ETV Bharat / bharat

ସରିଲା ବିହାର ନିର୍ବାଚନ, ଇଭିଏମରେ ସିଲ 3733 ପ୍ରାର୍ଥୀଙ୍କ ଭାଗ୍ୟ

author img

By

Published : Nov 7, 2020, 8:55 PM IST

Updated : Nov 7, 2020, 9:26 PM IST

ବିହାରରେ ଆଜି ଶେଷ ହୋଇଛି ତୃତୀୟ ତଥା ଅନ୍ତିମ ପର୍ଯ୍ୟାୟ ମତଦାନ । ଏହା ସହ ମୋଟ 3733 ଜଣ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମରେ ସିଲ । ପଢନ୍ତୁ ଅଧିକ...

ସରିଲା ବିହାର ନିର୍ବାଚନ
ସରିଲା ବିହାର ନିର୍ବାଚନ

ପାଟନା: ବିହାରରେ ଆଜି ଶେଷ ହୋଇଛି ତୃତୀୟ ତଥା ଅନ୍ତିମ ପର୍ଯ୍ୟାୟ ମତଦାନ । ଏହା ସହ ମୋଟ 3733 ଜଣ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମରେ ସିଲ ହୋଇଛି । ଅନ୍ତିମ ପର୍ଯ୍ୟାୟରେ ମୋଟ 78 ବିଧାନସଭା କ୍ଷେତ୍ର ପାଇଁ ମତଗ୍ରହଣ କରାଯାଇଛି । ଆଜି ମୋଟ 1204 ପ୍ରତିଦ୍ବନ୍ଦୀ ନିର୍ବାଚନୀ ମଇଦାନରେ ସେମାନଙ୍କ ଭାଗ୍ୟ ପରୀକ୍ଷା କରିଛନ୍ତି । ଏମାନଙ୍କ ମଧ୍ୟରେ 952 ଜଣ ପୁରୁଷ ଥିବା ବେଳେ 114 ଜଣ ମହିଳା । ସେହିପରି 2 କୋଟି 15 ଲକ୍ଷ ପଞ୍ଜିକୃତ ଭୋଟର ମତଦାନ କରିଥିବା ବେଳେ 55.22 ପ୍ରତିଶତ ମତଦାନ ରେକର୍ଡ କରାଯାଇଛି ।

ପ୍ରଥମ ପର୍ଯ୍ୟାୟରେ ସମୁଦାୟ 1066 ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରିଥିବା ବେଳେ 2 କୋଟି 15 ଲକ୍ଷ ଭୋଟର ସେମାନଙ୍କ ମତ ସାବ୍ୟସ୍ତ କରିଛନ୍ତି । ପ୍ରଥମ ପର୍ଯ୍ୟାୟରେ ମୋଟ 54.94 ପ୍ରତିଶତ ମତଦାନ ରେକର୍ଡ କରାଯାଇଛି। ସେହିପରି ଦିତୀୟ ପର୍ଯ୍ୟାୟରେ 94 ଆସନ ପାଇଁ ମତ ଗ୍ରହଣ ହୋଇଥିବା ବେଳେ ମୋଟ 1463 ପ୍ରାର୍ଥୀ ଭାଗ୍ୟ ପରୀକ୍ଷା କରିଛନ୍ତି । 2ୟ ପର୍ଯ୍ୟାୟରେ ମୋଟ 54.05 ପ୍ରତିଶତ ମତଦାନ ହୋଇଥିବା ରେକର୍ଡ କରାଯାଇଛି ।

