ୍ଲବ ଆସିବ। ନିବେଶ ବଢ଼ିବ ଓ ଏହାଦ୍ଵାରା ଗୁଣ ଓ ପସନ୍ଦର ପରିସର ବୃଦ୍ଧି ହୋଇପାରିବ। ଅଯଥାରେ ସ୍କୁଲ୍‌ର ଅଧ୍ୟକ୍ଷମାନଙ୍କୁ ମିଛୁଆ ବା ଚୋର ବୋଲି ଲୋକ କହିବେ ନାହିଁ।

ଭାରତର ଜନସାଧାରଣ ଏବେ ପସନ୍ଦ ଓ ପ୍ରତିଦ୍ଵନ୍ଦ୍ଵିତା ବାବଦରେ ବେଶ୍‌ ସଚେତନ ହଲେଣି। ଯେତବଳେ ଜଣେ ନାଗରିକ ପାଣି, ବିଜୁଳି ପାଇଁ ଦେୟ ଦେଇପାରୁଛି ସେ ସେଠାରେ ମଧ୍ୟ ଭଲ ଶିକ୍ଷା ପାଇଁ ଅଧିକ ଦେୟ ଦେବାକୁ ପ୍ରସ୍ତୁତ ରହିଛି। ଗୋଟିଏ ମୁକ୍ତ ରାଷ୍ଟ୍ର , ଯେଉଁଠାରେ ସେ ତାର ଅଧିକାର ସାବ୍ୟସ୍ତ କରିବାକୁ ଅଧିକାର ପାଇଛଇ ସେଠାରେ ତାଙ୍କୁ ଭଲ ସ୍କୁଲ୍‌ରେ ପଢ଼ିବା ଲାଗି ଧିକ ଦ୍ରେ ଦେବା, ଅଧିକ ପାଠ୍ୟପୁସ୍ତକ କିଣିବା ଲାଗି କାହିଁକି ବାରଣ କରାଯିବ?

ଘରୋଇ ସ୍କୁଲ୍‌ଗୁଡ଼ିକୁ ଅତ୍ୟଧିକ ନିୟନ୍ତ୍ରଣାଧୀନ କରିବା ବଦଳରେ ରାଷ୍ଟ୍ର ସରକାରୀ ସ୍କୁଲ୍‌ଗୁଡ଼ିକରେ ପାଠପଢ଼ାର ମାନ କିପରି ବୃଦ୍ଧି ପାଇବ ସେ ଦିଗରେ ଯତ୍ନବାନ ହେବା ଦରକାର। ଆରମ୍ଭ କରିବାକୁ ଯାଇ ମନ୍ତ୍ରଣାଳୟ ଏହାର କାର୍ଯ୍ୟକୁ ଦୁଇ ଭାଗରେ ବିଭକ୍ତ କରିବା ଦରକାର। ପ୍ରଥମେ ଶିକ୍ଷା ଅନୁଷ୍ଠାନଗୁଡ଼ିକୁ ନିରପେକ୍ଷ ଭାବେ ପରିଚାଳନା କରିବା ଆବଶ୍ୟକ। ଅର୍ଥାତ୍‌ ଉଭୟ ଘରୋଇ ଓ ସରକାରୀ ସ୍କୁଲ୍‌ ପାଇଁ ସମାନ ନିୟମ ପ୍ରଣୟନ କରିବା ଦରକାର। କୌଣସି ବାଛ ବିଚାର ନକରାଯିବା ଉଚିତ।

ଦ୍ଵିତୀୟରେ ସରକାରୀ ସ୍କୁଲ୍‌କୁ ଠିକଣା ଭାବେ ପରିଚାଳନା କରିବା ଦରକାର। ଆଜି ଏଥିରେ କିନ୍ତୁ ସ୍ଵାର୍ଥର ବିବାଦ ଦେଖାଦେଇଛି। ଫଳରେ ଜଣେ ପ୍ରଶାସକଙ୍କୁ ଏହା ଦ୍ଵନ୍ଦ୍ଵରେ ପକାଇଛି। ଫଳରେ ଖରାପ ନୀତି ହିଁ ସୃଷ୍ଟି ହେଉଛି। ଏଣୁ ଘରୋଇ ସ୍କୁଲ୍‌ମାନଙ୍କୁ ଅଧିକ ସ୍ଵାଧୀନତା ପ୍ରଦାନ କରିବା ଆବଶ୍ୟକ।

ସରକାରୀ ସ୍କୁଲ୍‌ଗୁଡ଼ିକର ଗୁଣାତ୍ମକ ମାନ ବୃଦ୍ଧି ପାଇଲେ ଆଉ ସେ ଦିନ ଦୂରରେ ରହିବ ନାହିଁ ଯାହା ଆଜି ଆମକୁ ହୃଦୟ ବିଦାରକ ପରି ଅନୁଭବ ହେଉଛି ତାହା ଧୀରେ ଧୀରେ ପ୍ରଶମିତ ହେବ। ଆମ ସ୍ଵପ୍ନ ସହ ବାସ୍ତବତା ତାଳ ଦେଇ ଚାଲିବ।ବୋଧହୁଏ ସତେବେଳେ ଆଉଜଣେ ଆମେରିକା ରାଷ୍ଟ୍ରପତି ଆସି ଭାରତର ଶିକ୍ଷା ବ୍ୟବସ୍ଥାକୁ ବିଶ୍ଵ ଦରକାରରେ ଉଚ୍ଚ ପ୍ରଶଂସା କରିବେ।

ଗୁରୁଚରଣ ଦାସ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.