ETV Bharat / bharat

ପ୍ରେମ ସପ୍ତାହକୁ ପତ୍ନୀଙ୍କ ବାର୍ଥଡେ’, ଉପହାର ଦେଲେ କେଜ୍ରିୱାଲ - ବିଜୟ ଭାରତ ମାତାର

‘ଭାରତ ମାତା କି..ଜୟ, ଇନକିଲାବ..ଜିନ୍ଦାବାଦ,ବନ୍ଦେ..ମାତରଂ’ ରୁ ଆରମ୍ଭ ହେଲା କେଜ୍ରିୱାଲଙ୍କ ସ୍ବାଗତ ଭାଷଣ । ସେହିପରି ଦଳୀୟ କର୍ମୀଙ୍କୁ ଆଇ ଲଭ ୟୁ କହି କଲେ ସମ୍ବର୍ଦ୍ଧିତ । ଦିଲ୍ଲୀ ଦଖଲ ପରେ ରାଜଧାନୀବାସୀଙ୍କୁ ଧନ୍ୟବାଦ ଦେବା ସହ ଏହା ଭାରତ ମାତାର ଜିତ ବୋଲି ଦଳୀୟ କର୍ମୀଙ୍କୁ ସମ୍ବୋର୍ଦ୍ଧିତ କରିଛନ୍ତି ଅରବିନ୍ଦ କେଜ୍ରିୱାଲ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ଏ ବିଜୟ ଭାରତ ମାତାର
ଏ ବିଜୟ ଭାରତ ମାତାର
author img

By

Published : Feb 11, 2020, 5:33 PM IST

ନୂଆଦିଲ୍ଲୀ: ପୁନଃର୍ବାର ପୁର୍ଣ୍ଣ ବହୁମତ ସହକାରେ ଦିଲ୍ଲୀ ଦଖଲ କରିବାରେ ସଫଳ ହୋଇଛି ଆପ । ସମସ୍ତ 70 ଆସନ ମଧ୍ୟରୁ ବର୍ତ୍ତମାନ ସୁଦ୍ଧା 67ଟି ବିଧାନସଭା କ୍ଷେତ୍ରକୁ ପୋଛି ନେଇଛି ଝାଡ଼ୁ । ଦଳର ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ଦ୍ବିତୀୟ ଥର ପାଇଁ ଆସନ ଦଖଲ କରିଛନ୍ତି । ଏହି ଜିତ୍ ଦିଲ୍ଲୀ ବାସୀଙ୍କ ଜିତ୍ । ଏହା ଭାରତ ମାତାର ବିଜୟ ବୋଲି କହିଛନ୍ତି କେଜ୍ରିୱାଲ ।

ଭାରତ ମାତା କି..ଜୟ, ଇନକିଲାବ..

ଦଳୀୟ କାର୍ଯ୍ୟାଳୟରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ଯୋଗଦେଇ ଦଳୀୟ କର୍ମୀଙ୍କୁ ଧନ୍ୟବାଦ ଦେବା ସହ ଦିଲ୍ଲୀ ବାସୀଙ୍କ ନିକଟରେ କୃତଜ୍ଞ ବୋଲି କହିଛନ୍ତି କେଜ୍ରିୱାଲ । ଆଜି ମଙ୍ଗଳବାର ହନୁମାନଙ୍କ ବାର । ପ୍ରଭୁ ବଜରଙ୍ଗବାଲୀଙ୍କ ଆଶୀର୍ବାଦ ପାଇଁ ଦଳ ପୁଣି ଥରେ ସରକାର ଗଢିବାରେ ସଫଳ ହୋଇଛି । ଯେଉଁଥିପାଇଁ ହନୁମାନଙ୍କୁ ମଧ୍ୟ ସେ ଧନ୍ୟବାଦ ଜଣାଇଛନ୍ତି ।

ସେପଟେ ପତ୍ନୀ ଅନୀତାଙ୍କ ଆଜି ଜନ୍ମଦିନ ରହିଥିବାବେଳେ ଏଭଳି ଖୁସିର ଖବର ନିହାତି ପକ୍ଷେ ତାଙ୍କ ପାଇଁ ଉପହାର ବୋଲି କହିଛନ୍ତି କେଜ୍ରିୱାଲ । ଦିଲ୍ଲୀ ବାସୀ କଥା ନୁହେଁ କାମ ଦେଖି ଭୋଟ ଦେଇଛନ୍ତି । ମାଗଣା ବିଜୁଳି, ସୁଦ୍ଧ ପାନୀୟ ଜଳ, ଚିକିତ୍ସା ଏବଂ ସରକାରୀ ବିଦ୍ୟାଳୟରେ ଉତ୍ତମ ଶିକ୍ଷାର ଏହା ଜିତ ବୋଲି ଅରବିନ୍ଦ କେଜ୍ରିୱାଲ କହିଛନ୍ତି ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.