ନୂଆଦିଲ୍ଲୀ: ଧାରା 370 ଉଚ୍ଛେଦକୁ ଜବାହାରଲାଲ ନେହରୁ ୟୁନିଭରସିଟି (ଜେଏନୟୁ)ରେ ବିରୋଧ। କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତି ବିରୋଧରେ କ୍ୟାମ୍ପସରେ କିଛି କାଶ୍ମୀର ଛାତ୍ର ବୈଠକ କରିଥିଲେ । ଯେଉଁଥିରେ ଧାରା 370 ହଟିବାକୁ ବିରୋଧ କରାଯାଇଥିଲା ।
କାଶ୍ମୀର କାଶ୍ମୀରବାସୀଙ୍କର, ହିନ୍ଦୁସ୍ଥାନୀଙ୍କ ନୁହେଁ । ଏହି ନାରା ଲଗାଇ ଥିଲେ କାଶ୍ମୀର ଛାତ୍ର । ଏହା ବ୍ୟତୀତ "କଶ୍ମୀର କି ଆଜାଦି ଇସ ପାର ଔର ଉସ ପାର ଭି" ମଧ୍ୟ କହି ନାରା ଦେଇଥିଲେ । ତେବେ ଏହି ବୈଠକରେ ଜେଏନୟୁ ଛାତ୍ର ନେତା ମଧ୍ୟ ଉପସ୍ଥିତ ଥିଲେ । କିନ୍ତୁ ସେ କ୍ୟାମେରା ଆଗରେ କିଛି କହିବାକୁ ମନା କରିଦେଥିଲେ ।