ନୂଆଦିଲ୍ଲୀ: ଲୋକସଭା ନିର୍ବାଚନରେ ନିଜ ପାରମ୍ପରିକ ଆସନ ଆମେଠିରୁ ହାରିବା ପରେ ପ୍ରଥମ ଥର ପାଇଁ ସେଠାକୁ ଯିବେ କଂଗ୍ରେସ ନେତା ରାହୁଲ ଗାନ୍ଧୀ । ସେ ଜୁଲାଇ ୧୦ରେ ଆମେଠି ଯାଇ ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ସହ ବୈଠକ କରିବେ । ଏହି ସମୟରେ ନିର୍ବାଚନରେ ପରାଜୟର ସମୀକ୍ଷା ମଧ୍ୟ କରିବେ ରାହୁଲ ।
ଏକ ଦିବସୀୟ ଗସ୍ତରେ ସେ କଂଗ୍ରେସ କାର୍ଯ୍ୟକର୍ତ୍ତାଙ୍କ ବ୍ୟତିତ ସାଧାରଣ ଲୋକଙ୍କୁ ମଧ୍ୟ ସାକ୍ଷାତ କରିବେ । ରାହୁଲ ୨୦୦୪, ୨୦୦୯ ଏବଂ ୨୦୧୪ରେ ଆମେଠିରୁ ନିର୍ବାଚନ ଜିତି ଆସୁଥିଲେ। ଆମେଠି କଂଗ୍ରେସ ଗଡ ଭାବରେ ମଧ୍ୟ ପରିଚିତ ଥିଲା । କିନ୍ତୁ ଲୋକସଭା ନିର୍ବାଚନ ୨୦୧୯ ରେ ସେ ବିଜେପି ପ୍ରାର୍ଥୀ ସ୍ମୃତି ଇରାନୀଙ୍କଠାରୁ ପରାସ୍ତ ହୋଇଥିଲେ।