ନୂଆଦିଲ୍ଲୀ: ଆଗକୁ ଦଶହରା । ତେବେ ଦଶହରା ଦିନ ରାବଣ ପୋଡି ଉତ୍ସବ ପାଇଁ ଦିଲ୍ଲୀର ସୁଲତାନପୁରୀ ଅଞ୍ଚଳରେ ରାବଣର ପ୍ରତିମା ନିର୍ମାଣ ନେଇ ପ୍ରସ୍ତୁତି ଯୋରସୋରରେ ଚାଲିଛି । ଗୋଟିଏ ରାବଣର ମୂଲ୍ୟ 5 ହଜାରରୁ ଆରମ୍ଭ ହୋଇ 25 ହଜାର ପର୍ଯ୍ୟନ୍ତ ରହିଛି ।
ଏହି ପ୍ରତିମା ତିଆରି ପାଇଁ ସ୍ଥାନର ଅଭାବ ଥିବାରୁ ଏମସିଡି ଠାରୁ ଟିକେଟ କଟାଯାଉଛି । ଅନ୍ୟପଟେ ମହଙ୍ଗାକୁ ଆଖିଆଗରେ ରଖି ଅର୍ଡର ଅନୁଯାୟୀ ରାବଣ ତିଆରି କରାଯାଉଛି । କାରଣ ଯେପରି କୌଣସି ଅସୁବିଧା ନହୁଏ । ତେବେ ଅଧିକାଂଶ ରାବଣର ପ୍ରତିମା ଦିଲ୍ଲୀର ବାହାର ଭାଗରେ ତିଆରି କରାଯାଉଛି । ତେବେ ଅର୍ଡର ଅନୁଯାୟୀ, ରାବଣ ପ୍ରତିମା ନିର୍ମାଣ ପାଇଁ 6 ରୁ 7 ଦିନ ସମୟ ଲାଗୁଛି ।
ଦିଲ୍ଲୀରେ ଦିର୍ଘ 22 ବର୍ଷ ଧରି ରାବଣର ପ୍ରତିମା ତିଆରି କରୁଥିବା କାରିଗରଙ୍କ କହିବାନୂଯାୟୀ, ଏହାକୁ ଦଶହରାର ଦେଢ ମାସ ପୂର୍ବରୁ ତିଆରି କରାଯାଇଥାଏ । ବାଉଁଶ, କାଗଜ, ସାଢି ଓ ଲୁହାର ତାର ଦିଆଯାଇ ଏହାକୁ ନିର୍ମାଣ କରାଯାଇଥାଏ । ପରେ ବିଭିନ୍ନ ରଙ୍ଗ ଦିଆଯାଇ ତାକୁ ସଜାଯାଇଥାଏ ।