ନୂଆଦିଲ୍ଲୀ: ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏସ.ଏ ବୋବଡେଙ୍କ ନେତୃତ୍ବରେ ତଥା ଜଷ୍ଟିସ ବିଆର ଗାଭାଇ ଏବଂ ଜଷ୍ଟିସ୍ ସୂର୍ଯ୍ୟକାନ୍ତଙ୍କୁ ନେଇ ଗଠିତ ଖଣ୍ଡପୀଠ ଶୁକ୍ରବାର ଦିନ ଦିଲ୍ଲୀ ହିଂସା ମାମଲାର ଶୁଣାଣି କରିବାକୁ ଏବଂ ତ୍ବରିତ କାର୍ଯ୍ୟ କରିବାକୁ ଦିଲ୍ଲୀ ହାଇକୋର୍ଟଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ପରବର୍ତ୍ତୀ ସମୟରେ ସ୍ଥଗିତ ରଖାଯାଇଥିବା ଦିଲ୍ଲୀ ହିଂସାର ଏକାଧିକ ବିଷୟ ଥିବା ଆବେଦନଗୁଡ଼ିକର ଶୁଣାଣି କରିବାକୁ କୋର୍ଟକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ସିଜେଆଇଙ୍କ ଖଣ୍ଡପୀଠ ।
ସେ କହିଛନ୍ତି ଯେ, 'ଏହିପରି ଦୀର୍ଘ ସମୟ ପାଇଁ ଶୁଣାଣି ସ୍ଥଗିତ ରଖିବା ଅନ୍ୟାୟ ଅଟେ '। ସେ ଆହୁରି ମଧ୍ୟ କହିଛନ୍ତି ଯେ 'ଦିଲ୍ଲୀ ଏଚସି ଏହି ମାମଲା ଶୁଣାଣି କରୁଥିବାରୁ ସର୍ବୋଚ୍ଚ ନ୍ୟାୟାଳୟ ଏହି ମାମଲାର ଶୁଣାଣି କରିବାକୁ ଚାହୁଁନାହାଁନ୍ତି । କିନ୍ତୁ ଶୁଣିବାକୁ ଥିବା ଆବେଦନକାରୀଙ୍କ ପ୍ରାର୍ଥନାକୁ ମଧ୍ୟ ଅଣଦେଖା କରାଯାଇପାରିବ ନାହିଁ '।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