ETV Bharat / bharat

ଓଡ଼ିଶା ପରେ ପଞ୍ଜାବ: ଦ୍ବିତୀୟ ରାଜ୍ୟ ଭାବେ ଲକଡାଉନ୍ ଅବଧି ଏପ୍ରିଲ 30କୁ ବୃଦ୍ଧି - ପଞ୍ଜାବ ଲକଡାଉନ୍

ପଞ୍ଜାବ ସରକାର ଶୁକ୍ରବାର ରାଜ୍ୟରେ COVID-19 ଲକଡାଉନକୁ ଏପ୍ରିଲ 30 ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ଏପରି କରିବାରେ ସେ ଓଡ଼ିଶା ପରେ ଦ୍ବିତୀୟ ରାଜ୍ୟ ଭାବେ ପରିଣତ ହୋଇଛି |ଗତ କିଛି ଦିନ ମଧ୍ୟରେ ପଞ୍ଜାବରେ କୋରୋନାଭାଇରସ୍ ରୋଗରେ ବୃଦ୍ଧି ଘଟିଛି ଏବଂ 11 ଜଣଙ୍କ ମୃତ୍ୟୁ ସହିତ ମୋଟ ସଂଖ୍ୟା ସଂକ୍ରମିତ 132 କୁ ବୃଦ୍ଧି ପାଇଛି। ଅଧିକ ପଢନ୍ତୁ...

ଫାଇଲ ଫଟୋ
ଫାଇଲ ଫଟୋ
author img

By

Published : Apr 10, 2020, 7:53 PM IST

ଚଣ୍ଡିଗଡ଼: ପଞ୍ଜାବ ସରକାର ଶୁକ୍ରବାର ରାଜ୍ୟରେ COVID-19 ଲକଡାଉନକୁ ଏପ୍ରିଲ 30 ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ଏପରି କରିବାରେ ସେ ଓଡ଼ିଶା ପରେ ଦ୍ବିତୀୟ ରାଜ୍ୟ ଭାବେ ପରିଣତ ହୋଇଛି | 14 ତାରିଖରେ ଦେଶବ୍ୟାପୀ 21 ଦିନିଆ ଲକଡାଉନର ଅନ୍ତିମ ତାରିଖ ରହିଛି । ମାତ୍ର ଏହାର ଅବଧି ବଢିବାର ଯଥେଷ୍ଟ ସମ୍ଭାବନା ରହିଛି ।

ରାଜ୍ୟ ସ୍ବତନ୍ତ୍ର ମୁଖ୍ୟ ଶାସନ ସଚିବ କେବିଏସ୍ ସିଦ୍ଧୁ ଏକ ଟୁଇଟ୍ ଜରିଆରେ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂଙ୍କ ନେତୃତ୍ବରେ ପଞ୍ଜାବ କ୍ୟାବିନେଟ୍ ସର୍ବସମ୍ମତି କ୍ରମେ ଏପ୍ରିଲ 30 ପର୍ଯ୍ୟନ୍ତ ଲକଡାଉନର ଅବଧିକୁ ମଞ୍ଜରୀ ମିଳିଛି । ଗତ କିଛି ଦିନ ମଧ୍ୟରେ ପଞ୍ଜାବରେ କୋରୋନାଭାଇରସ୍ ରୋଗରେ ବୃଦ୍ଧି ଘଟିଛି ଏବଂ 11 ଜଣଙ୍କ ମୃତ୍ୟୁ ସହିତ ମୋଟ ସଂଖ୍ୟା ସଂକ୍ରମିତ 132 କୁ ବୃଦ୍ଧି ପାଇଛି।

ଏଠାରେ ସୂଚନା ଯୋଗ୍ୟ ଯେ, ଗତକାଲି ଦେଶର ପ୍ରଥମ ରାଜ୍ୟ ଭାବେ ଓଡିଶା ଲକଡାଉନ ଅବଧି ବଢାଇଥିଲା । ଏପ୍ରିଲ ୩୦ ଯାଏଁ ତାଲାବନ୍ଦ, ଜୁନ ୧୭ ପର୍ଯ୍ୟନ୍ତ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ବୋଲି ଘୋଷଣା କରିଥିଲେ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଲକଡାଉନ ଅବଧିକୁ ବଢାଇବା ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ ଜୀବନ ଆଗ, ପଛେ ଅର୍ଥନୀତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.