ETV Bharat / bharat

କୋରୋନା ସଂକ୍ରମିତ ମା ଠାରୁ ଜନ୍ମ ହେଲା ସୁସ୍ଥ ଶିଶୁ - A healthy baby was born to a Corona-infected mother

କୋରୋନା ସଂକ୍ରମିତ ମା ଠାରୁ ଜନ୍ମ ହେଲା ସୁସ୍ଥ ଶିଶୁ । ଯାହା ଏବେ ପାଲଟିଛି ଚର୍ଚ୍ଚାର ବିଷୟ । ଅଧିକ ପଢନ୍ତୁ...

A healthy baby was born to a Corona-infected mother
କୋରୋନା ସଂକ୍ରମିତ ମା ଠାରୁ ଜନ୍ମ ହେଲା ସୁସ୍ଥ ଶିଶୁ
author img

By

Published : Jun 21, 2020, 3:08 PM IST

ଅମରାବତୀ: କୋରୋନା ସଂକ୍ରମିତ ମା ଠାରୁ ଜନ୍ମ ହେଲା ସୁସ୍ଥ ଶିଶୁ । ଏ ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଏଭଳି ଘଟଣା ଦେଖିବାକୁ ମିଳିଛି ବିଶାଖାପାଟନାମରେ ଥିବା ବିଶାଖା ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସ ହସପିଟାଲରେ । ଆନ୍ଧ୍ରପ୍ରଦେଶ ସିକାକୁଲମ ଜିଲ୍ଲାର ଜଣେ 23 ବର୍ଷିୟ ମହିଳା ପ୍ରସବ ପାଇଁ ମେଡିକାଲରେ ଭର୍ତ୍ତି ହୋଇଥିଲେ । ତେବେ ଶନିବାର ଦିନ ସେ ଏକ ସୁସ୍ଥ ଶିଶୁକୁ ଜନ୍ମ ଦେଇଛନ୍ତି । ତେବେ ,ମହିଳା ଜଣକ କୋରୋନାରେ ସଂକ୍ରମିତ ଥିବାରୁ ଶିଶୁଟି କୋରୋନାରେ ଆକ୍ରାନ୍ତ ହେବ ବୋଲି ଆଶଙ୍କା ରହିଥିଲା । ତେବେ ଉଭୟ ମା ଓ ଶିଶୁ ସୁସ୍ଥ ଥିବା ସୂଚନା ଦେଇଛନ୍ତି ବିଶାଖା ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସର ନିର୍ଦ୍ଦେଶକ । ସେପଟେ, ନବଜାତକର ନମୁନା କୋଭିଡ19 ପରୀକ୍ଷା ପାଇଁ ପଠାଯାଇଛି ।

ତେବେ ଦେଶରେ ହୁ ହୁ ହୋଇ ବଢି ଚାଲିଛି କୋରୋନା ପଜେଟିଭଙ୍କ ସଂଖ୍ୟା । ଭାରତରେ ପଜେଟିଭଙ୍କ ସଂଖ୍ୟା 410461 ରହିଥିବା ବେଳେ ମୃତ୍ୟୁ ସଂଖ୍ୟା 13254 ରହିଛି । ଆନ୍ଦ୍ରପ୍ରଦେଶରେ 8452 ପଜେଟିଭ ଥିବା ବେଳେ ମୃତ୍ୟୁ ସଂଖ୍ୟା 101 ଛୁଇଁଛି।

ସୌଜନ୍ୟ @ANI

.

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.