ଲଣ୍ଡନ: କୋଭିଡ୍-19 ସମଗ୍ର ୟୁକେକୁ ଗ୍ରାସ କରି ସାରିଛି । ଏଠାରେ ଅନ୍ୟ ଦେଶ ଗୁଡିକ ଠାରୁ ଲକ୍-ଡାଉନ୍ କଡାକଡି ଭାବେ ପାଳନ କରାଯାଉଛି । ଯଦି କୌଣସି ବ୍ୟକ୍ତି ହୋଇଥିବା କଟକଣା ନମାନନ୍ତି, ତେଵେ କଠୋର ଦଣ୍ଡଵିଧାନର ବ୍ୟବସ୍ଥା ସ୍ଥାନୀୟ ସରକାର କରିଛନ୍ତି ।
ତେବେ ଏହି ଲକ୍-ଡାଉନ୍ ଯୋଗୁଁ କେହି ଘରୁ ବାହାରୁ ନାହାନ୍ତି । ଏଭଳି ପରିସ୍ଥିତିରେ ଖାଦ୍ୟପଦାର୍ଥ ତଥା ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ନେଵା ଆଣିବା କୁକୁର କରୁଛି । ବୁଲଡଗ୍ ପ୍ରଜାତିର କୁକୁରଙ୍କ ଚାହିଦା ଲଣ୍ଡନରେ ଢେର୍ ଅଧିକ ଦେଖିବାକୁ ମିଳୁଛି।
ତେଵେ କେଟେ ମିଚେଲ୍ ନାମକ ଜଣେ 28ବର୍ଷିୟା ମାଲିକ ତାଙ୍କ କୁକୁରକୁ ପଡିଶା ଘରକୁ ବିଭିନ୍ନ କାର୍ଯ୍ୟରେ ପଠାଉଛନ୍ତି । ଖାଦ୍ୟପେୟ ସାମଗ୍ରୀ ଅତି ଯତ୍ନର ସହିତ ଏହି କୁକୁର ନେବା ଆଣିବା କରୁଥିବା ହେତୁ ଉଭୟ ମାଲିକ ଓ ପଡିଶା ଘରେ ଶ୍ରଦ୍ଧାର ପାତ୍ର ପାଲଟିଛି । ଵିଭିନ୍ନ ସମୟରେ ହୋମ୍ ଡେଲିଭରି କାର୍ଯ୍ୟରେ କୁକୁରଙ୍କୁ ନିୟୋଜିତ କରି ହେଉଛି । ଏହି ଲକ୍ ଡାଉନ୍ ପିରିୟଡ୍ ରେ କୁକୁର ହିଁ ସହଯୋଗ ଅନ୍ୟତମ ବିକଳ୍ପ ପାଲଟିଛି ।