ETV Bharat / bharat

ପୁଣି ଘୁଞ୍ଚିଲା ନିର୍ଭୟା ଦୋଷୀଙ୍କ ଫାଶୀ

nirbhaya case
ନିର୍ଭୟା ମାମଲା
author img

By

Published : Mar 2, 2020, 5:38 PM IST

Updated : Mar 2, 2020, 6:27 PM IST

17:32 March 02

ନୂଆଦିଲ୍ଲୀ: ପୁଣି ଘୁଞ୍ଚିଲା ନିର୍ଭୟା ମାମଲାର 4 ଦୋଷୀଙ୍କ ଫାଶୀ । ଆସନ୍ତାକାଲି (ମଙ୍ଗଳବାର) ହେବାକୁ ଥିବା ଫାଶୀ ଉପରେ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ରହିତାଦେଶ ଜାରି କରିଛନ୍ତି ଦିଲ୍ଲୀର ପଟିଆଲା ହାଉସ କୋର୍ଟ । ନିର୍ଭୟା ମାମଲାର ଅନ୍ୟତମ ଦୋଷୀ ପବନ ଗୁପ୍ତାର ରାଜକ୍ଷମା ଆବେଦନ ରାଷ୍ଟ୍ରପତିଙ୍କ ନିକଟରେ ବିଚାରଧୀନ ରହିଥିବାରୁ ମାମଲାରେ ଦୋଷୀଙ୍କ ଫାଶୀ ଉପରେ ସ୍ଥଗିତଦେଶ ଜାରି କରିଛନ୍ତି କୋର୍ଟ ।  

ମାର୍ଚ୍ଚ ୩ ତାରିଖରେ ୪ ଦୋଷୀ ମୁକେଶ କୁମାର ସିଂହ (୩୨), ପଓ୍ଵନ ଗୁପ୍ତା (୨୫), ବିନୟ କୁମାର ଶର୍ମା (୨୬) ଓ ଅକ୍ଷୟ ଠାକୁର (୩୧)ଙ୍କୁ ଫାଶୀ ଦେବା ନେଇ ଡେଥ୍ ୱାରେଣ୍ଟ ବା ମୃତ୍ୟୁ ପରୱାନ‌ା ଜାରି କରାଯାଇଥିଲା । ଆଉ 12 ଘଣ୍ଟା ପରେ ସେମାନେ ଫାଶୀଖୁଣ୍ଟରେ ଝୁଲିଥାନ୍ତେ । ହେଲେ ଦୋଷୀ ପବନ ଗୁପ୍ତାର ରାଜକ୍ଷମା ଆବେଦନ ରାଷ୍ଟ୍ରପତିଙ୍କ ନିକଟରେ ବିଚାରଧୀନ ଥିବାରୁ ଡେଥ ୱାରେଣ୍ଟ କାର୍ଯ୍ୟକାରୀତାକୁ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ସ୍ଥଗିତ ରଖାଗଲା ।  

ସୂଚନାଯୋଗ୍ୟ ଯେ, ସୋମବାର ସୁପ୍ରିମକୋର୍ଟରେ କ୍ୟୁରେଟିଭ୍‌ ପିଟିସନ୍‌ ଖାରଜ ହେବାପରେ ରାଷ୍ଟ୍ରପତିଙ୍କ ନିକଟରେ ରାଜକ୍ଷମା ଆବେଦନ କରିଥିଲା ପବନ । 

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ 

Last Updated : Mar 2, 2020, 6:27 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.