ETV Bharat / bharat

କୋରୋନା ପାଇଁ ଭାରତ ବାୟୋଟେକ ପ୍ରସ୍ତୁତ କରିବ ଇଣ୍ଟ୍ରାନାସାଲ ଟୀକା: ହର୍ଷବର୍ଦ୍ଧନ - ସାରସ କୋରୋନା ଭାଇରସ-2 କୋରୋନା ଭାଇରସର ଏକ କାରକ

କୋରୋନା ସଂକ୍ରମଣକୁ ପ୍ରସ୍ତୁତ ହେବ ଇଣ୍ଟ୍ରାନାସାଲ ଟୀକା। ଭାରତ ବାୟୋଟେକ ପକ୍ଷରୁ ସାର୍ସ କୋରୋନା ଭାଇରସ-2 ପାଇଁ ଏହି ଇଣ୍ଟ୍ରାନାସାଲ ଟୀକା ପ୍ରସ୍ତୁତ ହେବ। ଅଧିକ ପଢ଼ନ୍ତୁ...

କୋରୋନା ପାଇଁ ଭାରତ ବାୟୋଟେକ ପ୍ରସ୍ତୁତ କରିବ ଇଣ୍ଟ୍ରାନାସାଲ ଟିକା: ହର୍ଷବର୍ଦ୍ଧନ

author img

By

Published : Oct 18, 2020, 5:18 PM IST

ନୂଆଦିଲ୍ଲୀ: ସାର୍ସ କୋରୋନା ଭାଇରସ-2 ପାଇଁ ଏକ ଇଣ୍ଟ୍ରାନାସାଲ ଟୀକା ପ୍ରସ୍ତୁତ କରିବ ହାଇଦ୍ରାବାଦର ଭାରତ ବାୟୋଟେକ। ଏହି ଭାଇରସ ଦ୍ବାରା ମଧ୍ୟ କୋରୋନା ସଂକ୍ରମଣ ହୋଇଥାଏ। ୱାଶିଂଟନସ୍ଥିତ ବିଶ୍ବବିଦ୍ୟାଳୟର ମିଳିତ ସହଯୋଗରେ ଏହି ଟୀକା ପ୍ରସ୍ତୁତ କରାଯାଉଛି। ଏନେଇ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ ସୂଚନା ଦେଇଛନ୍ତି।

ଏହାସହ ଏହି ଟୀକାର ପରୀକ୍ଷଣ ପାଇଁ ଭାରତ ବାୟୋଟେକ ୱାଶିଂଟନର ବିଶ୍ବବିଦ୍ୟାଳୟ ଓ ସେଣ୍ଟ ଲୁଇସ ବିଶ୍ବବିଦ୍ୟାଲୟ ସହ ଚୁକ୍ତି ସ୍ବାକ୍ଷର କରିଛି। ଟିକା ପ୍ରରୀକ୍ଷଣ ପାଇଁ ପ୍ରାର୍ଥୀ ଖୋଜିବେ ଏହି ଦୁଇ ବିଶ୍ବବିଦ୍ୟାଳୟ। ବୈଜ୍ଞାନିକଙ୍କ ମତ ଅନୁଯାୟୀ ଏହି (sars-cov-2) ଭାଇରସ କୋରୋନା ଭଳି ମାରାତ୍ମକ ଭାରରସକୁ ଜନ୍ମ ଦେଇଥାଏ। ଏହାର ନିରାକରଣ ପାଇଁ ଏହି ଇଣ୍ଟ୍ରାନାସାଲ ଟିକା ପ୍ରସ୍ତୁତ କରାଯାଉଛି।

କୋରୋନା ପାଇଁ ଭାରତ ବାୟୋଟେକ ପ୍ରସ୍ତୁତ କରିବ ଇଣ୍ଟ୍ରାନାସାଲ ଟିକା: ହର୍ଷବର୍ଦ୍ଧନ
କୋରୋନା ପାଇଁ ଭାରତ ବାୟୋଟେକ ପ୍ରସ୍ତୁତ କରିବ ଇଣ୍ଟ୍ରାନାସାଲ ଟିକା: ହର୍ଷବର୍ଦ୍ଧନ

