ETV Bharat / bharat

ସ୍ବାଧୀନତା ଦିବସ ଅବସରରେ ପତାକା ଉତ୍ତୋଳନ କଲେ ନକ୍ସଲ ନେତା - former Naxal leader hoisted the National Flag

ପଶ୍ଚିମବଙ୍ଗ ମେଦିନପୁର ଜିଲ୍ଲାର ଏହି ନକ୍ସଲ ଜଣକ ଗତ କିଛି ଦିନ ହେବ ମୁଖ୍ୟସ୍ରୋତକୁ ଫେରିଛି । ହିଂସାର ମାର୍ଗରୁ ଦୂରେଇ ରହିବା ପରେ ଶନିବାର ସ୍ବାଧୀନତା ଦିବସ ପାଳନ କରିଛନ୍ତି । ଅଧିକ ପଢନ୍ତୁ...

ସ୍ବାଧୀନତା ଦିବସ ଅବସରରେ ପତାକା ଉତ୍ତୋଳନ କଲେ ନକ୍ସଲ ନେତା

author img

By

Published : Aug 16, 2020, 7:07 AM IST

କୋଲକାତା: ସବୁଠି ଉଡିଲା ବିଜୟର ଧ୍ବଜା । ଗୌରବର ଗାଥା ପୁଣି ଥରେ ହୋଇଛି ଉଜ୍ଜିବୀତ । ଦିଲ୍ଲୀରୁ ପଲ୍ଲୀ ସଭିଁଏ ପାଳିଲେ 74 ତମ ସ୍ବାଧୀନତା ଦିବସ । ଏହି ଅବସରରେ ନକ୍ସଲମାନେ ମଧ୍ୟ ପତାକା ଉତ୍ତୋଳନ କରି ସ୍ବାଧୀନତାର ଉତ୍ସବରେ ସାମିଲ ହୋଇଥିଲେ ।

ସ୍ବାଧୀନତା ଦିବସରେ ସାରା ଦେଶରେ ପତାକା ଉତ୍ତୋଳନ କରାଯାଇଥିଲା । ପଶ୍ଚିମବଙ୍ଗର ପଶ୍ଚିମ ମେଦିନପୁର ଜିଲ୍ଲାରେ ମଧ୍ୟ ପତାକା ଉତ୍ତୋଳନ ହୋଇଥିଲା । ନେତା,ମନ୍ତ୍ରୀ କିମ୍ବା ପ୍ରଶାସକଙ୍କ ଦ୍ବାରା ପତାକା ଉତ୍ତୋଳନ କରି ବୀର ପୁତ୍ରକୁ ଶ୍ରଦ୍ଧାଞ୍ଜଳି ଦିଆଯାଇଥାଏ । ହେଲେ ମେଦିନପୁରରେ ଜଣେ ନକ୍ସଲ ନେତା ସ୍ଥାନୀୟ ଲୋକଙ୍କ ସହ ପତାକା ଉତ୍ତୋଳନ କରିଥିଲେ ।

ଗତ କିଛି ଦିନ ପୂର୍ବରୁ ଏହି ନକ୍ସଲ ନେତା ଜଣକ ମୁଖ୍ୟସ୍ରୋତକୁ ଫେରିଛନ୍ତି । ବନ୍ଧୁ, ହତିଆର ଛାଡି ସାଧାରଣ ଜୀବନକୁ ଆପଣାଇଛନ୍ତି । ନକ୍ସଲ ନେତା ଜଣକ କୁହନ୍ତି, ଯେତେବେଳେ ତାଙ୍କୁ ଲାଗିଲା ସେ ଭୁଲ ରାସ୍ତାରେ ଯାଉଛନ୍ତି, ସେବେ ଠାରୁ ନକ୍ସଲଙ୍କ ରାସ୍ତା ଭୁଲି ଯାଇଛନ୍ତି । ହିଂସା, ହତ୍ୟାର ମାର୍ଗ ଛାଡିବା ପରେ ସେ ଏକ ଆନନ୍ଦମୟ ଜୀବନ କାଟୁଥିବା ଉକ୍ତ ନକ୍ସଲ ଜଣକ କହିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.