ସେହିପରି 3ୟ ତଥା ଅନ୍ତିମ ପର୍ଯ୍ୟାୟରେ 78 ଆସନ ପାଇଁ ମତ ଗ୍ରହଣ କରାଯାଇଥିବା ବେଳେ ମୋଟ 1204 ପ୍ରାର୍ଥୀ ଭାଗ୍ୟ ପରୀକ୍ଷା କରିଛନ୍ତି । ମତଦାନ ଶେଷ ସୁଦ୍ଧା 56.08 ପ୍ରତିଶତ ମତଦାନ ହୋଇଥିବା ରେକର୍ଡ କରାଯାଇଛି । ଅନ୍ତିମ ପର୍ଯ୍ୟାୟରେ ଚଳିତ ବିଧାନସଭାର ବାଚସ୍ପତି ସମେତ 12 କ୍ୟାବିନେଟ ମନ୍ତ୍ରୀ ମଧ୍ୟ ପ୍ରତିଦ୍ବନ୍ଦିତା କରୁଥିବାର ଦେଖିବାକୁ ମିଳିଛି । ଚଳିତ ନିର୍ବାଚନରେ ଦୁଇ ପ୍ରମୁଖ ମେଣ୍ଟ ପ୍ରତିଯୋଗିତା କରିଛନ୍ତି । ମୁଖ୍ୟମନ୍ତ୍ରୀ ନିତିଶ କୁମାରଙ୍କ ନେତୃତ୍ବରେ ବିଜେପି, ଯେଡିୟୁ ମେଣ୍ଟ ନିର୍ବାଚନକୁ ଓହ୍ଲାଇଥିବା ବେଳେ କଂଗ୍ରେସ ଓ ଆରଜେଡି ଓ କିଛି ବାମଦଳଙ୍କ ମିଳିତ ସାମୁଖ୍ୟ ମହାଗଠବନ୍ଧନ ନାରେ ନିର୍ବାଚନ ଲଢିଛନ୍ତି । ସେହିପରି ଚିରାଗ ପାଶଓ୍ବାନଙ୍କ ଜନ ଲୋକଶକ୍ତି ପାର୍ଟି ମଧ୍ୟ ଚଳିତ ନିର୍ବାଚନରେ ପ୍ରତିଦ୍ବନ୍ଦିତା କରିଛି ।

ତେବେ ବିହାର ବିଧାମନସଭାରେ ମୋଟ 243 ଆସନ ଥିବା ବେଳେ ସଂଖ୍ୟା ଗରିଷ୍ଠତା ହାସଲ କରି ସରକାର କରିବା ପାଇଁ 125 ଆସନର ଆବଶ୍ୟକତା ରହିଛି । ତେବେ କୌଣସି ଦଳକୁ ଏକକ ସଂଖ୍ୟା ଗରିଷ୍ଠତା ମଳିବା ଏତେ ସହଜ ହେବ ନାହିଁ ବୋଲି ଚର୍ଚ୍ଚା ହେଉଛି । କିଛି ଜାତୀୟ ଗଣ ମାଧ୍ୟମ ସଂସ୍ଥାର ଏକଜିଟ ପୋଲ ସର୍ଭେରେ ଯୁପିଏ ନେତୃତ୍ବାଧିନ ମହାମେଣ୍ଟକୁ କ୍ଷମତା ମିଳିବା ନେଇ ପୁର୍ବାନୁମାନ ପ୍ରକାଶ ପାଇଥିବା ବେଳେ ଅନ୍ୟ କିଛି ପ୍ରମୁଖ ସଂସ୍ଥା ପୁଣି ନିତିଶ କ୍ଷମତାକୁ ଫେରିବା ନେଇ ଆକଳନ କରିଛନ୍ତି ।

ନିର୍ବାଚନ କମିଶନଙ୍କ ସୂଚନା ଅନୁସାରେ କୋଭିଡ ଗାଇଡ ଲାଇନ ସହ ନିର୍ବାଚନ ଶେଷ କରିବାକୁ ମୋଟ 7 ଲକ୍ଷ ହ୍ୟାଣ୍ଡ ସାନିଟାଇଜର , 46 ଲକ୍ଷ ମାସ୍କ , 6 ଲକ୍ଷ ପିପିଇ କିଟ , 6.7 ଲକ୍ଷ ଫେସ ସିଲ୍ଡ ସହ 23 ଲକ୍ଷ ହଳ ଗ୍ଲୋଭ୍ସ ବ୍ୟବହାର ହୋଇଥିବା ସୂଚନା ରହିଛି । ଆସନ୍ତା 10 ତାରିଖରେ ଭୋଟ ଗଣତି ସହ ଫଳାଫଳ ପ୍ରକାଶ ପାଇବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Nov 7, 2020, 9:26 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.