ETV Bharat / bharat

ଜଳିଗଲା ଦରଭଙ୍ଗା-ଅହମ୍ମଦାବାଦ ଏକ୍ସପ୍ରେସ

author img

By

Published : Sep 7, 2019, 11:52 AM IST

ଦରଭଙ୍ଗା-ଅହମ୍ମଦାବାଦ ଏକ୍ସପ୍ରେସ ଟ୍ରେନଟି ରେଳ ୟାର୍ଡରେ ଛିଡା ହୋଇଥିବାବେଳେ ସାଧାରଣ ବଗିରେ କୌଣସି କାରଣରୁ ନିଆଁ ଲାଗିଯାଇଥିଲା । ଅଗ୍ନିକାଣ୍ଡରେ କ୍ଷୟକ୍ଷତି ନେଇ କୌଣସି ସୂଚନା ମିଳିନଥିବାବେଳେ ସ୍ଥାନୀୟ ଲୋକଙ୍କ ସହାୟତାରେ ନିଆଁକୁ ଆୟତ୍ତ କରାଯାଇଥିଲା ।

ଫଟୋ ସୌଜନ୍ୟ : ଇଟିଭି ବ୍ୟୁରୋ

ପାଟନା: ଶନିବାର ସକାଳେ ଦରଭଙ୍ଗା-ଅହମ୍ମଦାବାଦ ଏକ୍ସପ୍ରେସର ଗୋଟିଏ ବଗିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଟ୍ରେନଟି ରେଳ ୟାର୍ଡରେ ଛିଡା ହୋଇଥିବାବେଳେ ସାଧାରଣ ବଗିରେ କୌଣସି କାରଣରୁ ନିଆଁ ଲାଗିଯାଇଥିଲା । ଅଗ୍ନିକାଣ୍ଡରେ କ୍ଷୟକ୍ଷତି ନେଇ କୌଣସି ସୂଚନା ମିଳିନାହିଁ ।

ଘଟଣାକୁ ନେଇ ଯାତ୍ରୀ ଆତଙ୍କିତ ହୋଇଉଠିଥିଲେ । ସ୍ଥାନୀୟ ଲୋକଙ୍କ ସହାୟତାରେ ନିଆଁକୁ ଆୟତ୍ତ କରାଯାଇଥିଲା । ନିଆଁ ଲିଭିବା ପରେ ଘଟଣାସ୍ଥଳରେ ଆରପିଏଫ ଇନ୍ସପେକ୍ଟର, ଜିଆରପି ପୋଲିସ, ରେଳ ବିଭାଗର ସୁପରିଟେଣ୍ଡେଣ୍ଟ ପହଞ୍ଚିଛନ୍ତି । ତେବେ ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଛି ।

ଭିଡିଓ ସୌଜନ୍ୟ: ଇଟିଭି ବ୍ୟୁରୋ

ସୂଚନାଯୋଗ୍ୟ, ଗତ ବୁଧବାର ସନ୍ଧ୍ୟାରେ ବେଲା ରାକ୍‌ ପଏଣ୍ଟରେ ଦରଭଙ୍ଗା-ନୂଆଦିଲ୍ଲୀ ସମ୍ପର୍କ କ୍ରାନ୍ତି ସୁପର ଫାଷ୍ଟ ଏକ୍ସପ୍ରେସରେ ଭୟାବହ ଅଗ୍ନିକାଣ୍ଡ ଘଟିଥିଲା । ଘଟଣାକୁ ନେଇ ଟ୍ରେନରେ ଯାତ୍ରୀଙ୍କ ମଧ୍ୟ ହଇଚଇ ସୃଷ୍ଟି ହୋଇଥିଲା । ଅଗ୍ନିଶମ ବାହିନୀ ସହ ଆରପିଏଫ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିଲେ । ଅଗ୍ନିକାଣ୍ଡର କାରଣ ଜଣାପଡିନଥିବାବେଳେ ଘଟଣାର ତଦନ୍ତ ଜାରି ରହିଛି ।

ତେବେ ବାରମ୍ବାର ଟ୍ରେନରେ ନିଆଁ ଲାଗୁଥିବାବେଳେ ଯାତ୍ରୀଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଛି ।

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.