ବେଙ୍ଗାଲୁରୁ: କୋରୋନାର ବ୍ୟାପକତାକୁ ଦୃଷ୍ଟିରେ ରଖି ଦେଶର ସମସ୍ତ ରାଜ୍ୟ ସମେତ ସମେତ କେନ୍ଦ୍ରଶାସିତ ଅଞ୍ଚଳକୁ ଲକ ଡାଉନ କରିଦିଆଯାଇଛି । କିଛି ରାଜ୍ୟରେ କର୍ଫ୍ୟୁ ମଧ୍ୟ ଘୋଷଣା ହୋଇଛି । ସଂକ୍ରମଣ ରୋକିବା ପାଇଁ ପ୍ରଥମେ ଟ୍ରେନ ଓ ବସ ପରେ ଏବେ ଘରୋଇ ବିମାନ ଲେବାକୁ ମଧ୍ୟ ବାତିଲ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏନେଇ ବେଙ୍ଗାଲୁରୁ ଏୟାରପୋର୍ଟରେ କିଛି କାଶ୍ମୀର ଛାତ୍ର ଆନ୍ଦୋଳନ କରିଛନ୍ତି ।
ଘରୋଇ ବିମାନସେବା ଉପରେ କୋରୋନା କଟକଣା ଲାଗୁ ହେବା ପରେ ବେଙ୍ଗାଲୁରୁ ଏୟାରପୋର୍ଟରେ କିଛି କାଶ୍ମୀର ଛାତ୍ରଙ୍କୁ ଆନ୍ଦୋଳନ କରୁଥିବା ଦେଖିବାକୁ ମିଳିଛି । ଘରକୁ ଫେରାଇ ନିଅ ବୋଲି କାଗଜ ପୋଷ୍ଟରରେ ଲେଖି ଆନ୍ଦୋଳନ କରୁଛନ୍ତି ଏହି ଛାତ୍ର । ସେମାନେ ଟିକେଟ ବୁକ୍ କରିସାରିଥିବା ବେଳେ ଏବେ ଫ୍ଲାଇଟ ବାତିଲ ଯୋଗୁଁ କଣ କରିବେ ବୋଲି ପ୍ରଶ୍ନ କରିଛନ୍ତି ଛାତ୍ରମାନେ ।
କୋରୋନା ପାଇଁ କେନ୍ଦ୍ର ଠୁ ନେଇ ସବୁ ରାଜ୍ୟର ରାଜ୍ୟ ସରକାର ଆବଶ୍ୟକୀୟ ସତର୍କତା ପଦକ୍ଷେପ ଗ୍ରହଣ କରୁଛନ୍ତି । ଅତି ଆବଶ୍ୟକ ନହେଲେ ଘରୁ ନବାହାରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହାସହ ଯିଏ ଯେଉଁ ସ୍ଥାନରେ ରହିଛନ୍ତି, ସେମାନେ କିଛି ସପ୍ତାହ ସେହି ସ୍ଥାନରେ ରହିବାକୁ ପୂର୍ବରୁ ପରାମର୍ଶ ଦେଇଥିଲେ ପ୍ରଧାନମନ୍ତ୍ରୀ ମୋଦି ।
@ANI