ETV Bharat / bharat

କୋରୋନା ସଂକ୍ରମିତଙ୍କ ଗର୍ଭରୁ ଜନ୍ମ ନେଲା ସୁସ୍ଥ ପୁତ୍ର ସନ୍ତାନ - ଏମ୍ସରେ କୋରୋନା ସଂକ୍ରମିତଙ୍କ ପ୍ରସବ

କୋରୋନା ସଂକ୍ରମଣ ଦିନକୁ ଦିନ ବଢିଚାଲିଥିବା ବେଳେ ଦେଶରେ ଅନେକ ଗର୍ଭବତୀ ମଧ୍ୟ ଏହାର ଶିକାର ହୋଇଥିବା ଦେଖାଯାଇଛି । ଦିଲ୍ଲୀ ଏମ୍ସରେ ଶୁକ୍ରବାର ସନ୍ଧ୍ୟାରେ ଏପରି ଜଣେ ମହିଳା ସଫଳତାର ସହ ପ୍ରସବ କରିଛନ୍ତି ।

corona positive woman's delivery, helathy baby boy took birth from corona positive woman, 1st case of corona positive woman's delivery, aiims news, corona positive woman's delivery in aiims delhi, କୋରୋନା ସଂକ୍ରମିତଙ୍କ ପ୍ରସବ, କୋରୋନା ସଂକ୍ରମିତଙ୍କ ଗର୍ଭରୁ ସୁସ୍ଥ ସନ୍ତାନ ଜନ୍ମ, କୋଭିଡ-19 ସଂକ୍ରମିତଙ୍କ ପ୍ରସବର ପ୍ରଥମ ଘଟଣା, ଏମ୍ସ ନ୍ୟୁଜ୍‌, ଏମ୍ସରେ କୋରୋନା ସଂକ୍ରମିତଙ୍କ ପ୍ରସବ, covid-19, କୋଭିଡ-19
କୋରୋନା ସଂକ୍ରମିତଙ୍କ ଗର୍ଭରୁ ଜନ୍ମ ନେଲା ସୁସ୍ଥ ପୁତ୍ର ସନ୍ତାନ
author img

By

Published : Apr 4, 2020, 4:57 PM IST

ନୂଆଦିଲ୍ଲୀ: କୋରୋନା ସଂକ୍ରମଣ ଦିନକୁ ଦିନ ବଢିଚାଲିଥିବା ବେଳେ ଦେଶରେ ଅନେକ ଗର୍ଭବତୀ ମଧ୍ୟ ଏହାର ଶିକାର ହୋଇଥିବା ଦେଖାଯାଇଛି । ଦିଲ୍ଲୀ ଏମ୍ସରେ ଶୁକ୍ରବାର ସନ୍ଧ୍ୟାରେ ଏପରି ଜଣେ ମହିଳା ସଫଳତାର ସହ ପ୍ରସବ କରିଛନ୍ତି । ଯାହାଙ୍କ ଗର୍ଭରୁ ଜନ୍ମ ନେଇଛି ଏକ ସୁସ୍ଥ ପୁତ୍ର ସନ୍ତାନ । ଏନେଇ ଏମ୍ସ କର୍ତ୍ତୃପକ୍ଷ ସୂଚନା ଦେଇ କହିଛନ୍ତି କି ଉଭୟ ମା’ ଓ ପୁତ୍ର ସୁସ୍ଥ ଅଛନ୍ତି ଏବଂ ନବଜନ୍ମିତ ଶିଶୁ ଦେହରେ ବର୍ତ୍ତମାନ ସୁଦ୍ଧା କୋରୋନାର କୌଣସି ଲକ୍ଷଣ ଦେଖାଯାଇ ନାହିଁ ।

