ନୂଆଦିଲ୍ଲୀ: ଦେଶର ସବୁ ଠୁ ଟପ୍ ମେଡିକାଲ କଲେଜ ଦିଲ୍ଲୀ ଏମ୍ସରେ ପଢୁଥିବା ଡାକ୍ତରୀ ଛାତ୍ର ଆତ୍ମହତ୍ୟା କରିଥିବା ଖବର ସାମ୍ନାକୁ ଆସିଛି । ଏମ୍ସ ହଷ୍ଟେଲ ନମ୍ବର 19ର ଛାତରୁ ଡେଇଁ ଛାତ୍ର ଜଣଙ୍କ ଆତ୍ମହତ୍ୟା କରିଥିବା ପୋଲିସ ସୂଚନା ଦେଇଛି । ତେବେ ମୃତ ଛାତ୍ର ଜଣଙ୍କ ବେଙ୍ଗାଲୁରୁର 22 ବର୍ଷୀୟ ବିକାଶ ବୋଲି ଜଣାପଡିଛି ।
ପୋଲିସର କହିବା ଅନୁଯାୟୀ ଛାତ୍ର ଜଣଙ୍କ ହଷ୍ଟେଲ ଛାତରୁ ଡେଇଁପଡିଥିବା ନେଇ ସୋମବାର ସଂଧ୍ୟାରେ ଖବର ପହଞ୍ଚିଥିଲା । ତେବେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତ ଛାତ୍ରକୁ ହସ୍ପିଟାଲରେ ଭର୍ତ୍ତି କରିଥିବା ବେଳେ ଚିକିତ୍ସାଧିନ ଅବସ୍ଥାରେ ତାର ମୃତ୍ୟୁ ହୋଇଛି ।
ବିକାଶ 2018 ବ୍ୟାଚର ଦ୍ବିତୀୟ ବର୍ଷର ଛାତ୍ର ଥିଲା । ଏମ୍ସ ପ୍ରଶାସନର କହିବା ଅନୁଯାୟୀ ତାର ମାନସିକ ସ୍ଥିତି ଠିକ ନଥିଲା । ଏମ୍ସର ମନୋଚିତ୍ସା ବିଭାଗରେ ତାଙ୍କ ଚିକିତ୍ସା ଜାରି ରହିଥିବା ବେଳେ ଦୁର୍ଘଟଣାପରେ ତାକୁ ଟ୍ରମା ସେଣ୍ଟର ନିଆଯାଇଥିଲା । ହେଲେ ଡାକ୍ତରଙ୍କ ଶତପ୍ରତିଶତ ପ୍ରୟାସ ପରେ ମଧ୍ୟ ବିକାଶର ଜୀବନ ବଞ୍ଚାଇବା ସମ୍ଭବ ହୋଇନାହିଁ ।