ହାଇଦ୍ରାବାଦ: ହାଇଦ୍ରାବାଦରେ ମହିଳା ପଶୁ ଚିକିତ୍ସକଙ୍କ ହତ୍ୟା ଘଟଣା ସମାଧାନ ନହେଉଣୁ ସମାନ ଘଟଣା ପୁଣି ଦେଖିବାକୁ ମିଳିଛି । ଡାକ୍ତରାଣୀଙ୍କୁ ଗଣଦୁଷ୍କର୍ମ ଓ ହତ୍ୟାକୁ ଦିନେ ନବିତୁଣୁ ଆଉ ଜଣେ ମହିଳାଙ୍କୁ ବେହୋସ ଅବସ୍ଥାରେ ତାଙ୍କ ଘରୁ ଉଦ୍ଧାର କରାଯାଇଛି ।
ସୂଚନା ଅନୁସାରେ, ଶନିବାର ରାତିରେ ଜଣେ କର୍ମଜୀବୀ ମହିଳାଙ୍କୁ ବେହୋସ ଅବସ୍ଥାରେ ଉଦ୍ଧାର କରିଛି ପୋଲିସ। ମହିଳାଙ୍କ ସହ ଦୁର୍ବ୍ୟବହାର ହୋଇଥିବା ସନ୍ଦେହ କରୁଛି ପୋଲିସ। ବର୍ତ୍ତମାନ ଘଟଣାର ଅଧିକ ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି ।
ଗୋଟିଏ ସପ୍ତାହ ଭିତରେ ଦୁଇ ଦୁଇଟି ଦୁଷ୍କର୍ମ ଓ ହତ୍ୟାକାଣ୍ଡ ପରେ ଏଭଳି ଘଟଣା ଦେଶରେ ମହିଳାଙ୍କ ସୁରକ୍ଷାରେ ପୁଣି ପ୍ରଶ୍ନ ସୃଷ୍ଟି କରିଛି ।