ETV Bharat / bharat

ମୋଦିଙ୍କୁ ଚାନ୍ଦିମୂର୍ତ୍ତିରେ ଶୁଭେଚ୍ଛା ଜଣାଇଲେ ଗୁଜୁରାଟର ଗହଣା ବ୍ୟବସାୟୀ

ଗୁଜୁରାଟର ଏକ ଗହଣା ବ୍ୟବସାୟୀ ପିଏମ ମୋଦିଙ୍କର ଚାନ୍ଦିରେ ଏକ  ମୂର୍ତ୍ତି ତିଆରି କରିଛନ୍ତି । ଏହି ମୂର୍ତ୍ତି ତିଆରି କରିବାକୁ ପାଖାପାଖି 15ଦିନ ଲାଗୁଥିବା ବେଳେ ଡିଜାଇନ ପ୍ରତି ବହୁତ ଧ୍ୟାନ ଦେବା କଥା କହିଛନ୍ତି ବଣିଆ । ସାଢେ ତିନି କିଲୋର ଏହି ଚାନ୍ଦି ମୂର୍ତ୍ତିର ମୂଲ୍ୟ ରହିଛି 1.5 ଲକ୍ଷ ଟଙ୍କା ।

ଡିଜାଇନ ଫଟୋ
author img

By

Published : Jun 2, 2019, 3:02 PM IST

ଗାନ୍ଧୀନଗର: 2019 ଲୋକସଭା ନିର୍ବାଚନରେ ବହୁମତ ପାଇ ସତ୍ତାକୁ ଫେରିଛି ବିଜେପି । ସମୁଦାୟ 303ଟି ସିଟ ହାସଲ କରି ପୁଣି ଥରେ ପ୍ରଧାନମନ୍ତ୍ରୀ ହୋଇଛନ୍ତି ମୋଦି । ଏହି ଖୁସିରେ କିଏ ମାଗଣାରେ ଚା' ବିକୁଛି ତ କିଏ ମାଗଣାରେ ଅଟୋ ସେବା ଦେଇଥିବା ନିକଟରେ ଶୁଣିବାକୁ ମିଳିଥିଲା । ହେଲେ ଏବେ ପୁଣି ଦେଖିବାକୁ ମିଳିଛି ଆଉ ଏକ ଘଟଣା ଗୁଜୁରାଟର ଏକ ଗହଣା ବ୍ୟବସାୟୀ ପିଏମ ମୋଦିଙ୍କର ଚାନ୍ଦୀରେ ଏକ ମୂର୍ତ୍ତି ତିଆରି କରିଛନ୍ତି ।

ସୁରତର ଏହି ବ୍ୟକ୍ତି ଜଣକ ହେଲେ ଖୁସାଲଦାସ । ପେସାରେ ଜଣେ ବଣିଆ । ଆଉ ମୋଦିଙ୍କ ଜଣେ ବଡ ପ୍ରଶଂସକ । ପିଏମ ନରେନ୍ଦ୍ର ମୋଦି ଦ୍ବିତୀୟ ଥର ପ୍ରଧାନମନ୍ତ୍ରୀ ଭାବରେ ଶପଥ ନେବା ପରେ ସେ ସାଢେ ତିନି କିଲୋ ଓଜନର ମୋଦିଙ୍କର ଚାନ୍ଦି ମୂର୍ତ୍ତି ତିଆରି କରିଥିଲେ । ଜିତିବା ଖୁସିରେ ସେ ମୋଦିଙ୍କୁ ଏହି ମୂର୍ତ୍ତି ଭେଟି ଦେବାକୁ ଇଚ୍ଛା ପ୍ରକାଶ କରିଛନ୍ତି ।

ଏହାଛଡା ସେ ଗୃହମନ୍ତ୍ରୀ ଅମିତ ଶାହଙ୍କର ମୂର୍ତ୍ତିକୁ ମଧ୍ୟ ସୁନାରେ ତିଆରି କରିଛନ୍ତି । କେବଳ ଏତିକି ନୁହେଁ ମୋଦିଙ୍କ ଆଦର୍ଶ ସର୍ଦାର ବଲ୍ଲଭ ଭାଇ ପଟ୍ଟେଲଙ୍କ ଷ୍ଟାଚ୍ୟୁ ଅଫ୍‌ ୟୁନିଟିର ପ୍ରତିମୂର୍ତ୍ତି ମଧ୍ୟ ତିଆରି କରିଛନ୍ତି । ଯେଉଁଥିରେ ସୁନା ପାଣି ପିଆଯାଇଛି । ମହାତ୍ମା ଗାନ୍ଧୀଙ୍କର ମଧ୍ୟ ଏକ ମୂର୍ତ୍ତି ତିଆରି କରିଛନ୍ତି ଖୁସାଲଦାସ ।

ଏହାକୁ ଦେଖିବାକୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ବେସ ଉତ୍ସାହ ଦେଖିବାକୁ ମିଳିଛି । ଦୋକାନୀଙ୍କ କହିବାନୁଯାୟୀ ଏହାକୁ କିଣିବାକୁ ଲୋକମାନେ ଆଡଭାନ୍ସ ବୁକିଂ ମଧ୍ୟ କରୁଛନ୍ତି । ଏହି ମୂର୍ତ୍ତି ତିଆରି କରିବାକୁ ପାଖାପାଖି 15ଦିନ ଲାଗୁଥିବା ବେଳେ ଡିଜାଇନ ପ୍ରତି ବହୁତ ଧ୍ୟାନ ଦେବା କଥା କହିଛନ୍ତି ବଣିଆ । ସାଢେ ତିନି କିଲୋର ଏହି ଚାନ୍ଦି ମୂର୍ତ୍ତିର ମୂଲ୍ୟ ରହିଛି 1.5 ଲକ୍ଷ ଟଙ୍କା ।

Intro:Body:

fgdg

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.