ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆସିଛି ହତ୍ୟା ଧମକ । ଶପଥ ଗ୍ରହଣ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ମାଧ୍ୟମରେ ମିଳିଛି ହତ୍ୟା ଧମକ । ବିଜେପି କାର୍ଯ୍ୟାଳୟରେ ଚିଠି ଗ୍ରହଣ ହେବା ପରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି ପୋଲିସ ।
ଗତ ମେ' 29ରେ ରାଜସ୍ଥାନ ବିଜେପିର ମୁଖ୍ୟ ମଦନ ଲାଲ ସାଇନି ହତ୍ୟାପୂର୍ଣ୍ଣ ଚିଠିକୁ ଗ୍ରହଣ କରିଥିଲେ । ଯେଉଁଥିରେ ମୋଦିଙ୍କୁ ଗୁଳି କରି ହତ୍ୟା କରିବା ନେଇ ଧମକ ଦିଆଯାଇଥିଲା । ଯାହାକୁ ନେଇ ମଦନ ଲାଲ ପୋଲିସକୁ ସୂଚନା ଦେଇଥିଲେ ।
ଘଟଣାରେ ପୋଲିସ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଥିବା ବେଳେ ପ୍ରାଥମିକ ତଦନ୍ତରୁ 4 ଜଣଙ୍କୁ ଧରିଥିଲା । କିନ୍ତୁ ଏମାନେ ଘଟଣାରେ ସମ୍ପୃକ୍ତ ନଥିବାର କହିଛନ୍ତି ଡେପୁଟି କମିଶନର ପୋଲିସ ୟୋଗେଶ ଦାଧିଚ । ସେପଟେ ଏହା ଏକ 'ବଦମାସି' ହୋଇଥାଏପାରେ ବୋଲି ଡିସିପି ସୂଚନା ଦେଇଛନ୍ତି ।