ETV Bharat / bharat

'ସେବାମନୋବୃତ୍ତିରେ ଦୀପକ ସାଥେ ଥିଲେ ଆଗୁଆ'

ସେ ଜଣେ ମହାନ ପୁତ୍ର ଥିଲେ ଏବଂ ଅନ୍ୟମାନଙ୍କୁ ସାହାଯ୍ୟ କରିବାରେ ସର୍ବଦା ପ୍ରଥମ ଥିଲେ । ସେ ଦେଶ ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଛନ୍ତି ବୋଲି ନୀଲାବାଇ କହିଛନ୍ତି ।

'ସେବାମନୋବୃତ୍ତିରେ ଦୀପକ ସାଥେ ଥିଲେ ଆଗୁଆ'
'ସେବାମନୋବୃତ୍ତିରେ ଦୀପକ ସାଥେ ଥିଲେ ଆଗୁଆ'
author img

By

Published : Aug 8, 2020, 4:19 PM IST

ମୁମ୍ବାଇ: କୋଝିକୋଡ ବିମାନ ଦୁର୍ଘଟଣାରେ ୱିଙ୍ଗ କମାଣ୍ଡର ଦୀପକ ସାଥେଙ୍କ ସମେତ 19 ଜଣଙ୍କର ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାକୁ ନେଇ ସାରା ଦେଶରେ ଶୋକର ଛାୟା ଖେଳିଯାଇଛି । ତେବେ ଏଭଳି ସମୟରେ ଦୀପକ ସାଥେଙ୍କ କାର୍ଯ୍ୟ ପାଇଁ ଗର୍ବ ଅନୁଭବ କରିଛନ୍ତି ତାଙ୍କ ମା ନୀଲାବାଇ ସାଥେ । ସେ ଜଣେ ମହାନ ପୁତ୍ର ଥିଲେ ଏବଂ ଅନ୍ୟମାନଙ୍କୁ ସାହାଯ୍ୟ କରିବାରେ ସର୍ବଦା ପ୍ରଥମ ଥିଲେ । ସେ ଦେଶ ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଛନ୍ତି ବୋଲି ନୀଲାବାଇ କହିଛନ୍ତି ।

'ସେବାମନୋବୃତ୍ତିରେ ଦୀପକ ସାଥେ ଥିଲେ ଆଗୁଆ'

ୱିଙ୍ଗ କମାଣ୍ଡର ଦୀପକ ସାଥେଙ୍କ ବାପା ଭାରତୀୟ ସେନାର ଜଣେ ଅବସରପ୍ରାପ୍ତ କର୍ଣ୍ଣେଲ । ସାଥେଙ୍କ ବାପା ବସନ୍ତ ସାଥେ ଏବଂ ମା ନୀଲାବାଇ ଉଭୟ ନାଗପୁରରେ ରୁହନ୍ତି । ତେବେ ନିଜ ପୁଅକୁ ହରାଇବାର ଦୁଃଖ ଅଛି ସତ ହେଲେ ଦେଶ ପାଇଁ ସେ ନିଜ ଜୀବନ ଉତ୍ସର୍ଗୀକୃତ କରିଥିବାରୁ ଗର୍ବ ଅନୁଭବ କରିଛନ୍ତି ନୀଲାବାଇ ।

ଏନେଇ ନୀଲାବାଇ କହିଛନ୍ତି, ସେ ଜଣେ ମହାନ ପୁତ୍ର ଥିଲେ । ସେ ସର୍ବଦା ଅନ୍ୟମାନଙ୍କୁ ସାହାଯ୍ୟ କରିବାରେ ପ୍ରଥମ ଥିଲେ। ତାଙ୍କ ଶିକ୍ଷକମାନେ ତାଙ୍କୁ ଖୁବ ପ୍ରଶଂସା କରନ୍ତି। ଅହମ୍ମଦାବାଦ ବନ୍ୟା ସମୟରେ ସେ ସୈନିକଙ୍କ ପିଲାମାନଙ୍କୁ ଉଦ୍ଧାର କରିଥିଲେ । ଆମ ଉଭୟ ପିଲା ଦେଶ ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଛନ୍ତି ବୋଲି ସେ କହିଛନ୍ତି ।

ତେବେ ଦୀପକ ସାଥେଙ୍କ ବଡ ଭାଇ ବିକାଶ ସେନାରେ ଥିଲେ ଏବଂ 22 ବର୍ଷ ବୟସରେ ସେ ଏକ ଦୁର୍ଘଟଣାରେ ଶହୀଦ ହୋଇଥିଲେ। ତେବେ ଦୀପକ ମଧ୍ୟ ଭାରତୀୟ ବାୟୁସେନାରେ କାର୍ଯ୍ୟ କରିଥିଲେ । ଅବସର ନେବା ପରେ ସେ ଏୟାର ଇଣ୍ଡିଆରେ ପାଇଲଟ୍ ଭାବରେ କାର୍ଯ୍ୟ କରୁଥିଲେ। ଶୁକ୍ରବାର ବିମାନ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହୋଇଛି।

ସେପଟେ ଆଜି ଦୀପକ ସାଥେଙ୍କ ମା ନୀଲାବାଇଙ୍କର 83 ତମ ଜନ୍ମଦିନ । ପୁଅକୁ ହରାଇବାର ଦୁଃଖ ଆଗରେ କୁଆଡେ ହଜିଯାଇଛି ଜନ୍ମଦିନର ଆନନ୍ଦ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.