ETV Bharat / bharat

କୋରୋନା ମୁକାବିଲା, ଭାରତକୁ ଏଡିବି ଦେବ 2.2 ବିଲିୟନ ଆମେରିକୀୟ ଡଲାର

କୋରୋନା ମୁକାବିଲା ପାଇଁ ଭାରତ ସରକାରଙ୍କୁ 2.2 ବିଲିୟନ ଡଲାରର ସହାୟତା ରାଶି ପ୍ରଦାନ କରିବ ଏଡିବି ବ୍ୟାଙ୍କ୍।

author img

By

Published : Apr 10, 2020, 2:24 PM IST

covid 19
କୋରୋନା ମୁକାବିଲା, ଭାରତକୁ ଏଡିବି ଦେବ 2.2 ବିଲିୟନ ଡଲାର ସହାୟତା ରାଶି

ନୂଆଦିଲ୍ଲୀ: କୋରୋନା ଲଢେଇରେ ଭାରତକୁ ସାହାଯ୍ୟର ହାତ ବଢାଇଛି ଏଡିବି ବ୍ୟାଙ୍କ(ଏସିଆନ ଡେଭଲପମେଣ୍ଟ ବ୍ୟାଙ୍କ)। ବ୍ୟାଙ୍କର ମ୍ୟାନେଜର ଆସାକା ଶୁକ୍ରବାର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଏନେଇ ସୂଚନା ଦେବା ସହ କୋଭିଡ୍ ଯୁଦ୍ଧ ପାଇଁ 2.2 ବିଲିୟନ ଡଲାର ଆମେରିକୀୟ ରାଶି ପ୍ରଦାନ କରିବେ ବୋଲି କହିଛନ୍ତି।

ତେବେ ଏହି ମହାମାରୀ ଦମନ ପାଇଁ ଭାରତ ସରକାର ନେଉଥିବା ବିଭିନ୍ନ ପଦକ୍ଷେପକୁ ଆସାକା ପ୍ରଶଂସା କରିଛନ୍ତି। ଏହାସହ ଜାତୀୟ ସ୍ୱାସ୍ଥ୍ୟ ଜରୁରୀକାଳୀନ କାର୍ଯ୍ୟକ୍ରମ, ବ୍ୟବସାୟୀଙ୍କୁ ଟ୍ୟାକ୍ସ ରିହାତି ଏବଂ ଅନ୍ୟାନ୍ୟ ରିଲିଫ୍ ପଦକ୍ଷେପ, ମାର୍ଚ୍ଚ ମାସରେ ଘୋଷଣା କରାଯାଇଥିବା 23 ବିଲିୟନ ଡ଼ଲାର (1.7 ଲକ୍ଷ କୋଟି) ଅର୍ଥନୀତିକ ରିଲିଫ୍ ପ୍ୟାକେଜ୍ ଏଥିରେ ଅନ୍ତର୍ଭୁକ୍ତ।

ସେହିପରି ତିନି ସପ୍ତାହବ୍ୟାପୀ ଦେଶବ୍ୟାପୀ ତାଲା ଦ୍ୱାରା ପ୍ରଭାବିତ ଗରିବ, ମହିଳା ଏବଂ ଶ୍ରମିକମାନଙ୍କୁ ତୁରନ୍ତ ଆୟ ସହାୟତା ଯୋଗାଇବାରେ ସରକାରଙ୍କ ପଦକ୍ଷେପ ପ୍ରଶଂସନୀୟ।

"ଭାରତର ଜରୁରୀକାଳୀନ ଆବଶ୍ୟକତାକୁ ସମର୍ଥନ କରିବାକୁ ଏଡିବି ପ୍ରତିବଦ୍ଧ। ଆମେ ବର୍ତ୍ତମାନ ସ୍ୱାସ୍ଥ୍ୟ କ୍ଷେତ୍ରକୁ 2.2 ବିଲିୟନ ଡ଼ଲାର ପ୍ରସ୍ତୁତ କରୁଛୁ ଏବଂ ଗରିବଙ୍କ ଉପରେ ମହାମାରୀର ଆର୍ଥିକ ପ୍ରଭାବକୁ ହ୍ରାସ କରିବାରେ ସାହାଯ୍ୟ କରୁଛୁ।'' ଏହି ସମୟ ମଧ୍ୟରେ ଭାରତର ଘରୋଇ ବ୍ୟାଙ୍କର୍ ଆର୍ଥିକ ଆବଶ୍ୟକତା ପୂରଣ କରିବା ପାଇଁ ଏଡିବି ଜଡିତ ଅଛି ବୋଲି ଏକ ବିବୃତ୍ତିରେ କହିଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.