ETV Bharat / bharat

ନେପାଳ ସୀମାରେ ନିୟୋଜିତ ହେଲେ ଅତିରିକ୍ତ ଏସଏସବି ଯବାନ - india nepal border

ଭାରତ-ନେପାଳ ସୀମାରେ ଭାରତ ପକ୍ଷରୁ ସଶସ୍ତ୍ର ସୀମା ବାହିନୀ(ଏସଏସବି)ର ଅତିରିକ୍ତ ଯବାନଙ୍କୁ ନିୟୋଜିତ କରାଯାଇଛି ।

ଏଏସବି ଯବାନ
ଏଏସବି ଯବାନ
author img

By

Published : Jun 26, 2020, 2:12 PM IST

ଡେରାଡୁନ: ଭାରତ-ଚୀନ ସୀମା ବିବାଦ ମଧ୍ୟରେ ନେପାଳ ସୀମାରେ ଅତିରିକ୍ତ ସେନା ମୁତୟନ କରିଛନ୍ତି ଭାରତ । ଭାରତ-ନେପାଳ ସୀମାରେ ଭାରତ ପକ୍ଷରୁ ସଶସ୍ତ୍ର ସୀମା ବାହିନୀ(ଏସଏସବି)ର ଅତିରିକ୍ତ ଯବାନଙ୍କୁ ନିୟୋଜିତ କରାଯାଇଛି । ଉତ୍ତରାଖଣ୍ଡର ପିଥୋରାଗଡରୁ କଳାପାଣି ପର୍ଯ୍ୟନ୍ତ ଯବାନଙ୍କୁ ନିୟୋଜିତ କରାଯାଇଥିବା ଜଣାପଡିଛି ।

ତେବେ ନିୟୋଜିତ ଥିବା ଅନ୍ୟ ଯବାନଙ୍କ ସହ ସଶସ୍ତ୍ର ସୀମା ବାହିନୀର ଯବାନ ମଧ୍ୟ ଥିବା ଇନ୍‌ସପେକ୍ଟର ସନ୍ତୋଷ ନେଗୀ କହିଛନ୍ତି । ଏସଏସବିର ସୂତ୍ର ଅନୁଯାୟୀ, ନେପାଳ ସୀମାକୁ ହାଇ ଆଲର୍ଟରେ ରଖାଯାଇଛି । ଉତ୍ତରାଖଣ୍ଡରେ ନେପାଳ ସହ ଲାଗି ରହିଥିବା ସୀମାକୁ ସିଲ କରିଦିଆଯାଇଛି । ନେପାଳ ସୀମାରେ କମ ଜନସଂଖ୍ୟାଯୁକ୍ତ ଅଞ୍ଚଳରେ ମଧ୍ୟ ଏସଏସବିର ଯବାନ ପ୍ରହରା ଦେଉଛନ୍ତି ।

ସୂଚନାଯୋଗ୍ୟ ଯେ, ନେପାଳ ନିଜର ନୂଆ ରାଜନୈତିକ ମାନଚିତ୍ରରେ 3ଟି ଭାରତୀୟ କ୍ଷେତ୍ରକୁ ନିଜର ବୋଲି ଦାବି କରିଛି । ଏନେଇ ନେପାଳ ସଂସଦରେ ଏକ ବିଲ୍‌ ମଧ୍ୟ ପାରିତ ହୋଇଛି । ଯାହାକୁ ଦୃଷ୍ଟିରେ ରଖି ଭାରତ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଉଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.