ଚେନ୍ନାଇ: କୋରୋନା ଭୟାବହତା ଭିତରେ ତାମିଲନାଡୁରୁ ଆସିଲା ଏକ ଅଜବ ଚିତ୍ର। ବିଦେଶରୁ ଫେରି ହୋମ କ୍ବାରେନଟାଇନରେ ଥିବା ବ୍ୟକ୍ତି ସର୍ବସାଧାରଣରେ ଉଲଗ୍ନ ହୋଇ ଦୌଡିବା ସହିତ ଜଣେ ବୃଦ୍ଧାଙ୍କୁ କାମୁଡି ମାରିଦେଇଛନ୍ତି। ଏହି ଘଟଣା ସମଗ୍ର ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇ ଦେବା ସହିତ ହୋମ କ୍ବାରେନଟାଇନରେ ଥିବା ପ୍ରତ୍ୟେକ ବିଦେଶ ଫେରନ୍ତା ବ୍ୟକ୍ତିଙ୍କ ପାଇଁ ଆହ୍ୱାନ ସୃଷ୍ଟି କରୁଛି।
ସୂଚନା ଅନୁସାରେ, ମାର୍ଚ୍ଚ 23 ସୁଦ୍ଧା ବିଦେଶରୁ 15 ଲକ୍ଷ ଲୋକ ଫେରିଛନ୍ତି। ଏହି ସମସ୍ତ ବିଦେଶ ଫେରନ୍ତା ବ୍ୟକ୍ତିଙ୍କୁ ସମସ୍ତ ରାଜ୍ୟର ସରକାର ସାମାଜିକ ଦୂରତ୍ବ ବଜାଇ ରଖିବା ସହ 14 ଦିନିଆ ହୋମ କ୍ବାରେନଟାଇନରେ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ତେବେ ବର୍ତ୍ତମାନ ପରିସ୍ଥିତିରେ ଏହି ବ୍ୟକ୍ତିଙ୍କ ଏଭଳି କାରନାମା ସମସ୍ତଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି।
ଏହା ପୂର୍ବରୁ ମଧ୍ୟ ଝାଡଖଣ୍ଡରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ସାନଭାଇ ସରକାରଙ୍କ ଲକଡାଉନ ନିୟମ ଉଲ୍ଲଙ୍ଘନ କରିବାରୁ ବଡ ଭାଇର ହତ୍ୟାର ଶିକାର ହୋଇଥିଲା।