ETV Bharat / bharat

ଲୋକସଭା ନିର୍ବାଚନ ପରେ କାଶ୍ମୀରରେ ବଢିଛି ଆତଙ୍କବାଦୀ ନିରୋଧୀ ଅଭିଯାନ

ମେ' 10 ପରଠୁ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଘାଟିରେ 8ଟି ଆତଙ୍କବାଦୀ ନିରୋଧୀ ଅଭିଯାନ କରାଯାଇଛି । ଏଥିରେ 12 ଆତଙ୍କୀ ସଫା ହୋଇଛନ୍ତି ।

author img

By

Published : May 20, 2019, 10:36 AM IST

ଫାଇଲ ଫଟୋ

ଶ୍ରୀନଗର: ଶେଷ ହୋଇଛି ଲୋକସଭା ନିର୍ବାଚନ । ସେପଟେ ଜମ୍ମୁ-କାଶ୍ମୀର ଘାଟିରେ ମଧ୍ୟ ଶାନ୍ତିପୁର୍ଣ୍ଣ ଭାବେ ସମ୍ପନ୍ନ ହୋଇଥିଲା ଲୋକସଭା ନିର୍ବାଚନ । ତେବେ ଉପତ୍ୟକାରେ ନିର୍ବାଚନ ଶେଷ ହେବା ପରେ ଆକ୍ସନ ମୁଡରେ ସେନା । ଘାଟିରେ ଆତଙ୍କୀଙ୍କୁ ଖୋଜି ଖୋଜି ସଫା କରୁଛି । ସୂଚନା ମୁତାବକ, ସେନାର ଆତଙ୍କୀ ନିରୋଧୀ ଅଭିଯାନ ଜୋରଦାର ହେବା ଫଳରେ ଅଧିକ ଆତଙ୍କୀ ନିପାତ ହୋଇଛନ୍ତି ।

ଅନନ୍ତନାଗ ଏବଂ ଲଦାଖ ନିର୍ବାଚନ କ୍ଷେତ୍ରରେ ମେ' 6 ରେ ମତଦାନ ହୋଇଥିଲା । ଏହା ସହିତ ଘାଟିରେ ମଧ୍ୟ ମତଦାନ ସମ୍ପନ୍ନ ହୋଇସାରିଛି । ତେବେ ଏହା ପରେ ମେ' 10 ପରଠାରୁ ସୁରକ୍ଷାକର୍ମୀଙ୍କ ପକ୍ଷରୁ 8 ଟି ଆତଙ୍କବାଦୀ ନିରୋଧୀ ଅଭିଯାନ କରାଯାଇଥିଲା । ସେଥିମଧ୍ୟରୁ 6 ଟି ସଫଳ ହୋଇଥିଲା ଏବଂ 12 ଆତଙ୍କୀ ନିହତ ହୋଇଥିଲେ । ତେବେ ଏହି ଅପରେସନରେ ସେନାର 2 ଜଣ ଯବାନ ଶହୀଦ ହୋଇଥିବା ବେଳେ 2 ଜଣ ସାଧାରଣ ନାଗରିକ ମୃତ୍ୟୁବରଣ କରିଥିଲେ ।

ଏହା ବ୍ୟତିତ ରାଜ୍ୟରେ ମତଦାନ ଚାଲିଥିବା ବେଳେ ଆତଙ୍କବାଦୀ ଏବଂ ସୁରକ୍ଷାକର୍ମୀଙ୍କ ମଧ୍ୟରେ 4ଟି ଏନକାଉଣ୍ଟର ହୋଇଥିଲା । ଏଥିରେ 4 ଆତଙ୍କବାଦୀ ନିହତ ହୋଇଥିଲେ ।

Intro:Body:

dsg

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.