ETV Bharat / bharat

ଆପ୍ ସାଂସଦ ସଞ୍ଜୟ ସିଂଙ୍କ ସହାୟତା, ବିମାନ ଯୋଗେ ଘରବାହୁଡିବେ 33 ପ୍ରବାସୀ ଶ୍ରମିକ - ବିମାନ ପ୍ରବାସୀ ଶ୍ରମିକ

ବୁଧବାର ସଞ୍ଜୟ ସିଂ ତାଙ୍କ ସହ ଏକ ବିମାନରେ ଦିଲ୍ଲୀ ବିମାନବନ୍ଦରରୁ 33 ପ୍ରବାସୀ ଶ୍ରମିକଙ୍କୁ ନେଇ ପାଟନା ଯିବେ । ଏହାପୂର୍ବରୁ ସଞ୍ଜୟ ସିଂ ୟୁପି ଏବଂ ବିହାରର ପ୍ରବାସୀ ଶ୍ରମିକମାନଙ୍କୁ ବସ୍ ବ୍ୟବସ୍ଥା କରି ନିଜ ରାଜ୍ୟ ତଥା ଜିଲ୍ଲାକୁ ପଠାଉଛନ୍ତି।

aap-sanjay-singh
aap-sanjay-singh
author img

By

Published : Jun 3, 2020, 5:54 PM IST

ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟି ରାଜ୍ୟସଭା ସାଂସଦ ସଞ୍ଜୟ ସିଂ ପ୍ରବାସୀ ଶ୍ରମିକମାନଙ୍କୁ ତାଙ୍କୁ ବର୍ଷକ ମଧ୍ୟରେ ମିଳୁଥିବା 34 ବିମାନ ଯାତ୍ରା ଟିକେଟ ପ୍ରଦାନ କରିଛନ୍ତି । ବୁଧବାର ସଞ୍ଜୟ ସିଂ ତାଙ୍କ ସହ ଏକ ବିମାନରେ ଦିଲ୍ଲୀ ବିମାନବନ୍ଦରରୁ 33 ପ୍ରବାସୀ ଶ୍ରମିକଙ୍କୁ ନେଇ ପାଟନା ଯିବେ । ଏହାପୂର୍ବରୁ ସଞ୍ଜୟ ସିଂ ୟୁପି ଏବଂ ବିହାରର ପ୍ରବାସୀ ଶ୍ରମିକମାନଙ୍କୁ ବସ୍ ବ୍ୟବସ୍ଥା କରି ନିଜ ରାଜ୍ୟ ତଥା ଜିଲ୍ଲାକୁ ପଠାଉଛନ୍ତି।

ସୂଚନା ଯେ ଜଣେ ସାଂସଦଙ୍କୁ ବାର୍ଷିକ ଘରୋଇ ବିମାନ ଯାତ୍ରା ପାଇଁ 34 ଟି ବିଜନେସ କ୍ଲାସ ଟିକେଟ୍ ସଂରକ୍ଷିତ ରହିଥାଏ । ସଞ୍ଜୟ ସିଂଙ୍କ ଏହି ପଦକ୍ଷେପ ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ତାଙ୍କ ପଦକ୍ଷେପକୁ ପ୍ରଶଂସା କରିବା ସହ ଏହାକୁ ସମସ୍ତଙ୍କ ପାଇଁ ପ୍ରେରଣାଦାୟକ ବୋଲି କହିଛନ୍ତି।

ସିଏମ କେଜ୍ରିୱାଲ ଟ୍ବିଟ୍ କରି କହିଛନ୍ତି, ସଞ୍ଜୟ ଜୀଙ୍କର ଏହି ଅନନ୍ୟ ପଦକ୍ଷେପ ସମସ୍ତଙ୍କୁ ପ୍ରେରଣା ଯୋଗାଇବ। ଯେଉଁମାନଙ୍କୁ ଇଶ୍ବର ଜୀବନରେ ଅନେକ କିଛି ଦେଇଛନ୍ତି, ସେମାନେ ଅନ୍ୟମାନଙ୍କ ସେବା କରିବା ଦାୟିତ୍ବ । ସଞ୍ଜୟ ଜୀ ଅଭିନନ୍ଦନ ପାଇବାକୁ ଯୋଗ୍ୟ ବୋଲି ସେ ଲେଖିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.