ତେବେ ଶିଶୁଟିର କୋଭିଡ-19 ପରୀକ୍ଷା କରାଯିବ କି ନାହିଁ ପ୍ରଶ୍ନର ଉତ୍ତର ଦେଇ ଏମ୍ସର ଅବଷ୍ଟେଷ୍ଟ୍ରିକ୍ସ ଓ ଗାଇନାକୋଲୋଜି ବିଭାବ ପ୍ରଫେସର ଡ଼ଃ ନୀରଜ ଭଟଲା କହିଛନ୍ତି କି ପ୍ରାରମ୍ଭିକ ସ୍ତରରେ ଶିଶୁଟିକୁ ଅବଜରଭେସନରେ ରଖାଯିବ । ଶିଶୁଟି ଦେହରେ କୋରୋନାର ଲକ୍ଷଣ ଅଛି କି ନାହିଁ, ତାହା ଅନୁଧ୍ୟାନ କରାଯିବ। ବର୍ତ୍ତମାନ ସୁଦ୍ଧା ଶିଶୁ ପୁତ୍ର ସମ୍ପୂର୍ଣ୍ଣ ସୁସ୍ଥ ରହିଛି ଏବଂ ନିର୍ଦ୍ଧାରିତ ସମୟର ସପ୍ତାହେ ପୂର୍ବରୁ ଜନ୍ମ ଗ୍ରହଣ କରିଛି ।

ସେପଟେ ଡାକ୍ତରଙ୍କ କହିବା ଅନୁଯାୟୀ ଜଣେ କୋରୋନା ପଜିଟିଭ ଗର୍ଭବତୀ ମହିଳାଙ୍କ ପ୍ରସବ ଘଟଣା ଦିଲ୍ଲୀରେ ପ୍ରଥମ । ମହିଳା ଜଣଙ୍କ ଦିଲ୍ଲୀ ଏମ୍ସର ଜଣେ ଫିସିଓଲୋଜିଷ୍ଟଙ୍କ ପତ୍ନୀ । ସମ୍ପୃକ୍ତ ଡାକ୍ତର ଜଣଙ୍କ କୋରୋନା ପଜିଟିଭି ଜଣା ପଡିବାର କିଛି ଦିନ ପରେ ତାଙ୍କ ପତ୍ନୀ ମଧ୍ୟ କୋରୋନା ପଜିଟିଭ ବୋଲି ଜଣା ପଡିଥିଲା । ସେତେବେଳକୁ ସେ 9 ମାସର ଗର୍ଭବତୀ ଥିଲେ ।

ତେବେ ଶୁକ୍ରବାର ତାଙ୍କର ପ୍ରସବ ପରେ ଶିଶୁ ପୁତ୍ର ସମ୍ପୂର୍ଣ୍ଣ ସୁସ୍ଥ ଥିବା ସହ ଏବେ ସେ ନିଜ ମା’ ସହିତ ହିଁ ରହିଛି । ସେପଟେ ବର୍ତ୍ତମାନ ସୁଦ୍ଧ ସ୍ତନ୍ୟପାନ ଦ୍ବାରା କୋରୋନା ସଂକ୍ରମଣର କୌଣସି ପ୍ରମାଣ ରହିନାହିଁ । ଏଥିସହ ସମ୍ପୃକ୍ତ ମହିଳା ଜଣଙ୍କ କୋରୋନା ପଜିଟିଭ ଚିହ୍ନଟ ହେବା ସତ୍ତ୍ବେ ବର୍ତ୍ତମାନ ତାଙ୍କ ପାଖରେ କୋରୋନାର କୌଣସି ଲକ୍ଷଣ ଦେଖାଯାଉନାହିଁ ।

ପ୍ରକାଶ ଯେ ସମ୍ପୃକ୍ତ ଗର୍ଭବତୀ ମହିଳା କୋରୋନା ପଜିଟିଭ ଜଣା ପଡିବା ପରେ ଏମ୍ସରେ ପଜିଟିଭ ଚିହ୍ନଟ ହୋଇଥିବା ଗର୍ଭବତୀ ମହିଳାଙ୍କ ପାଇଁ ଏକ ସ୍ବତନ୍ତ୍ର ୱାର୍ଡ ପ୍ରସ୍ତୁତ କରାଯାଇଛି । ଏଥିସହ ସେମାନଙ୍କ ପାଇଁ ସ୍ବତନ୍ତ୍ର ନିୟମ ମଧ୍ୟ ପ୍ରସ୍ତୁତ କରାଯାଇଛି । ଯେପରି ସ୍ତନ୍ୟପାନ କରିବା ପୂର୍ବରୁ ମାସ୍କ ବ୍ୟବହାର ସହ ହାତକୁ ଭଲ ଭାବେ ସଫା କରିବା । ସ୍ତନ୍ୟପାନ ପରେ ଶିଶୁର ମୁହଁକୁ ସଫା କରିବା ସହ ନିଜେ ମଧ୍ୟ ସଫାସୁତୁରା ରହିବା ଆବଶ୍ୟକ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.