ETV Bharat / bharat

ବାବରୀ ମସଜିଦ ଧ୍ବଂସ ମାମଲା, ଆଡଭାନୀଙ୍କ ବୟାନ ରେକର୍ଡ କଲା ସ୍ବତନ୍ତ୍ର ସିବିଆଇ କୋର୍ଟ

author img

By

Published : Jul 24, 2020, 8:09 PM IST

ସିଆରପିସିର ଧାରା 313 ଆଧାରରେ ଭିଡିଓ କନଫରେନ୍ସିଂ ଜରିଆରେ ଶୁକ୍ରବାର ଆଡଭାନୀଙ୍କ ବୟାନ ରେକର୍ଡ ହୋଇଛି ।

ଆଡଭାନୀଙ୍କ ବୟାନ ରେକର୍ଡ କଲା ସ୍ବତନ୍ତ୍ର ସିବିଆଇ କୋର୍ଟ

ନୂଆଦିଲ୍ଲୀ : ଅଯୋଧ୍ୟା ବାବରୀ ମସଜିଦ ଧ୍ବଂସ ମାମଲାରେ ଦେଶର ପୂର୍ବତନ ଉପ ପ୍ରଧାନମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀଙ୍କ ବୟାନ ରେକର୍ଡ କରିଛି ସ୍ବତନ୍ତ୍ର ସିବିଆଇ କୋର୍ଟ । ସିଆରପିସିର ଧାରା 313 ଆଧାରରେ ଭିଡିଓ କନଫରେନ୍ସିଂ ଜରିଆରେ ଶୁକ୍ରବାର ଆଡଭାନୀଙ୍କ ବୟାନ ରେକର୍ଡ ହୋଇଛି । ତେବେ ଆଡଭାନୀ ନିଜ ବୟାନରେ କୋର୍ଟଙ୍କୁ କହିଛନ୍ତି ଯେ, ତାଙ୍କ ବିରୋରେ ପଞ୍ଜୀକୃତ ମାମଲା ରାଜନୈତିକ ଉଦ୍ଦେଶ୍ୟରେ ହୋଇଛି ।

ବର୍ତ୍ତମାନ ନିୟମିତ ଭାବରେ ବାବ୍ରି ମସଜିଦ ଧ୍ବଂସ ମାମଲାରେ ଅଭିଯୁକ୍ତଙ୍କ ବିବୃତ୍ତି ରେକର୍ଡ କରାଯାଉଛି। ସମସ୍ତ 32 ଅଭିଯୁକ୍ତଙ୍କ ବୟାନ ସିଆରପିସିର ଧାରା 313 ଆଧାରରେ ରେକର୍ଡ ହେଉଛି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଅଗଷ୍ଟ 31 ସୁଦ୍ଧା ଶୁଣାଣି ଶେଷ କରିବାକୁ ଏହି ମାମଲାରେ ଦିନିକିଆ ଶୁଣାଣି ହେଉଛି ।

1992 ମସିହା ଡିସେମ୍ବର 6 ତାରିଖରେ ଅଯୋଧ୍ୟାରେ 'କରସେବକଙ୍କ' ଦ୍ୱାରା ଏହି ମସଜିଦ ଭାଙ୍ଗି ଦିଆଯାଇଥିଲା । ପୂର୍ବରୁ ମସଜିଦ ସ୍ଥାନରେ ରାମଙ୍କ ଏକ ପ୍ରାଚୀନ ମନ୍ଦିର ଥିଲା ବୋଲି ସେମାନେ ଦାବି କରିଥିଲେ । ଏହାପରେ ସେମାନେ ମସଜିଦ ଭାଙ୍ଗି ଦେଇଥିଲେ । ତେବେ ମସଜିଦ ଭାଙ୍ଗିବା ଷଡଯନ୍ତ୍ରରେ ଆଡଭାନୀ, ଯୋଶୀ ଏବଂ ଅନ୍ୟମାନେ ସମ୍ପୃକ୍ତ ଥିବା ଅଭିଯୋଗ ହୋଇଛି। କାରଣ ଏହି ସମୟରେ ଯେଉଁମାନେ ରାମ ମନ୍ଦିର ଆନ୍ଦୋଳନର ନେତୃତ୍ୱ ନେଇଥିଲେ ସେମାନଙ୍କ ମଧ୍ୟରେ ଆଡଭାନି ଏବଂ ବିଜେପି ନେତା ମୁରଲୀ ମନୋହର ଯୋଶୀ ମଧ୍ୟ ଥିଲେ। ଗତକାଲି ମୁଲରୀ ମନୋହର ଜୋଶୀଙ୍କ ବୟାନ ରେକର୍ଡ କରିଥିଲା ସିବିଆଇର ସ୍ବତନ୍ତ୍ର କୋର୍ଟ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.