ଗାନ୍ଧୀନଗର: କୋରୋନାର କାୟାରେ ସାରା ରାଜ୍ୟ । ଏହି ଭୂତାଣୁର ନାଁ ଶୁଣିଲେ ଲୋକଙ୍କ ମନରେ ଛନକା ପଶି ଯାଉଛି। ଗୁଜୁରାଟରେ କୋରୋନା ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ବଢିବାରେ ଲାଗିଛି । ଆଜି ଗୁଜୁରାଟରେ କୋରୋନା ଆକ୍ରାନ୍ତ ଜଣେ 61 ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ ହୋଇଛି । ମୃତକ ଜଣକ ସୁରଟର ବାସିନ୍ଦା।
ଗୁଜୁରାଟରେ ଏବେ ସୁଦ୍ଧା କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 100ରୁ ଉର୍ଦ୍ଧ୍ବ ଥିବା ବେଳେ 11 ଜଣଙ୍କ ସୁଦ୍ଧା ମୃତ୍ୟୁ ହୋଇଛି । ଏମାନଙ୍କ ମଧ୍ୟରୁ 14 ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।
ସୂଚନା ଥାଉକି ଦେଶରେ ଏବେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 3072 ଥିବା ବେଳେ ମୃତକଙ୍କ ସଂଖ୍ୟା 75ରେ ପହଞ୍ଚିଛି । ସେଥିମଧ୍ୟରୁ 200ରୁ ଅଧିକ ସୁସ୍ଥ ହୋଇ ଫେରିଛନ୍ତି।