ETV Bharat / bharat

ସିଏଏ ବିକ୍ଷୋଭକାରୀଙ୍କୁ ଭେଟିଲେ ଆପ୍ ସଭାପତି, କେନ୍ଦ୍ରକୁ କଲେ ଟାର୍ଗେଟ

ଦିଲ୍ଲୀ ଜାଫରବାଦରେ ଚାଲିଥିବା ସିଏଏ ବିରୋଧ ଆନ୍ଦୋଳନରେ ସାମିଲ ହୋଇଥିଲେ ଆପ୍ ସଭାପତି ଅମନତୁଲ୍ଲାହ ଖାନ୍ । ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ସେ ଦାବି କରିଛନ୍ତି । ପଢନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ...

-CAA protesters
ସିଏଏ ବିକ୍ଷୋଭକାରୀଙ୍କୁ ଭେଟିଲେ ଆପ୍ ସଭାପତି, କେନ୍ଦ୍ରକୁ କଲେ ଟାର୍ଗେଟ
author img

By

Published : Feb 25, 2020, 12:15 PM IST

ନୂଆଦିଲ୍ଲୀ: ଜାଫ୍ରାବାଦରେ ଚାଲିଥିବା ସିଏଏ ବିରୋଧୀ ଆନ୍ଦୋଳନରେ ପହଞ୍ଚିଥିଲେ ଆମ ଆଦମି ପାର୍ଟିର ସଭାପତି ଅମନତୁଲ୍ଲାହ ଖାନ୍ । ସେଠାରେ ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଥିଲେ ।

ଏହି ଅବସରରେ ବିଜେପିକୁ ଟାର୍ଗେଟ କରିଛନ୍ତି ସେ । ଏହି ଆନ୍ଦୋଳନକାରୀଙ୍କ ସହ ଗୃହମନ୍ତ୍ରୀ ଅମିତ ଶାହା କିମ୍ବା ଅନ୍ୟ ବିଜେପି ନେତା କାହିଁକି କଥାବାର୍ତ୍ତା କରୁନାହାନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି । ‘ଏହା କେନ୍ଦ୍ର କଥା, ଆମର ନୁହେଁ । ଶାହିନବାଗକୁ ନେଇ ଗୃହମନ୍ତ୍ରୀ ଭୋଟ ମାଗି ପାରୁଛନ୍ତି, କିନ୍ତୁ ଏମାନଙ୍କ ସହ କାହିଁକି କଥା ହେଉନାହାନ୍ତି । ଏମାନେ କଣ ଭାରତୀୟ ନୁହନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି ?’

ଏହାସହ ଆହୁରି କହିଛନ୍ତି, ସରକାର ଲୋକ ମାନଙ୍କୁ ଏଠି ବସାଇଛନ୍ତି, କିନ୍ତୁ ଏମାନଙ୍କ କଥା ହିଁ ଶୁଣୁ ନାହାନ୍ତି । ଏହି ଆନ୍ଦୋଳନ ଉପରେ ଏକ ଉଚ୍ଚସ୍ତରୀୟ ବୈଠକ ଡକାଇବାକୁ ସେ ଦାବି କରିଛନ୍ତି ।

@ANI ସହ ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.