ନୂଆଦିଲ୍ଲୀ: ବଢିଲା କମଲନାଥଙ୍କ ଭଣଜା ରତୁଲ ପୁରୀଙ୍କ ରିମାଣ୍ଡ ଅବଧି । ଅଗଷ୍ଟା ଓ୍ବେଷ୍ଟଲାଣ୍ଡ ମାମଲାରେ ଗିରଫ ହୋଇଥିବା ରତୁଲଙ୍କ ରିମାଣ୍ଡ ଆଉ 5 ଦିନ ବଢାଯାଇଛି । ଏ ନେଇ ଶୁଣାଣି କରିଛନ୍ତି ଦିଲ୍ଲୀର ଏକ ସ୍ବତନ୍ତ୍ର ଅଦାଲତ । ମାମଲାର ଶୁଣାଣି ପାଇଁ ଆସନ୍ତା 16ରେ ପୁଣି ଥରେ ରତୁଲ ଅଦାଲତରେ ହାଜର ହେବେ ।
ଇଡି ରତୁଲଙ୍କୁ 8 ଦିନ ରିମାଣ୍ଡରେ ନେବା ପାଇଁ ଆବେଦନ କରିଥିବା ବେଳେ ତାଙ୍କ ବନ୍ଧୁ ନିୟାମତ ବକ୍ସିଙ୍କୁ ଭେଟିବା ନେଇ ଆପତ୍ତି ଜାହିର କରିଥିଲା । ବକ୍ସି ମଧ୍ୟ ଏହି ମାମଲାରେ ସନ୍ଦିଗ୍ଧ ଅଛନ୍ତି । ପୂର୍ବରୁ ଏହି ମାମଲାରେ ଗିରଫ ହୋଇଥିବା ରତୁଲଙ୍କ ରିମାଣ୍ଡ ଆଜି ସରିଥାନ୍ତା ।