ETV Bharat / bharat

ରେଡ ଜୋନରେ ଦେଶର 130 ଜିଲ୍ଲା - ରେଡ ଜୋନ

ମେ 3 ରେ ଲକଡାଉନ ଶେଷ ହେବାକୁ ଯାଉଛି । ଏହା ପୂର୍ବରୁ କେନ୍ଦ୍ରମନ୍ତ୍ରଣାଳୟ ଦେଶକୁ ତିନୋଟି ଜୋନରେ ବିଭକ୍ତ କରିଛି । କେଉଁ ରାଜ୍ୟର କେତୋଟି ଜିଲ୍ଲା କେଉଁ ଜୋନରେ ବିଭକ୍ତ ହୋଇଛି ସେନେଇ ଅଧିକ ପଢନ୍ତୁ...

ରେଡ ଜୋନରେ ଦେଶର 130 ଜିଲ୍ଲା
ରେଡ ଜୋନରେ ଦେଶର 130 ଜିଲ୍ଲା
author img

By

Published : May 1, 2020, 11:55 AM IST

ନୂଆଦିଲ୍ଲୀ: ଦେଶରେ ଜାରି ରହିଛି କୋରୋନା ସଙ୍କଟ । ମେ 3ରେ ଶେଷ ହେଉଛି ଲକଡାଉନ । ଏହା ପୂର୍ବରୁ କେନ୍ଦ୍ର ଶାସ୍ତ୍ର ମନ୍ତ୍ରଣାଳୟ ଆଜି ଦେଶକୁ ପୁଣି ଥରେ ରେଡ ଜୋନ, ଅରେଞ୍ଜ ଜୋନ ଓ ଗ୍ରୀନ ଜୋନ ଅଞ୍ଚଳରେ ବିଭକ୍ତ କରିଛନ୍ତି । ସେହି ଅନୁସାରେ ମେ 3 ପରେ ସେହି ରାଜ୍ୟରେ କଟକଣା ନିର୍ଦ୍ଧାରିତ କରାଯିବ । ଏନେଇ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ଚିଠି ଲେଖି ଜଣାଇଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ସଚିବ ପ୍ରୀତି ସୁଦାନ ।

ରେଡ ଜୋନରେ ଦେଶର 130 ଜିଲ୍ଲା
ରେଡ ଜୋନରେ ଦେଶର 130 ଜିଲ୍ଲା

ଏହି ନିୟମ ଅନୁସାରେ, ଯଦି 21 ଦିନ ପର୍ଯ୍ୟନ୍ତ କୌଣସି କୋରୋନା ଆକ୍ରାନ୍ତ ଚିହ୍ନଟ ନ ହୁଅନ୍ତି ତେବେ ସେ ଅଞ୍ଚଳ ଗ୍ରୀନ ଜୋନରେ ରହିବ । ଯାହାକି ପୂର୍ବରୁ 28 ଦିନ ମଧ୍ୟରେ ରହିଥିଲା । ଏହା ଦେଶର ମୋଟ 736ଟି ଜିଲ୍ଲା ମଧ୍ୟରୁ 130ଟି ଜିଲ୍ଲା ରେଡ ଜୋନରେ ରହିବ । 284ଟି ଅରେଞ୍ଜ ଓ 319ଟି ଗ୍ରୀନ ଜୋନରେ ବିଭକ୍ତ ହୋଇଛି ।

ବିହାରର 20, ଉତ୍ତର ପ୍ରଦେଶର 36, ତାମିଲନାଡୁରେ 24, ରାଜସ୍ଥାନ 19 ଓ ପଞ୍ଜାବ 15, ମଧ୍ୟପ୍ରଦେଶ 19, ମହାରାଷ୍ଟ୍ର 16ଟି ଜିଲ୍ଲା ଅରେଞ୍ଜ ଜୋନରେ ସାମିଲ ହୋଇଛି । ସେହିପରି ଗ୍ରୀନ ଜୋନରେ ଆସାମରେ 30, ଛତିଶଗଡରେ 25, 25ଟି ଅରୁଣାଚଳପ୍ରଦେଶ , ମଧ୍ୟପ୍ରଦେଶର 24, ଓଡିଶାର 21, ଉତ୍ତରପ୍ରଦେଶର 20 ଓ ଉତ୍ତରାଖଣ୍ଡରେ 10 ଜିଲ୍ଲା ଗ୍ରୀନ ଜୋନରେ ରହିଛି ।

ଅନ୍ୟପଟେ, ରେଡ ଜୋନରେ ଓଡିଶାର 30ଟି ଜିଲ୍ଲାରୁ ଯାଜପୁର, ଭଦ୍ରକ ଓ ବାଲେଶ୍ବର ରେଡ ଜୋନରେ ରହିଛି । ମହାରାଷ୍ଟ୍ରର 14 ଟି ଜିଲ୍ଲା, ଉତ୍ତରପ୍ରଦେଶର 19, ଦିଲ୍ଲୀର 11, ତାମିଲନାଡୁର 12, ମଧ୍ୟପ୍ରଦେଶର 9, ପଶ୍ଚିମବଙ୍ଗର 10ଟି, ତେଲେଙ୍ଗାନାର 6 ଓ କେରଳର ମାତ୍ର 2ଟି ଜିଲ୍ଲା ରେଡ ଜୋନରେ ରହିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.