ବ୍ରାସିଲିୟା: ନିକଟରେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଛି । ଯେଉଁଥିରେ ଦେଖାଯାଉଛି ଜଣେ ମହିଳା ଜଣେ ପୂଜାରୀଙ୍କୁ ଷ୍ଟେଜରେ ଧକ୍କା ଦେଉଛନ୍ତି । ତେବେ ଭିଡିଓଟି ଜଣେ ଟ୍ୱିଟର ୟୁଜରଙ୍କ ଦ୍ୱାରା ସୋସିଆଲ ମିଡିଆରେ ସେୟାର କରାଯାଇଛି ।
ଏହି ଭିଡିଓଟି ବ୍ରାଜିଲର ବୋଲି ଜଣାପଡିଛି । ଯେଉଁଠି ଜଣେ ପୂଜାରୀ ଅନୁଷ୍ଠିତ ହୋଇଥିବା ଏକ କାର୍ଯ୍ୟକ୍ରମରେ ପ୍ରାୟ 50000 ଲୋକଙ୍କ ଉପସ୍ଥିତିରେ ଭାଷଣ ଦେଉଛନ୍ତି । ହଠାତ୍ ଦେଖିବାକୁ ମିଳୁଛି ଯେ ଜଣେ ମହିଳା ଦୌଡି ଦୌଡି ଆସି ପୂଜାରୀଙ୍କୁ ଧକ୍କା ଦେଉଛନ୍ତି । ଏହି ମୋଟି ମହିଳା ଜଣଙ୍କ ସ୍ବର୍ଗକୁ ଯାଇପାରିବେ ନାହିଁ ବୋଲି ମନ୍ତବ୍ୟ ଦେଇଥିଲେ ପୂଜାରୀ ।
ଏହାକୁ ନେଇ ମହିଳା ଜଣଙ୍କ ଈର୍ଷାନିତ୍ୱ ହୋଇ ପୂଜାରୀଙ୍କୁ ଧକ୍କା ଦେଇଥିବା କୁହାଯାଉଛି । ମାତ୍ର ଏହାର କେତେ ସତ୍ୟତା ଅଛି ତାହା ଜଣା ପଡିନାହିଁ । ଏହି ଅଭିଯୋଗକୁ ଖଣ୍ଡନ କରିବା ସହ ସେ ଏପରି କୌଣସି ମନ୍ତବ୍ୟ ଦେଇନଥିବା କହିଛନ୍ତି କରିଛନ୍ତି ପୂଜାରୀ ।
ସ୍ଥାନୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ, ମହିଳାଙ୍କ ମାନସିକ ସନ୍ତୁଳନ ଠିକ୍ ନଥିଲା ବୋଲି, ତାଙ୍କର କିଛି ସାଙ୍ଗ ପୋଲିସକୁ ଖବର ଦେଇଥିଲା । ସେହି ମହିଳାଙ୍କୁ ପୋଲିସ ଥାନାରେ ଅଟକ ରଖିଥିଲା । ପୂଜାରୀ ଅଭିଯୋଗକୁ ଖଣ୍ଡନ କରିବା ପରେ ମହିଳା ଜଣଙ୍କୁ ଛଡାଯାଇଛି ।