ETV Bharat / bharat

ଆତଙ୍କୀ ପାଣ୍ଠିକୁ ସହାୟତା ଯୋଗାଇ ହିନ୍ଦୱାଡାର 3 ଗିରଫ, 1.34 କୋଟି ଜବତ - ନାର୍କୋ-ଟେରର ମଡ୍ୟୁଲର ପର୍ଦ୍ଦାଫାସ

ଜମ୍ମୁ-କଶ୍ମୀରର ହିନ୍ଦୱାଡାରେ ପାକିସ୍ତାନ ଦ୍ବାରା ରଚିତ ନାର୍କୋ-ଟେରର ମଡ୍ୟୁଲର ପର୍ଦ୍ଦାଫାସ କରିଛି ପୋଲିସ । ଘଟଣାରେ ଲସ୍କର-ଇ-ତୋଇବା ଆତଙ୍କବାଦୀ ସଂଗଠନକୁ ସାହାଯ୍ୟ କରୁଥିବା 3 ଜଣଙ୍କୁ ଗିରଫ ମଧ୍ୟ କରାଯାଇଛି ।

ନାର୍କୋ-ଟେରର ମଡ୍ୟୁଲର ପର୍ଦ୍ଦାଫାସ
ନାର୍କୋ-ଟେରର ମଡ୍ୟୁଲର ପର୍ଦ୍ଦାଫାସ
author img

By

Published : Jun 11, 2020, 5:46 PM IST

ଶ୍ରୀନଗର: ଜମ୍ମୁ-କଶ୍ମୀରର ହିନ୍ଦୱାଡାରେ ଗୁରୁବାର ପୋଲିସକୁ ବଡ ସଫଳତା ମିଳିଛି। ପାକିସ୍ତାନ ଦ୍ବାରା ରଚିତ ନାର୍କୋ-ଟେରର ମଡ୍ୟୁଲର ପର୍ଦ୍ଦାଫାସ କରିଛି ପୋଲିସ । ନିଶା ଦ୍ରବ୍ୟର ତସ୍କରି ଟଙ୍କାରୁ ଆତଙ୍କବାଦ ଗତିବିଧିକୁ ବଢାଇବା ଦିଗରେ ନାର୍କୋ- ଟେରର ମଡ୍ୟୁଲର ପର୍ଦାଫାଶ କରି ଘଟଣାରେ ଲସ୍କର-ଇ-ତୋଇବା ଆତଙ୍କବାଦୀ ସଂଗଠନକୁ ସାହାଯ୍ୟ କରୁଥିବା 3 ଜଣଙ୍କୁ ଗିରଫ ମଧ୍ୟ କରାଯାଇଛି ।

ଏନେଇ ଜମ୍ମୁ-କାଶ୍ମୀର ଏସପି ଡ.ଜିଭି ସନ୍ଦିପ ଗୁରୁବାର ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି । ଆତଙ୍କବାଦୀଙ୍କୁ ସାହାଯ୍ୟ କରୁଥିବା ଏହି ବ୍ୟକ୍ତିଙ୍କ ନିକଟରୁ 21 କିଲୋ ନିଶାଦ୍ରବ୍ୟ ଏବଂ 1.34 କୋଟି ଟଙ୍କା ଜବତ ହୋଇଥିବା ସେ କହିଛନ୍ତି ।

ଏମାନଙ୍କ ,ପରିଚୟ ମୋମିନ ପୀର, ଇସ୍ଲାମ-ଉଲ-ହକ ପୀର ଏବଂ ସୈଇଦ ଇଫ୍ତିକାର ଇନ୍ଦ୍ରାବୀ ରୂପରେ ହୋଇଛି । ଏହି ସମସ୍ତେ ହିନ୍ଦୱାଡା ବାସିନ୍ଦା । ମୁଖ୍ୟ ଅଭିଯୁକ୍ତ ଇନ୍ଦ୍ରାବୀ ଜଣେ ନିଶା ବ୍ୟାପାରୀ ଥିବାବେଳେ ତା ନାଁରେ ପୂର୍ବରୁ ଅନେକ ମାମଲା ରହିଛି ।

ବ୍ୟୁରୋ ରିପୋର୍ଟ ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.