ବେଙ୍ଗାଲୁରୁ: ଗୋକାକ ଜିଲ୍ଲାର ବାଲଗାଭୀ ଅଞ୍ଚଳରେ ଅଭାବନୀୟ ଦୃଶ୍ୟ । ଜଣେ ମାଆ ନିଜ ଦୁଇ ପିଲାଙ୍କୁ ବିଷ ଦେଇ ନିଜେ ଆତ୍ମହତ୍ୟା କରିଥିବା ଜଣାପଡିଛି । ଘରେ କେହି ନଥିବା ବେଳେ ମହିଳା ଜଣଙ୍କ ଏଭଳି ପଦକ୍ଷେପ ନେଇଥିବା ଜଣାପଡିଛି ।
ସୂଚନା ଅନୁସାରେ, ଗୋକାକରେ ରହୁଥିବା ଏହି ମହିଳା କୌଣସି କାରଣରୁ ନିଜର ଗୋଟିଏ ପୁଅ ଓ ଝିଅକୁ ବିଷ ଦେଇ ନିଜେ ବିଷ ପିଇଦେଇଥିଲେ । ତେବେ ସେମାନଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲକୁ ଆଣିବା ବେଳେ ମୃତ୍ୟୁ ହୋଇଛି ।
ତେବେ ମୃତକ ହେଲେ ଲକ୍ଷ୍ମୀ(40), 8 ବର୍ଷୀୟା ଝିଅ ହର୍ଷିକା ଓ 6 ବର୍ଷର ସମର୍ଥ । ଆତ୍ମହତ୍ୟାର କାରଣ ଜଣାପଡିନିଥିବା ବେଳ ପୋଲିସ ଅଧିକ ତଦନ୍ତ ଜାରି ରଖିଛି ।