ଏନେଇ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ କହିଛନ୍ତି ଯେ, "ଭାରତ ବାୟୋଟେକ ଏବଂ ୱାଶିଂଟନ ବିଶ୍ବବିଦ୍ୟାଳୟ ସ୍କୁଲ ଅଫ ମେଡିସିନ ମଧ୍ୟରେ ଏକ ଚୁକ୍ତି ସ୍ବାକ୍ଷର ହୋଇଛି। ଏହି ଚୁକ୍ତି ଅନୁଯାୟୀ ସାର୍ସ କୋରୋନା ଭାଇରସ-2 (sars-cov-2) ଭାଇରସ ପାଇଁ ଏକ ଇଣ୍ଟ୍ରାନାସାଲ ଟୀକା ପ୍ରସ୍ତୁତ କରାଯିବ। ଏହି ଟୀକା ବିକଶିତ ହେବାପରେ ଏହାର ପରୀକ୍ଷଣ ପାଇଁ ପ୍ରୀର୍ଥୀ ମଧ୍ୟ ୱାଶିଂଟନ ବିଶ୍ବବିଦ୍ୟାଳୟ ହିଁ ଖୋଜିବ।"

ପ୍ରଥମ ପର୍ଯ୍ୟାୟ ପରୀକ୍ଷଣ ୱାଶିଂଟନସ୍ଥିତ ସେଣ୍ଟ ଲୁଇସ ବିଶ୍ବବିଦ୍ୟାଳୟର ଟିକା ଓ ଚିକିତ୍ସା ବିଭାଗରେ କରାଯିବ। ପରବର୍ତ୍ତୀ ପରୀକ୍ଷଣ ଭାରତରେ କରାଯିବ। ତେବେ କେବେ ଏବଂ କେଉଁ ସ୍ଥାନରେ ଏହି ପରୀକ୍ଷଣ କରାଯିବା ସନେଇ କୌଣସି ସ୍ଥାନ ଧାର୍ଯ୍ୟ କରାଯାଇନାହିଁ। କ୍ଲିନିକାଲ ପରୀକ୍ଷଣ ପାଇଁ ଭାରତ ବାୟୋଟେକ ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯିବ।

ଏହାସହ ଆମେରିକାର ଆଉ ଏକ ବାୟୋଟେକ କମ୍ପାନୀ କୋଡାଗେନିକ୍ସ ସହ ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ ଏକ ଚୁକ୍ତି ସ୍ବାକ୍ଷର କରିଛି। ଏହି ଦୁଇ ସଂସ୍ଥା ମଧ୍ୟ ସାର୍ସ କୋରୋନା ଭାଇରସ-2 (SARS-CoV-2) ପାଇଁ କମ୍ପାନୀର ଆଉ ଏକ ଇଣ୍ଟ୍ରାନାସାଲ୍ ଟିକା ବିକଶିତ କରିବାରେ ଲାଗିଛନ୍ତି। 2020 ମସିହା ଶେଷ ସୁଦ୍ଧା ଏହି ଟୀକା ବିକଶିତ ହୋଇ ଏହାର ମାନବ ପରୀକ୍ଷଣ ଆରମ୍ଭ ହେବ।

ପ୍ରତି ରବିବାର କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ସଣ୍ଡେ ସମ୍ବାଦ ନାମକ ଏକ ୱେବିନାର କରିଥାନ୍ତି। ଏହି ଅବସରରେ ସେ ନିଜ ପ୍ରଶଂସକଙ୍କ ସହ ବିଭିନ୍ନ ବିଷୟ ନେଇ ଆଲୋଚନା କିରଥାନ୍ତି। କୋରୋନାକୁ ନେଇ ଜଣେ ପ୍ରଶଂସକଙ୍କ ପ୍ରଶ୍ନ ପରେ ଏହି ସବୁ ତଥ୍ୟ ଦେଇଛନ୍ତି ଡକ୍ଟର ହର୍ଷବର୍ଦ୍ଧନ।

@ians

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.